ETV Bharat / bharat

କେରଳ ଓ ମହାରାଷ୍ଟ୍ର ଫେରନ୍ତାଙ୍କ ପାଇଁ RT-PCR ବାଧ୍ୟତାମୂଳକ କଲେ କର୍ଣ୍ଣାଟକ ସରକାର

author img

By

Published : Jun 27, 2021, 7:50 PM IST

କର୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା, କେରଳ ଓ ମହାରାଷ୍ଟ୍ରରୁ କର୍ଣ୍ଣାଟକକୁ ଫେରିଲେ RT-PCR ନେଗେଟିଭ ହେବା ଜରୁରୀ । ନଚେତ ମିଳିବ ନାହିଁ ରାଜ୍ୟରେ ପ୍ରବେଶ ଅନୁମତି । ଅଧିକ ପଢନ୍ତୁ....

କେରଳ ଓ ମହାରାଷ୍ଟ୍ର ଫେରନ୍ତାଙ୍କ ପାଇଁ RT-PCR ବାଧ୍ୟତାମୂଳକ କଲେ କର୍ଣ୍ଣାଟକ ସରକାର
କେରଳ ଓ ମହାରାଷ୍ଟ୍ର ଫେରନ୍ତାଙ୍କ ପାଇଁ RT-PCR ବାଧ୍ୟତାମୂଳକ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: ସାରା ଦେଶରେ କୋଭିଡର ନୂଆ ଭ୍ୟାରିଏଣ୍ଟ ଡେଲ୍ଟା ପ୍ଲସକୁ ନେଇ ସାରା ଦେଶରେ ଆଶଙ୍କା ଓ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବାବେଳେ କର୍ଣ୍ଣାଟକ ମଧ୍ୟ ନିଜ ସୀମାରେ ପଡୋଶୀ ରାଜ୍ୟରୁ ପ୍ରବେଶ ଉପରେ କଟକଣା ଜାରି କରିଛି । ଦୁଇ ପଡୋଶୀ ରାଜ୍ୟରୁ କର୍ଣ୍ଣାଟକରେ ପ୍ରବେଶ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ RT-PCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର । ଏହି ଦୁଇ ପଡୋଶୀ ରାଜ୍ୟ ହେଲେ ମହାରାଷ୍ଟ୍ର ଓ କେରଳ ।

କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର କେ. ସୁଧାକର ସୂଚନା ଦେଇ କହିଛନ୍ତି, ଏହି ଦୁଇ ପଡୋଶୀ ରାଜ୍ୟରୁ କର୍ଣ୍ଣାଟକରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଗତ 72 ଘଣ୍ଟାର RT-PCR ରିପୋର୍ଟ ନେଗେଟିଭ ହେବା ନିହାତି ଜରୁରୀ । ନଚେତ ସମ୍ପୃକ୍ତ ବ୍ୟକ୍ତିଙ୍କୁ କର୍ଣ୍ଣାଟକରେ ପ୍ରବେଶ ଅନୁମତି ମିଳିବ ନାହିଁ । ଆହୁରି ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, କିଛି ରାଜ୍ୟରେ ଡେଲ୍ଟା ପ୍ଲସର ଭ୍ୟାରିଏଣ୍ଟ ଚିହ୍ନଟ ହେଲାଣି । କିନ୍ତୁ କର୍ଣ୍ଣାଟକ ଏହି ମାମଲାରେ ସାମାନ୍ୟ ସୁରକ୍ଷିତ ଅଛି । ତେଣୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ସେହିପରି ରାଜ୍ୟର ସବୁ ଜିଲ୍ଲା ପ୍ରଶାସନକୁ ଟେଷ୍ଟିଂ ବଢାଇବା ସହ କୋଭିଡ କଟକଣା କଡାକଡି କରିବା ଉପରେ ଗୁରୁତ୍ବ ଦେବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.