ଚେନ୍ନାଇ: ଆସନ୍ତାକାଲି(ଗୁରୁବାର) ସଂଧ୍ୟାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ବାରା ହେବାକୁ ଥିବା ଉତକ୍ଷେପଣ ପାଇଁ ଆଜି ସଂଧ୍ୟାରୁ 24 ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହୋବାକୁ ଯାଉଛି । ଏହି ଉତକ୍ଷେପଣ ଆସନ୍ତକାଲି (ଗୁରୁବାର) ସଂଧ୍ୟାରେ ହେବାକୁ ଯାଉଛି । ଏହି ଉତକ୍ଷେପଣରେ ପୋଲାର ସାଟେଲାଇଟ ଲଞ୍ଚିଂ ଭେଇକଲ୍ (PSLV) ଜରିଆରେ 3 ସିଙ୍ଗାପୁର ଉପଗ୍ରହକୁ ପୃଥିବୀର କକ୍ଷ ପଥରେ ଅବସ୍ଥାପିତ କରାଯିବ । ଏହି ମିଶନର କୋଡ ନାମ (code name) PSLV-C53/DS-EO ରହିିଛି ।
ଏହି ସ୍ବଦେଶୀ ନିର୍ମିତ ଉତକ୍ଷେପଣ ଯାନ PSLV ସିଙ୍ଗାପୁରର 3 ଟି ଉପଗ୍ରହ ନେଇ ମହାକାଶ ଅଭିମୁଖେ ଯାତ୍ରା କରିବ । ଏଥି ମଧ୍ୟରୁ ଦୁଇଟି ଉପଗ୍ରହ କୋରିଆରେ ନିର୍ମିତ ହୋଇଥିବା ବେଳେ ଗୋଟିଏର ଓଜନ 350 କେ.ଜି ଓ ଅନ୍ୟଟି 155 କେ.ଜି ଓଜନ ବିଶିଷ୍ଟ ରହିଛି । ସେହିପରି ତୃତୀୟ ଉପଗ୍ରହଟି ସିଙ୍ଗାପୁର ବିଶ୍ବବିଦ୍ୟାଳୟର ମହାକାଶ ବିଜ୍ଞାନ ବିଭାଗ ଦ୍ବାରା ବିକଶିତ ହୋଇଛି । ଏହା ଆକାରରେ କ୍ଷୁଦ୍ର ଓ ମାତ୍ର 2.8 କିଗ୍ରା ଓଜନ ବିଶିଷ୍ଟ ରହିଛି ।
ଏହି ମିଶନ ସଫଳତାର ସହ ଶେଷ ହେଲେ, ଇସ୍ରୋ ଇତିହାସରେ ଆଉ ଏକ ରେକର୍ଡ ଯୋଡି ହେବ । ଏହି ସଂଖ୍ୟାକୁ ମିଶାଇ ଭାରତୀୟ ଜ୍ଞାନକୌଳରେ ନିର୍ମିତ PSLV ମୋଟ 345 ଟି ବିଦେଶୀ ଉପଗ୍ରହକୁ ମହାକାଶରେ ଅବସ୍ଥାପିତ କରିବାର ରେକର୍ଡ କରିବ । ନିଜ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିବା ପାଇଁ ଏକଦା ଋଷ ଉପରେ ନିର୍ଭର କରୁଥିବା ଭାରତ 1999 ମସିହା ପର ଠାରୁ ସ୍ବାବଲମ୍ବୀ ହୋଇପାରିଛି । ନିଜର PSLV ଜରିଆରେ ଅନ୍ୟରାଷ୍ଟ୍ର ଦ୍ବାରା ବିକଶିତ ଉପଗ୍ରହକୁ ମହାକାଶ ପ୍ରେରଣରେ ସକ୍ଷମ ହୋଇସାରିଛି । ଆସନ୍ତାକାଲି ସଂଧ୍ୟାରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଶତୀଷ ଧାଓ୍ବାନ ମହାକାଶ କେନ୍ଦ୍ରରୁ ଏହି ଉତକ୍ଷପଣ ହେବ । ଆଜି ସଂଧ୍ୟା 5 ରୁ ଉତକ୍ଷେପଣ ପାଇଁ ପୂର୍ବ ପ୍ରକ୍ରିୟା ଓ କୋଡ ଅଫ କଣ୍ଡକ୍ଟ ଅନୁସାରେ କାଉଣ୍ଟ ଡାଉନ ଆରମ୍ଭ ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ