ETV Bharat / bharat

ଛତିଶଗଡ଼କୁ ପ୍ରବେଶ ପାଇଁ କୋଭିଡ଼ ଟେଷ୍ଟ ବାଧ୍ୟତାମୂଳକ

author img

By

Published : Apr 19, 2021, 7:28 AM IST

ଛତିଶଗଡ ରାଜ୍ୟକୁ ପ୍ରବେଶ କରିବା ପାଇଁ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଛତିଶଗଡ଼କୁ ପ୍ରବେଶ ପାଇଁ କୋଭିଡ଼ ପରୀକ୍ଷଣ ବାଧ୍ୟତାମୂଳକ

ରାୟପୁର: ଛତିଶଗଡ଼ରେ ଭୟାନକ ସ୍ଥିତିରେ ରହିଛି କୋରୋନା ସଂକ୍ରମଣ । ସଂକ୍ରମଣକୁ ରୋକିବା ପାଇଁ ବାହାର ରାଜ୍ୟରୁ ଛତିଶଗଡ଼କୁ ପ୍ରବେଶ ପାଇଁ କଟକଣା ଲଗାଇଛନ୍ତି ସରକାର । ତେବେ ରାଜ୍ୟକୁ ପ୍ରବେଶ ପାଇଁ କୋଭିଡ଼ ପରୀକ୍ଷଣ କରିବା ବାଧ୍ୟତାମୂଳକ କରାଯାଇଛି । ବିମାନ ଯାତ୍ରାଠାରୁ ଆରମ୍ଭ କରି ରେଳ, ବସ ଓ ଆନ୍ତଃରାଜ୍ୟ ସୀମା ଦେଇ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ କଡାକଡି ଲାଗୁ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ରାଜ୍ୟର 10ଟି ଜିଲ୍ଲାର କୋଭିଡ ସ୍ଥିତି ଅନୁଧ୍ୟାନ କରିବା ପରେ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସତର୍କତାମୂଳକ ନୀତି ଅବଲମ୍ବନ କରିଛନ୍ତି । ତେବେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବ୍ୟବସ୍ଥା ସମ୍ପର୍କରେ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ସମସ୍ତ ଯାତ୍ରୀଙ୍କୁ କୋଭିଡ ପରୀକ୍ଷଣ କରିବା ସହିତ ଗ୍ରାମାଞ୍ଚଳରେ ମଧ୍ୟ ଏହି ନିୟମକୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ତେବେ ରାଜ୍ୟର ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ଏହି ସ୍ଥାନଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ପ୍ରତ୍ୟେକ ବ୍ୟକ୍ତିଙ୍କ କୋଭିଡ ପରୀକ୍ଷଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧରେ ରଖିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଉ ବୋଲି ବାଘେଲ ପ୍ରତିଟି ସଙ୍ଗରୋଧ ସେଣ୍ଟର ଓ ହସ୍ପିଟାଲକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରାଜ୍ୟର ସମସ୍ତ କୋଭିଡ ସେଣ୍ଟର ଆଦିରେ ଟେଷ୍ଟିଂ କିଟ, ଅକ୍ସିଜେନ ସିଲିଣ୍ଡର, ରେମଡିସିଭିର ଓ ଆବଶ୍ୟକୀୟ ଔଷଧ ରହିଛି କି ନାହିଁ ତାକୁ ଯାଞ୍ଚ କରିବା ପାଇଁ ବାଘେଲ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ କହିଛନ୍ତି ।

ରାଜ୍ୟର ସମସ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମେଡିକାଲ ସାମଗ୍ରୀର ଅଭାବ ଦେଖାଦେଲେ ତୁରନ୍ତ ସ୍ବାସ୍ଥ୍ୟବିଭାଗକୁ ସୂଚନା ଦେବା ପାଇଁ ସେ କହିଛନ୍ତି । କୋଭିଡର ଔଷଧଗୁଡିକର କଳା ବ୍ୟବସାୟ କରାଗଲେ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ତେବେ ସୂଚନା ଥାଉ କି ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 12 ହଜାର 345 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 170 ଜଣଙ୍କ ମୃତ୍ୟୁ ଘଟିଛି । ଏହାସହିତ ବର୍ତ୍ତମାନ ରାଜ୍ୟରେ 1 ଲକ୍ଷ 28 ହଜାର 19ଟି ସକ୍ରିୟ ମାମଲା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.