ETV Bharat / bharat

ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ; ଟିକା ନେଲେଣି 2,15,185 ହିତାଧିକାରୀ

author img

By

Published : May 4, 2021, 9:38 AM IST

ଗତ 24ଘଣ୍ଟାରେ 18ବର୍ଷରୁ 44ବର୍ଷ ମଧ୍ୟରେ 2ଲକ୍ଷ 15ହଜାର 185 ହିତାଧିକାରୀଙ୍କୁ କୋଭିଡ-19 ଭ୍ୟାକ୍ସିନର ପ୍ରଥମ ଡୋଜ ଟିକା ଦିଆଯାଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ତୃତୀୟ ପର୍ଯ୍ୟାୟ ଟୀକାକରଣ
ତୃତୀୟ ପର୍ଯ୍ୟାୟ ଟୀକାକରଣ

ନୂଆଦିଲ୍ଲୀ: ମେ ପହିଲାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ଗତ 24ଘଣ୍ଟାରେ 18ବର୍ଷରୁ 44ବର୍ଷ ମଧ୍ୟରେ 2ଲକ୍ଷ 15ହଜାର 185 ହିତାଧିକାରୀଙ୍କୁ କୋଭିଡ-19 ଭ୍ୟାକ୍ସିନର ପ୍ରଥମ ଡୋଜ ଟିକା ଦିଆଯାଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ, କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ 12ଟି ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଜାରି ରହିଛି । ସମୁଦାୟ 1ଲକ୍ଷ 08ହଜାର 188 ଡୋଜରୁ 18 ବର୍ଷରୁ 44 ବର୍ଷ ମଧ୍ୟରେ ଗୁଜୁରାଟ ସବୁଠୁ ଅଧିକ ହିତାଧିକାରୀଙ୍କୁ ଟିକା ଦେଇଛି । ଏହା ପରେ ରାଜସ୍ଥାନ 75ହଜାର 817 ଓ ମହାରାଷ୍ଟ୍ର 73 ହଜାର 455ଜଣଙ୍କୁ ଟିକା ଦେଇଛି ।

ହରିୟାଣା 54ହଜାର 946 ଡୋଜ, ଛତିଶଗଡ 1,026, ଦିଲ୍ଲୀ 39,799, ଜାମ୍ମୁ-କାଶ୍ମୀର 5,562,କର୍ଣ୍ଣାଟକ 2,353,ଓଡିଶା 6,311, ପଞ୍ଜାବ 635,ତାମିଲନାଡୁ 2,512 ଏବଂ ଉତ୍ତରପ୍ରଦେଶ 33,242 ଡୋଜ ଟିକା ଦେଇଛି । ସମଗ୍ର ଦେଶରେ ଟୀକାକରଣ 15.88କୋଟି ଅତିକ୍ରମ କରିଛି । ସୋମବାର ରାତି 8ଟା ସୁଦ୍ଧା ଦେଶ ପାଖି ପାଖି 16.5 ଲକ୍ଷ ଟିକା ଦେଇଛି ।

ପ୍ରକାଶ ଥାଉ କି, ଜାନୁଆରୀ 16ରୁ ଦେଶବ୍ୟାପୀ କୋରୋନା ଟୀକାକରଣ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ଆଗଧାଡିର ସ୍ବାସ୍ଥ୍ୟକର୍ମୀଙ୍କ ଟିକା ଦିଆଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ଦେଶର ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଇଛି । ଏହା ପରେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟରେ ଯୁବବର୍ଗଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଏ ନେଇ ଏପ୍ରିଲ 28ରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.