ETV Bharat / bharat

ଦେଶରେ 24 ଘଣ୍ଟାରେ ନୂଆ 45,209 ଆକ୍ରାନ୍ତ ଚିହ୍ନଟ, 501 ମୃତ

author img

By

Published : Nov 22, 2020, 10:10 AM IST

ଦେଶରେ ଥମିବାର ନାଁ ଧରୁନି ମହାମାରୀ ସଂକ୍ରମଣ । କିଛି ଦିନର ବ୍ୟବଧାନରେ ଦେଶରେ ପୁଣି ଗୋଟିଏ ଦିନରେ 45 ହଜାରରୁ ଉପରେ କୋରୋନା ସଂକ୍ରମଣ ରେକର୍ଡ ହୋଇଛି । ଅଧିକ ପଢନ୍ତି...

corona update: 45,209 new covid19 infections and 501 new death report in last 24 hrs in india
ଦେଶରେ 24 ଘଣ୍ଟାରେ ନୂଆ 45,209 ଆକ୍ରାନ୍ତ ଚିହ୍ନଟ, 501 ମୃତ

ନୂଆଦିଲ୍ଲୀ: ଦେଶର ଉତ୍ତର ଓ ମଧ୍ୟ ଭାଗରେ ତୃତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଆରମ୍ଭ ହୋଇଛି । ଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶ ଓ ଗୁଜୁରାଟରେ ସ୍ଥିତି ଖରାପ ହେବାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି । ଏପଟେ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଙ୍ଗୀନ ହେଉଛି ସଂକ୍ରମଣ । ଦେଶରେ କିଛି ଦିନର ବ୍ୟବଧାନରେ ପୁଣି ଗୋଟିଏ ଦିନରେ 45 ହଜାରରୁ ଉପରେ କୋରୋନା ସଂକ୍ରମଣ ରେକର୍ଡ ହୋଇଛି । ବର୍ତ୍ତମାନ ସମୟରେ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହେଉଥିବାବେଳେ, ଦିଲ୍ଲୀରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସୁଛି ଯାହା ଏବେ ଚିନ୍ତାର କାରଣ ପାଲଟିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, ଗତ 24 ଘଣ୍ଟାରେ 45 ହଜାର 209 ଟି ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 501 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 90 ଲକ୍ଷ 95 ହଜାର 807ରେ ପହଞ୍ଚିଛି । ସେଥିମଧ୍ୟରୁ ମୋଟ 1 ଲକ୍ଷ 33 ହଜାର 227 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ସେହିପରି ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ 85 ଲକ୍ଷ 21 ହଜାର 617 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବାବେଳେ, ବର୍ତ୍ତମାନ 4 ଲକ୍ଷ 40 ହଜାର 962 ଜଣ ସଂକ୍ରମିତ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.