ETV Bharat / bharat

ପୁଣି 4 ଦିନିଆ ଏନଆଇଏ ହେପାଜତକୁ ଗଲେ ସଚିନ ଓ୍ବାଜେ

author img

By

Published : Apr 3, 2021, 9:14 PM IST

4 ଦିନିଆ ଏନଆଇଏ ହେପାଜତକୁ ଗଲେ ସଚିନ ଓ୍ବାଜେ । ସ୍ବତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ପୁଣି 4 ଦିନିଆ ଏନଆଈଏ ହେପାଜତକୁ ଗଲେ ସଚିନ ଓ୍ବାଜେ

ମୁମ୍ବାଇ : ଗିରଫ ମହାରାଷ୍ଟ୍ର ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ପୁଣି 6 ଦିନ ଏନଆଇଏ ହେପାଜତରେ ପଠାଇଛନ୍ତି ସ୍ବତନ୍ତ୍ର କୋର୍ଟ । ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ହେପାଜତକୁ ପଠାଯାଇଛି । ଏବେ ତାଙ୍କୁ ପୁଣି ପଚରାଉଚରା କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ।

ଉଭୟ ମାନସୁଖ ହିରେନ ମୃତ୍ୟୁ ମାମଲା ଏବଂ ଆଣ୍ଟିଲିଆ ସାମ୍ନାରେ ବିସ୍ଫୋରକ ବୋଝେଇ ଗାଡି ରଖିବା ମାମଲାରେ ସଂଗୃହୀତ ଅତିରିକ୍ତ ପ୍ରମାଣ କୋର୍ଟରେ ଦାଖଲ କରିଥିଲା ଏନଆଇଏ । ଉଭୟ ମାମଲାରେ ସଚିନ ଓ୍ବାଜେଙ୍କ ବିରୋଧରେ ଏନଆଇଏ ଦର୍ଶାଇଥିବା ସାକ୍ଷ୍ୟ ପ୍ରମାଣକୁ କୋର୍ଟ ଗ୍ରହଣ କରିବା ସହ ଓ୍ବାଜେଙ୍କୁ ଏପ୍ରିଲ 7 ପର୍ଯ୍ୟନ୍ତ ଏନଆଇଏ ହେପାଜତକୁ ପଠାଇ ଦେଇଛନ୍ତି ।

ଉଭୟ ମାନସୁଖ ହିରେନ ମୃତ୍ୟୁ ମାମଲା ଏବଂ ଆଣ୍ଟିଲିଆ ମାମଲାର ପ୍ରତ୍ୟକ୍ଷ ଷଡଯନ୍ତ୍ରକାରୀ ଭାବେ ଓ୍ବାଜେଙ୍କୁ ଗିରଫ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଓ୍ବାଜେଙ୍କୁ ସହଯୋଗ କରିଥିବା ସହଯୋଗୀ ପୋଲିସ ଅଧିକାରୀମାନେ ମଧ୍ୟ ଏନଆଇଏର ସ୍କାନରକୁ ଆସିଛନ୍ତି । ରିୟାଜ କାଜୀଙ୍କ ପରି ତାଙ୍କର ଅନେକ ସାହାଯ୍ୟକାରୀଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା କରୁଛି ଏନଆଇଏ । ଆଜି ଓ୍ବାଜେଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ତେବେ ସେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ଆବେଦନ କରିଥିଲେ ସୁଦ୍ଧା ତାହା କୋର୍ଟଙ୍କ ଦ୍ବାରା ତାହା ଖାରଜ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.