ETV Bharat / bharat

NIAର ଫାଶୀ ଦଣ୍ଡାଦେଶ ଆବେଦନ: ୟାସିନକୁ ଲାଡେନ୍ କହିଲା ଏନଆଇଏ, ନୋଟିସ୍ ପଠାଇଲେ ଦିଲ୍ଲୀ ହାଇକୋର୍ଟ - ୟାସୀନ ମଲ୍ଲିକକୁ ନୋଟିସ

ଆତଙ୍କବାଦୀ ୟାସିନ ମଲ୍ଲିକକୁ ଫାଶି ଦଣ୍ଡାଦେଶ ନେଇ NIA ଆବେଦନ ଉପରେ ଶୁଣାଣି କଲେ ଦିଲ୍ଲୀ ହାଇକୋର୍ଟ । ପକ୍ଷ ରଖିବାକୁ ଦେଲେ ନୋଟିସ । ଅଧିକ ପଢନ୍ତୁ

NIA ର ଫାଶୀ ଦଣ୍ଡାଦେଶ ଆବେଦନ: ୟାସିନ ମଲ୍ଲିକକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍‌

author img

By

Published : May 29, 2023, 7:02 PM IST

Updated : May 29, 2023, 8:49 PM IST

ନୂଆଦିଲ୍ଲୀ: ଆତଙ୍କୀ ପାଣ୍ଠି ସଂଗ୍ରହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଆତଙ୍କବାଦୀ ୟାସୀନ ମଲ୍ଲିକକୁ ମୃତଦଣ୍ଡ ଦେବା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା NIA କରିଥିବା ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ମାମଲାରେ ଦୋଷୀ ୟାସିନ ମଲ୍ଲିକକୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ହାଇରକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ 9 ତାରିଖରେ ରଖାଯାଇଛି ।

ଜଷ୍ଟିସ ସିର୍ଦ୍ଧାର୍ଥ ମୃଦୁଳ ଓ ଜଷ୍ଟିସ ତଲବନ୍ତ ସିଂ ଆଜି(ସୋମବାର) ଏହି ମାମଲାର ଶୁଣାଣି କରିଥିଲେ । ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା, ସ୍ବତନ୍ତ୍ର ସରକାରୀ ଓକିଲ ଅକ୍ଷୟ ମଲ୍ଲିକ, ଆଇନଜୀବୀ ଖାବର ସଲିମ ପକ୍ଷ ରଖିଥିଲେ । ତୁଷାର ମେହେଟ୍ଟା କହିଥିଲେ, ୟାସିନ ମଲ୍ଲିକ କାଶ୍ମୀରରେ ବିଛିନ୍ନତାବାଦ ଓ ଆତଙ୍କବାଦକୁ ପ୍ରୋତ୍ସାହିତ କରିଛି । ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ କରିଛି । ଏକାଧିକ ଅକ୍ରମଣ ଘଟଣାରେ ସେ ପ୍ରତ୍ୟେକ୍ଷ ସମ୍ପୃକ୍ତ । 90 ଦଶକରେ 4 ବାୟୁସେନା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ଓ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ମୁଫତି ମହମ୍ମଦ ସୟଦଙ୍କ ଝିଅଙ୍କୁ ଅପହରଣ କରିବା ଘଟଣାରେ ୟାସିନ ହିଁ ମୁଖ୍ୟ ଅଭିଯୁକ୍ତ । ତେଣୁ ଏହି ମାମଲାରେ ତାକୁ କେବଳ ଫାଶୀ ଦଣ୍ଡ ହିଁ ପ୍ରଯୁଜ୍ୟ ।

ଯଦି ଦୋଷ ସ୍ବୀକାର କରି ଆତଙ୍କବାଦୀ ଫାଶୀ ଦଣ୍ଡରୁ ବର୍ତ୍ତିଯିବେ, ତେବେ କେହି ବି ଅପରାଧ କରିବାକୁ ପଛାଇବେ ନାହିଁ । ଆତଙ୍କବାଦୀ ସ୍ପଷ୍ଟ ଦିବାଲୋକରେ ସେନା ଯବାନଙ୍କୁ ଗୁଳି କରି ହତ୍ୟା କରିବା ଯଦି ବିରଳ ଅପରାଧ ଶ୍ରେଣୀଭୁକ୍ତ ହୋଇପାରିବ ନାହିଁ, ତେବେ କୌଣସି ଅପରାଧ ବିରଳ ଶ୍ରେଣୀବର୍ଗରେ ଆସିପାରିବ ନାହିଁ । ଏହି ମାମଲାରେ କୋର୍ଟ ଏନଆଇଏର ପକ୍ଷ ଶୁଣିବା ପରେ ୟାସିନ ମଲ୍ଲିକକୁ ନିଜ ପକ୍ଷ ରଖିବାକୁ ନୋଟିସ ଜାରି କରିଛନ୍ତି । NIA ଲଗାଇଥିବା ଦୋଷାରୋପ ଓ କାହିଁକି ତାକୁ ମୃତ୍ୟୁଦଣ୍ଡ ମିଳିବ ନାହିଁ, ସେନେଇ କୋର୍ଟଙ୍କ ନିକଟରେ ୟାସିନ ପକ୍ଷ ରଖିବ ।

ଗତବର୍ଷ (2022) ମେ’ରେ ପଟିଆଲା ହାଉସ କୋର୍ଟ ୟାସିନକୁ ଆତଙ୍କୀ ପାଣ୍ଠି ଯୋଗାଡ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାବାସ ଶୁଣାଇଥିଲେ । ହେଲେ ପଟିଆଲା ହାଉସ କୋର୍ଟଙ୍କ ରାୟରେ ସନ୍ତୁଷ୍ଟ ହୋଇନଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ୟାସିନକୁ କେବଳ ଫାଶୀ ଦଣ୍ଡାଦେଶ ପ୍ରଯୁଜ୍ୟ ବୋଲି ଦାବି କରି NIA ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଆଜି ଶୁଣାଣିରେ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ୟାସିନଙ୍କୁ ପକ୍ଷ ରଖିବା ପାଇଁ ନୋଟିସ ଜାରି କରାଯାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 29, 2023, 8:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.