ETV Bharat / bharat

ଜର୍ମାନ କଷ୍ଟଡିରେ କୁନିଝିଅ, ମୁକୁଳାଇବା ପାଇଁ ଗୁଜୁରାଟୀ ପରିବାରର ଗୁହାରି

author img

By

Published : Oct 15, 2022, 7:34 PM IST

ଜର୍ମାନ ସରକାର କଷ୍ଟଡିରେ ୨୦ ମାସର ଶିଶୁ । ଝିଅର ସଠିକ ଭାବେ ଯତ୍ନ ନେଉନଥିବା ଅଭିଯୋଗରେ ଜର୍ମାନ ସରକାର ନିଜ କଷ୍ଟଡିରେ ଶିଶକୁ ରଖିଥିବା ବେଳେ ମୁକୁଳାଇବା ପାଇଁ ପରିବାରର ଗୁହାରି । ଅଧିକ ପଢନ୍ତୁ

ଜର୍ମାନ କଷ୍ଟଡିରେ କୁନିଝିଅ, ମୁକୁଳାଇବା ପାଇଁ ଗୁଜୁରାଟୀ ପରିବାରର ଗୁହାରି
ଜର୍ମାନ କଷ୍ଟଡିରେ କୁନିଝିଅ, ମୁକୁଳାଇବା ପାଇଁ ଗୁଜୁରାଟୀ ପରିବାରର ଗୁହାରି

ନୂଆଦିଲ୍ଲୀ: ଜର୍ମାନ ସରକାରଙ୍କ କଷ୍ଟଡିରେ ୨୦ ମାସର ଶିଶୁକନ୍ୟା । ଏହି ଶିଶୁକନ୍ୟାକୁ ମାତ୍ର ୭ ମାସ ହୋଇଥିବାବେଳେ ସେ ନିଜ ପରିବାର ଲୋକଙ୍କ ଠାରୁ ବିଚ୍ଛେଦ ହୋଇଥିଲା । ଆଜି ପର୍ଯ୍ୟନ୍ତ ଝିଅକୁ ଆଣିବାରେ ପରିବାର ଅସଫଳ ହୋଇଛନ୍ତି । ଏଥିଲାଗି ଗୁଜୁରାଟୀ ପରିବାର ଧାରଣାରେ ବସିଛନ୍ତି । ଝିଅରେ ଯତ୍ନ ସଠିକ ଭାବରେ ନେଇପାରୁନଥିବା କହି ଧାରା ଶାହ ନାମକ ଜଣେ ଯୁବତୀ ମୁମ୍ବାଇରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଭବେଶକୁ ବିବାହ କରିଥିଲେ ।

ଏହାପରେ ସେମାନେ ୨୦୧୮ ମସିହାରେ ବର୍ଲିନରେ ରହିଥିଲେ । ୨୦୨୦ ମସିହାରେ ସେମାନଙ୍କ ଏକ କନ୍ୟା ସନ୍ତାନ ଜାତ ହୋଇଥିଲା । ଯାହାର ନାମ ସେ ଅରିହା ରଖିଥିଲେ । ଧାରାଙ୍କ ଭଉଣୀ କିଞ୍ଜଲଙ୍କ କହିବାନୁସାରେ, "ଅରିହା ଘରେ ଖେଳୁଥିବା ସମୟରେ ତାକୁ ସାମାନ୍ୟ ଆଘାତ ଲାଗିଥିଲା । ଏହାପରେ ପରିବାର ତାକୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ତାର ଚିକିତ୍ସା ହେବା ପରେ ପରିବାର ତାକୁ ଘରକୁ ଆଣିଥିଲେ ।

ଏହା ବି ପଢନ୍ତୁ- ବନ୍ଦିପୋରା-ସାପୋର ରାସ୍ତାରୁ IED ବୋମା ଉଦ୍ଧାର, ନିଷ୍କ୍ରିୟ କଲା ସ୍କ୍ୱାର୍ଡ

୨ ଦିନ ପରେ ଶିଶୁର ପୁନଃ ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ ପରିବାରକୁ କଲ୍‌ ଆସିଥିଲା । ଏହାପରେ ପରିବାର ପୁଣି ଶିଶୁକୁ ହସ୍ପିଟାଲ ନେଇଥିଲେ । ଏହି ସମୟରେ ପିତାମାତା ଝିଅର ସଠିକ ଭାବେ ଯତ୍ନ ନେଇପାରୁନଥିବା ଅଭିଯୋଗ କରି ଶିଶୁଟିକୁ ନିଜ କଷ୍ଟଡିକୁ ନେଇଥିଲା ଜର୍ମାନ କର୍ତ୍ତୃପକ୍ଷ । ଝିଅକୁ ଫେରସ୍ତ ପାଇବା ଲାଗି ସେହି ଦିନରୁ ପରିବାର ଆଇନଗତ ଯୁଦ୍ଧ ଜାରି ରଖିଛନ୍ତି । ଏବେ ଜର୍ମାନ କର୍ତ୍ତୃପକ୍ଷ DNA ଟେଷ୍ଟ ପାଇଁ କହିଛି ।

ସେପଟେ ପରିବାର କହିଛି ଯେ, ଯଦି ସେ ତାଙ୍କ ସନ୍ତାନକୁ ଫେରାଇବାକୁ ନ ଚାହୁଁଛନ୍ତି ତେବେ ଝିଅକୁ ଏକ ଗୁଜୁରାଟୀ ପରିବାରକୁ ହସ୍ତାନ୍ତର କରନ୍ତୁ । ଯେଉଁଠି ଶିଶୁକନ୍ୟାଟି ଶାକାହାରୀ ଖାଦ୍ୟ ଖାଇବା ସହିତ ଏକ ସୁସ୍ଥ ପରିବେଶରେ ରହିବ । ପରିବାରର କହିବାନୁସାରେ ଜର୍ମାନ ସରକାରଙ୍କ ନିୟମ ଅନୁଯାୟୀ ଯଦି କୌଣସି ସନ୍ତାନ ୧ ବର୍ଷ ଧରି ଜର୍ମାନ ସରକାରଙ୍କ ଦାୟିତ୍ବରେ ରହେ । ତେବେ ସେମାନେ ଚିର ଦିନ ଲାଗି ଉକ୍ତ ସନ୍ତାନକୁ ନିଜ କଷ୍ଟଡିରେ ରଖିବେ ।

ଏଭଳି ସ୍ଥିତିରେ ଝିଅଟି ଗୁଜୁରାଟୀ ଭାଷା କହିବା ପରିବର୍ତ୍ତେ ବିଦେଶୀ ଭାଷାକୁ ନିଜ ମାତୃଭାଷା ଭାବେ ଗ୍ରହଣ କରିବାର ସମ୍ଭାବନା ରହିଛି । ଏଥିଲାଗି ପରିବାର ଜର୍ମାନ ସରକାରଙ୍କ ବୈଦିଶିକ ମନ୍ତ୍ରୀ ଓ ଭାରତରେ ଥିବା ଜର୍ମାନ ରାଷ୍ଟ୍ରଦୂତଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.