ETV Bharat / bharat

ଦେଶରୁ ହଟିଲା ମହାମାରୀ ଆଇନ, ମାସ୍କ ପିନ୍ଧିବା ନିୟମ ବଳବତ୍ତର - ମାସ୍କ ପିନ୍ଧିବା ନିୟମ ବଳବତ୍ତର

୨ ବର୍ଷ ପରେ ଦେଶରୁ ହଟିଛି ମହାମାରୀ ଆଇନ । ହେଲେ ପୂର୍ବ ଭଳି ମୁହଁରେ ମାସ୍କ ପିନ୍ଧିବା ନିୟମ ବଳବତ୍ତର ରହିଛି । ଅଧିକ ପଢନ୍ତୁ

ଦେଶରୁ ହଟିଲା ମହାମାରୀ ଆଇନ
ଦେଶରୁ ହଟିଲା ମହାମାରୀ ଆଇନ
author img

By

Published : Mar 23, 2022, 1:43 PM IST

Updated : Mar 23, 2022, 2:17 PM IST

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ ସୁଧୁରିଛି ସ୍ଥିତି । ୫ ପ୍ରତିଶତ ତଳେ ରହିଛି ସଂକ୍ରମଣ ମାମଲା । ଏନେଇ କୋରୋନା କଟକଣା କୋହଳ କରିଛନ୍ତି କେନ୍ଦ୍ର ସରକାର । ୨ ବର୍ଷ ପରେ ଦେଶରୁ ହଟିଛି ମହାମାରୀ ଆଇନ । ହେଲେ ପୂର୍ବ ଭଳି ମୁହଁରେ ମାସ୍କ ପିନ୍ଧିବା ନିୟମ ବଳବତ୍ତର ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ଆଇନ୍‌କୁ ହଟାଇବାକୁ ନିଷ୍ପତ୍ତି ହୋଇଛି । ମାତ୍ର କୋଭିଡ୍‌ ସଚେତନତା ଦୃଷ୍ଟିରୁ ସ୍ବାସ୍ଥ୍ୟ ବିଭାଗର ଏସଓପିକୁ ମାନିବାକୁ ପରାମର୍ଶ ଦିଆଯାଇଛି ।

୨ ବର୍ଷ ତଳେ ବିଶ୍ବରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ପରେ ଏହାକୁ ମହାମାରୀ ବର୍ଗରେ ସାମିଲ କରି କେନ୍ଦ୍ର ସରକାର ମହାମାରୀ ଆଇନ୍ ଘୋଷଣା କରିଥିଲେ । ଏବେ କୋଭିଡ୍‌ ସଂକ୍ରମଣ କରିବା ପରେ କେନ୍ଦ୍ର ସରକାର ଏହି ଆଇନ୍‌କୁ ହଟାଇ ଦେଇଛନ୍ତି । ଦୈନିକ ପଜିଟିଭିଟି ହାର କମିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି ଲେଖିଛନ୍ତି । ଫେବ୍ରୁଆରୀ ୨୫ ପରେ ଆଉ ସାନି କଟକଣା ଲଗାଇନାହାନ୍ତି ଗୃହ ମନ୍ତ୍ରଣାଳୟ ।

ମହାମାରୀ ଆଇନ ହଟିଥିଲେ ବି ସମୟ ସମୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଣୁଥିବା ନିର୍ଦ୍ଦେଶ ପାଳନ କରିବାରକୁ କହିଛି କେନ୍ଦ୍ର । ସେହିପରି ମାସ୍କ ପିନ୍ଧିବା ପାଇଁ ଗୃହ ସଚିବ ପରାମର୍ଶ ଦେଇଛନ୍ତି । ଏନଡିଏମଏ (National Disaster Managment Authority)ଙ୍କ ନିର୍ଦ୍ଦେଶ କ୍ରମେ ୨୦୨୦ ମାର୍ଚ୍ଚ ୨୪ରୁ ଦେଶରେ ମହାମାରୀ କଟକଣା ଲାଗିଥିଲା ।

@ANI

Last Updated : Mar 23, 2022, 2:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.