ETV Bharat / bharat

ଉତ୍ତରାଖଣ୍ଡରେ କଂଗ୍ରେସକୁ ଲାଗିପାରେ ଝଟକା, ଦଳ ଛାଡିପାରନ୍ତି ହରିଶ ରାୱତ - ଉତ୍ତରଖଣ୍ଡରେ କଂଗ୍ରେସ ପାଇଁ ବଢିଲା ଚିନ୍ତା

ଉତ୍ତରଖଣ୍ଡ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିପାରେ ଶକ୍ତ ଝଟକା । ରାଜନୀତିରୁ ସନ୍ୟାସ ନେବା ନେଇ ସଙ୍କେତ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ କଂଗ୍ରେସକୁ ଲାଗିପାରେ ଝଟକା, ଦଳ ଛାଡିପାରନ୍ତି ହରିଶ ରାୱତ

author img

By

Published : Dec 23, 2021, 3:58 PM IST

ଡେରାଡୁନ: ଉତ୍ତରାଖଣ୍ଡରେ କଂଗ୍ରେସକୁ ଲାଗିପାରେ ଶକ୍ତ ଝକଟା । ପ୍ରଥମେ ସିଦ୍ଧୁ ଏବଂ କ୍ୟାପ୍ଟେନଙ୍କ ପରେ ଏବେ ହାତ ଛାଡି ପାରନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ । ମାସ କେଇଟା ପରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ । ନିର୍ବାଚନୀ ନଦୀ ପାର୍ ହେବାକୁ କଂଗ୍ରେସ ଯୋଜନା କରୁଥିବାବେଳେ ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ । ରାୱତଙ୍କ ଟ୍ବିଟ୍ ଏବଂ ଫେସବୁକ୍ ପୋଷ୍ଟରୁ ତାଙ୍କର ଦଳ ପ୍ରତି ଅସନ୍ତୋଷ ଏବଂ ରାଜନୀତି ଛାଡିବାର ଆଭାସ ମିଳିଛି ।

  • #चुनाव_रूपी_समुद्र
    है न अजीब सी बात, चुनाव रूपी समुद्र को तैरना है, सहयोग के लिए संगठन का ढांचा अधिकांश स्थानों पर सहयोग का हाथ आगे बढ़ाने के बजाय या तो मुंह फेर करके खड़ा हो जा रहा है या नकारात्मक भूमिका निभा रहा है। जिस समुद्र में तैरना है,
    1/2 pic.twitter.com/wc4LKVi1oc

    — Harish Rawat (@harishrawatcmuk) December 22, 2021 " class="align-text-top noRightClick twitterSection" data=" ">

କଂଗ୍ରେସର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ରାୱତ କହିଛନ୍ତି, ନିର୍ବାଚନ ରୂପକ ସମୁଦ୍ରରେ ଦଳ ଅନେକ ମଗରମାଛକୁ ଛାଡିଛି । ଯେଉଁମାନଙ୍କ ନିର୍ଦ୍ଦେଶରେ ମୋତେ ପହଁରିବାକୁ ପଡିବ, ସେମାନଙ୍କ ପ୍ରତିନିଧିମାନେ ହିଁ ମୋ ହାତଗୋଡ ବାନ୍ଧୁଛନ୍ତି । ତେଣୁ ବର୍ତ୍ତମାନ ବିଶ୍ରାମ ନେବାର ସମୟ ବୋଲି କହିଛନ୍ତି ରାୱତ । ରାୱତଙ୍କ ଏହି ଟ୍ବିଟରୁ ସେ ଖୁବଶୀଘ୍ର ଦଳ ଛାଡିବାକୁ ଯାଉଥିବା ସଙ୍କେତ ମିଳିଛି ।

ନିକଟରେ ପଞ୍ଜାବ କଂଗ୍ରେସର ପ୍ରଭାରୀ ପଦରୁ ହଟିଛନ୍ତି ହରିଶ ରାୱତ । ପଞ୍ଜାବ କଂଗ୍ରେସରେ ବିପର୍ଯ୍ୟୟ ମୁକାବିଲାରେ ଅସଫଳ ରାୱତଙ୍କ ସ୍ଥାନରେ ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ ଓ ଚଣ୍ଡିଗଡର ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.