ETV Bharat / bharat

NITI Aayog meeting: ସଂଘୀୟ ସହଭାଗୀତା ହିଁ ମହାମାରୀ ଲଢେଇକୁ ସଫଳ କରିଛି, କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହେଲା ନୀତି ଆୟୋଗର 7ମ ବୈଠକ । କୋଭିଡ ସଂକ୍ରମଣ ପରେ ପ୍ରଥମ ପ୍ରତ୍ୟେକ୍ଷ ବୈଠକ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ସାମିଲ । ସ୍ଥାନ ପାଇଲା ବିଭିନ୍ନ ପ୍ରଦେଶିକ ପ୍ରସଙ୍ଗ । କୋଭିଡ ବିରୋଧୀ ଲଢେଇରେ ରାଜ୍ୟମାନଙ୍କ ଭୂମିକାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Aug 7, 2022, 10:06 PM IST

NITI Aayog meeting: ସଂଘୀୟ ସହଭାଗୀତା ହିଁ ମହାମାରୀ ଲଢେଇକୁ ସଫଳ କରିଛି, କହିଲେ ପ୍ରଧାନମନ୍ତ୍ରୀ
NITI Aayog meeting: ସଂଘୀୟ ସହଭାଗୀତା ହିଁ ମହାମାରୀ ଲଢେଇକୁ ସଫଳ କରିଛି, କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ ମହାମାରୀ ମୁକାବିଲାରେ ରାଜ୍ୟମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କେନ୍ଦ୍ର ସହ ସହଭାଗୀତା ଭିତ୍ତିରେ ରାଜ୍ୟମାନେ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ ସଫଳତାର ସହିତ ସମ୍ପାଦନ କରିଛନ୍ତି । ସଂଘୀୟ ବ୍ୟବସ୍ଥାରେ ଏହି ସହଯୋଗ ହିଁ କୋଭିଡ ମହାମାରୀ ବିରୋଧୀ ଲଢେଇକୁ ସଫଳ କରିପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନୀତି ଆୟୋଗ (NITI Aayog)ର 7ମ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟମାନଙ୍କୁ ପ୍ରଶଂସା କରିଛନ୍ତି ।

ବୈଠକରେ ଅଧ୍ୟକ୍ଷତା କରିଥିବା ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ‘‘ମହାମାରୀ ସମୟରେ ପ୍ରତ୍ୟେକ ରାଜ୍ୟ ନିଜର ସାମର୍ଥ୍ୟ ଓ ଦକ୍ଷତା ଅନୁସାରେ ସେମାନଙ୍କର ଦାୟିତ୍ବ ତୁଲାଇବାରେ କୌଣସି ଅବସର ଛାଡି ନାହାନ୍ତି । ଭାରତର କୋଭିଡ ମହାମାରୀ ଲଢେଇରେ ସମସ୍ତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଓ ଅବଦାନ ରହିଛି । ଏହି ସଂଘୀୟ ବ୍ୟବସ୍ଥାର ଥିବା ଶକ୍ତି ଭାରତ ପରି ଏକ ବିକାଶଶୀଳ ଦେଶର କୋଭିଡ ବିରୋଧୀ ଲଢେଇକୁ ସାରା ବିଶ୍ବରେ ପରିଚୟ ଦେଇଛି । ଭାରତ ବର୍ତ୍ତମାନ ମହାମାରୀ ସମୟରେ ବିଶ୍ବଗୁରୁ ଭାବେ ମଧ୍ୟ ସାରା ବିଶ୍ବରେ ପରିଚୟ ପାଇଛି ।’’

ତେବେ କୋଭିଡ ମହାମାରୀ ପରେ ଏହା ହେଉଛି ନୀତି ଆୟୋଗର ପ୍ରଥମ ପ୍ରତ୍ୟେକ୍ଷ ବୈଠକ । 2021 ରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଭର୍ଚ୍ଚୁଆଲି ହୋଇଥିଲା । ଆଜିର ଏହି ବୈଠକରେ 23 ରାଜ୍ୟର ମୁଖ୍ୟମନ୍ତ୍ରୀ, 3 କେନ୍ଦ୍ର ଶାସିତ ଅଞ୍ଚଳର ଉପ ରାଜ୍ୟପାଳ ଓ 2 କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକ ଅଂଶଗ୍ରହଣ କରିଥିଲେ ।

ଉଦଘାଟନୀ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି, କୋଭିଡ ବିରୋଧୀ ଲଢେଇରେ ଭାରତର ସାମର୍ଥତା ଓ କେନ୍ଦ୍ର-ରାଜ୍ୟ ମିଳିତ ସହଯୋଗର ଉଦାହରଣ ଦେଇ ରାଜ୍ୟମାନଙ୍କୁ ପ୍ରଶଂସା କରିଥିଲେ । କୋଭିଡ ସମୟରେ କେମିତି ସୀମିତ ସମ୍ବଳରେ ମଧ୍ୟ ଉଚିତ ରଣନୀତି ଓ ସମନ୍ବୟ ଦ୍ବାରା ଆହ୍ବାନକୁ ସଫଳତାର ସହ ସାମ୍ନା କରାଯାଇପାରେ, ତାହାର ଏକ ବାର୍ତ୍ତା ବିଶ୍ବର ସମସ୍ତ ବିକାଶଶୀଳ ଦେଶକୁ ଭାରତ ଶିଖାଇଛି ବୋଲି ପ୍ରଧାମନ୍ତ୍ରୀ କହିଥିଲେ ।

ସେହିପରି ଆସନ୍ତା ବର୍ଷ (2023)ରେ ଭାରତ ପ୍ରଥମ ଥର ଜି-20 ସମ୍ମିଳନୀର ଆୟୋଜକ ହେବାକୁ ଯାଉଥିବା ପ୍ରସଙ୍ଗକୁ ମଧ୍ୟ ବୈଠକରେ ଉଠାଇଛନ୍ତି ମୋଦି । ଏହା ଦେଶ ପାଇଁ ଏକ ବଡ ଅବସର, କେବଳ ରାଜଧାନୀ ଦିଲ୍ଲୀ ନୁହେଁ ବରଂ ବିଶ୍ବ ସମୁଦାୟକୁ ଏହି ଅବସରରେ ଭାରତର ବିଭିନ୍ନ ଦେଶ ଓ କେନ୍ଦ୍ର ଶାସିତ ଅଞ୍ଚଳର ଦର୍ଶନ କରାଇବାର ଏକ ବଡ ଅବସର ଆସିଛି ବୋଲି ପ୍ରଧାନମନ୍ତ୍ରୀ କିହଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଶିକ୍ଷାନୀତି ଲାଗୁ କରିବା ନେଇ ରାଜ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ସେହିପରି ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପ ରାଜ୍ୟପାଳମାନେ ସେମାନଙ୍କର ପ୍ରାଦେଶିକ ସମସ୍ୟା, ଆହ୍ବାନ ଓ ସଫଳତା ସମ୍ପର୍କରେ ନିଜ ସମ୍ବୋଧନରେ କହିଥିଲେ । ସେମାନେ କେନ୍ଦ୍ର ସରକାର ଠାରୁ ଆଶା କରୁଥିବା ସାହାଯ୍ୟ ଓ ସହଯୋଗ ସମ୍ପର୍କରେ ମଧ୍ୟ ଦାବି ରଖିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ 3-T ସୂତ୍ର ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଭାରତୀୟଙ୍କ ଦ୍ବାରା ବାଣିଜ୍ୟ, ପର୍ଯ୍ୟଟନ ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ଆଗକୁ ବଢିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

ସେହିପରି ‘‘ଭୋକାଲ ଫର ଲୋକାଲ’’ କେବଳ ଏକ ଏଜେଣ୍ଡା ନୁହେଁ ବରଂ ଆମ ସମସ୍ତଙ୍କ ଏକ ସାଧାରଣ ସ୍ବାର୍ଥ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ଆଜି ଏହି ନୀତି ଆୟୋଗର ସପ୍ତମ ବୈଠକ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ । ତେଲେଙ୍ଗାନା ବ୍ୟତୀତ ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପ ରାଜ୍ୟପାଳ ଓ କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀମାନେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.