ETV Bharat / bharat

ଡେଲଟା ପରେ ଆସିଲା ଲାମ୍ବଡା, 29 ଦେଶରେ ନୂଆ ଭ୍ୟାରିଆଣ୍ଟର ଭୟ - ଲାମ୍ବଡା ଭ୍ୟାରିଆଣ୍ଟ

29 ଦେଶରୁ ମିଳିଛି କୋରୋନାର ଆଉ ଏକ ରୂପ । ଯାହାର ନାଁ ରହିଛି ଲାମ୍ବଡା । ଅଧିକ ପଢନ୍ତୁ...

ଡେଲଟା ପରେ ଆସିଲା ଲାମ୍ବଡା, 29 ଦେଶରେ ନୂଆ ଭ୍ୟାରିଆଣ୍ଟର ଭୟ

author img

By

Published : Jun 18, 2021, 5:01 PM IST

ଜେନେଭା: ଭାରତରେ ଆତଙ୍କ ଖେଳାଇଛି କୋରୋନାର ଡେଲଟା ଭ୍ୟାରିଆଣ୍ଟ । ଏହାରି ମଧ୍ୟରେ 29 ଦେଶରୁ ମିଳିଛି କୋରୋନାର ଆଉ ଏକ ରୂପ । ଯାହାର ନାଁ ରହିଛି ଲାମ୍ବଡା ।

ଲାମ୍ବଡା ଭ୍ୟାରିଆଣ୍ଟ ବିଷୟରେ କୁହାଯାଉଛି ଯେ ଏହା ପ୍ରଥମେ ଦକ୍ଷିଣ ଆମେରିକାରେ ମିଳିଛି । ପ୍ରଥମ ଥର କୋରୋନାର ଏହି ଭ୍ୟାରିଆଣ୍ଟ ମିଳିଥିବା କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଦକ୍ଷିଣ ଆମେରିକାରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଁ ଏହି ଲାମ୍ବଡା ଭ୍ୟାରିଆଣ୍ଟକୁ ଦାୟୀ କରାଯାଇଛି ।

ଅଧିକାରୀମାନେ କହିଛନ୍ତି, ପେରୁରେ ଲାମ୍ବଡା ଭ୍ୟାରିଆଣ୍ଟର ପ୍ରଭାବ ଅଧିକ ଥିଲା । ପେରୁରେ ଏପ୍ରିଲରୁ ନେଇ ଏବେ ପର୍ଯ୍ୟନ୍ତ 81 ପ୍ରତିଶତ କୋରୋନା ମାମଲା ଏହି ଭ୍ୟାରିଆଣ୍ଟ ସହ ଜଡିତ । ସେପଟେ ଚିଲିରେ ଗତ 60 ଦିନରେ କରାଯାଇଥିବା ସ୍କ୍ରିନିଂରୁ 32 ପ୍ରତିଶତ ମାମଲାରେ ଏହି ଭ୍ୟାରିଆଣ୍ଟ ମିଳିଛି ।

ଆର୍ଜେଣ୍ଟିନା ଓ ଇକ୍ବାଡୋର ଭଳି ଅନ୍ୟ ଦେଶରେ ମଧ୍ୟ ଏହି ଭ୍ୟାରିଆଣ୍ଟର ଅନେକ ମାମଲା ସାମ୍ନାକୁ ଆସିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଲାମ୍ବଡା ଭ୍ୟାରିଆଣ୍ଟ ମ୍ୟୁଟେଟ ହୁଏ । ଏହା ସଂକ୍ରମଣ କ୍ଷମତାକୁ ବୃଦ୍ଧି କରିପାରେ । ଏହାସହ ସଂକ୍ରମଣର ଏହି ସ୍ବରୂପ ସାମ୍ନାରେ କାମ ଦେବନି ଆଣ୍ଟିବଡି ।

WHO କହିଛି ଯେ ଲାମ୍ବଡା ଭ୍ୟାରିଆଣ୍ଟକୁ ବୁଝିବା ପାଇଁ ଏହା ଉପରେ ଅଧିକ ଅଧ୍ୟୟନ କରିବାକୁ ପଡିବ । ସେତେବେଳେ କୌଣସି ପ୍ରକାରର ଭୂତାଣୁ ଚିନ୍ତାଜନକ ବୋଲି କୁହାଯାଏ ଯେତେବେଳେ ବୈଜ୍ଞାନିକମାନେ ଏହା ଅଧିକ ସଂକ୍ରାମକ ଏବଂ ଗୁରୁତର ରୋଗର କାରଣ ହୋଇପାରେ ବୋଲି ବିଶ୍ବାସ କରନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.