ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ନିଜ ପରିବାରକୁ ପଛ କରି ଦିନ ରାତି କୋରୋନା ରୋଗୀଙ୍କ ସେବାରେ ଲାଗିଛନ୍ତି ଦେଶର ଡାକ୍ତର ଓ ନର୍ସ କର୍ମଚାରୀ । ଦେଶରେ ଥିବା ସମସ୍ତ ଡାକ୍ତର ଓ ନର୍ସମାନଙ୍କ ପାଇଁ ମାଗଣାରେ ବିମାନ ସେବା ଯୋଗାଇ ଦେଲା ଭିସ୍ତାରା । ଏ ନେଇ ରବିବାର ଭିସ୍ତାରା ବିମାନସେବା ପକ୍ଷରୁ ସୂଚନା ମିଳିଛି ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କୁ ଚିଠି ଦେଇ ଭିସ୍ତାରା କହିଛି କେନ୍ଦ୍ର ଓ ରାଜ୍ୟର ବିମାନସେବା ଆବଶ୍ୟକତାକୁ ଭିସ୍ତାରା ସ୍ବାଗତ କରୁଛି । ଆମେ ସରକାରୀ ସଙ୍ଗଠନ ସହିତ ଡାକ୍ତରଖାନାକୁ ସାହାଯ୍ୟ କରିବୁ । ଆମ ପକ୍ଷେ ଯେତେ ସମ୍ଭବ ଆମେ ସାହାଯ୍ୟ କରିବୁ ।
ଦେଶବ୍ୟାପୀ ରହିଥିବା ସମସ୍ତ ସରକାରୀ ଡାକ୍ତର ଓ ନର୍ସ କର୍ମଚାରୀଙ୍କୁ ବିନା ମୂଲ୍ୟରେ ଯାତ୍ରା ପାଇଁ ସୁବିଧା ଯୋଗାଇ ଦେବ ଭିସ୍ତାରା ବିମାନସେବା । ଏହା ସହିତ ବିମାନରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତି କୋଭିଡ ଏସଓପି ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ଲିମିଟେଡ ସିଟ ଥିବାରୁ ବର୍ତ୍ତମାନ ଏହା କେବଳ ମେଡିକାଲ ଷ୍ଟାଫଙ୍କ ପାଇଁ ରଖାଯାଇଛି । ବିମାନ ବନ୍ଦରରୁ ପରିବହନ ପରିଚାଳନା ଅନୁରୋଧକାରୀ ସଂସ୍ଥା ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ଏବଂ ବିମାନ ସେବା ଲଜିଷ୍ଟିକ୍ ଏବଂ ସୁରକ୍ଷା କାରଣରୁ ବିମାନ ବନ୍ଦରରେ ଆଡ-ହକ୍ ଅନୁରୋଧ ରଖି ପାରିବୁ ନାହିଁ ।
@ ANI