ଥିରୁଅନନ୍ତପୁରମ: ସାବରିମାଳା ମନ୍ଦିର ପରିଦର୍ଶନ କରିବାକୁ ଯିବାକୁ ଥିବା ତୀର୍ଥଯାତ୍ରୀଙ୍କ ପାଇଁ କେରଳ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିଛି। ତୀର୍ଥଯାତ୍ରୀଙ୍କୁ କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।
ତୀର୍ଥଯାତ୍ରୀ ମାନଙ୍କୁ ମନ୍ଦିର ପରିଦର୍ଶନର 24 ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟର ନେଗେଟିଭ ରିପୋର୍ଟ ସାଙ୍ଗରେ ରହିବା ଦରକାର । ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନଙ୍କୁ ଫିଟନେସ ପରୀକ୍ଷା କରିବାକୁ ପଡିବ। ଯଦି ସେମାନେ ଫିଟ ନୁହଁନ୍ତି କିମ୍ବା କୌଣସି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କୁ ପରିଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ ।
ରାପିଡ ଆଣ୍ଟିଜେନ ଟେଷ୍ଟ ନେଗେଟିଭ ହେଲେ ମଧ୍ୟ ଲୋକଙ୍କୁ ସତର୍କ ରହିବାକୁ କୁହାଯାଏ । ସେମାନଙ୍କୁ ଶ୍ରୀନିଧାନମ ଏବଂ ନୀଲକମଲରେ ରହିବାକୁ ଅନୁମତି ଦିଆଯିବନାହିଁ ।
ପାହାଡ ଉପରକୁ ଚଢିବା ବେଳେ ଓ ଓହ୍ଲାଇବାବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଡ୍ରାଇଭରମାନଙ୍କୁ ମଧ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ । ବିଶେଷ କରି ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଏବଂ ସାନିଟାଇଜ କରିବା ବାଧ୍ୟତାମୂଳକ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ