ନୂଆଦିଲ୍ଲୀ: ଦେଶରେ ଆଜିଠୁ କୋଭିଡ -19 ର ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଯାଇଛି । ଏଥିରେ ୧୮ ରୁ ୪୪ ବର୍ଷ ବୟସ ବର୍ଗର ନାଗରିକମାନଙ୍କୁ ଟିକା ଦିଆଯିବ । ଏପ୍ରିଲ 28 ତାରିଖରୁ ଏନେଇ ପଞ୍ଜିକରଣ ଆରମ୍ଭ ହୋଇଯାଇଛି । ପଞ୍ଜିକରଣ ପାଇଁ କୋୱିନ୍ ପୋର୍ଟାଲ, ଆରୋଗ୍ୟ ସେତୁ, ମାଧ୍ୟମରେ ପଞ୍ଜୀକରଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜୀକରଣ ବିନା କୌଣସି ବ୍ୟକ୍ତିଙ୍କୁ ଟୀକା ଦିଆଯିବ ନାହିଁ। ତେବେ ଅଧିକାଂଶ ରାଜ୍ୟରେ କୋରୋନା ଟିକା ଅଭାବ ରହିଥିବାରୁ ଟୀକାକରଣକୁ ବନ୍ଦ ରଖାଯାଇଛି ।
ଦିଲ୍ଲୀରେ ମେ 3 କିମ୍ବା ମେ 4 ରେ ଦିଲ୍ଲୀରେ ଆରମ୍ଭ ହେବାର ସମ୍ଭାବନା ଅଛି । କାରଣ ଯଥେଷ୍ଟସଂଖ୍ୟକ ଟିକା ନ ଥିବାରୁ କେତେକ ରାଜ୍ୟ ସରକାର ଏ ମାସର ଅନ୍ୟ କୌଣିସ ତାରିଖରେ ଏହି ଅଭିଯାନ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ଏହାଛଡ଼ା, କେତୋଟି ନିର୍ଦ୍ଦିଷ୍ଟ ଜିଲ୍ଲାରେ ଏହି ଟିକାକରଣ ଅଭିଯାନ ଆରମ୍ଭ କରିବେ ବୋଲି କେତେକ ରାଜ୍ୟ ମଧ୍ୟ ଘୋଷଣା କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶୁକ୍ରବାର ଦିନ କହିଛନ୍ତି ଯେ, 2.45 କୋଟିରୁ ଅଧିକ ଲୋକ ତୃତୀୟ ପର୍ଯ୍ୟାୟ ପାଇଁ ସରକାରଙ୍କ ପଞ୍ଜୀକରଣ ୱେବସାଇଟ କୋ-ୱିନରେ ପଞ୍ଜୀକୃତ କରିଛନ୍ତି। ଅନ୍ୟପଟେ କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ 16.33 କୋଟିରୁ ଅଧିକ କୋଭିଡ ଟିକା ମାଗଣାରେ ଯୋଗାଇ ଦେଇଛି ବୋଲି ଡ. ହର୍ଷ ବର୍ଦ୍ଧନ ଶୁକ୍ରବାର ସନ୍ଧ୍ୟାରେ ଏକ ଟୁଇଟ୍ରେ କହିଛନ୍ତି ।