ETV Bharat / bharat

ହିମାଚଳ ପ୍ରଦେଶରେ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା

author img

By

Published : Sep 13, 2022, 11:15 AM IST

ହିମାଚଳ ପ୍ରଦେଶ ଉନାରେ ଜଣେ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଛି । ମୃତ କଂଗ୍ରେସ କର୍ମକର୍ତ୍ତା ହେଲେ ରବିନ୍ଦ୍ର କୁମାର ସେଠୀ । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ କଂଗ୍ରେସ କର୍ମୀଙ୍କ ଗୁଳି କରି ହତ୍ୟା

ସିମଲା: ହିମାଚଳ ପ୍ରଦେଶ ଉନାରେ ଜଣେ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଛି । ଏହି ଗୁଳିକାଣ୍ଡରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଭଣଜା ମଧ୍ୟ ଆହତ ହୋଇଛନ୍ତି । ଅଜଣା ଲୋକ ଏପରି କାଣ୍ଡ ଘଟାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କଂଗ୍ରେସ କର୍ମକର୍ତ୍ତା ଦୁଲହଡ ନିବାସୀ ରବିନ୍ଦ୍ର କୁମାର ସେଠୀ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଏହାରି ଭିତରେ ଅଚନାକ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ରବିନ୍ଦ୍ରଙ୍କ ଛାତିକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ରବିନ୍ଦ୍ରଙ୍କ ସହ ଥିବା ତାଙ୍କ ଭଣଜା କେଶବ ଦୁର୍ବୃତ୍ତଙ୍କ ଉପରକୁ ଆକ୍ରମଣ କରିଥିଲେ ମାତ୍ର ସେମାନେ ସେଠାରୁ ଖସି ପଳାଇଥିଲେ । କେଶବ ମଧ୍ୟ ଆହତ ହୋଇଛନ୍ତି ।

ଆକ୍ରମଣକାରୀମାନେ କେଶବଙ୍କ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିପାଇଁ ସେ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ରବିନ୍ଦ୍ରଙ୍କୁ ଉଦ୍ଧାର କରି ଦୁଲେହଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ରବିନ୍ଦ୍ରଙ୍କୁ ଅନ୍ୟ ଏକ ହସ୍ପିଟାଲ ରେଫର କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେଶବଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଅଧୀକ୍ଷକ ଅର୍ଜିତ ସେନ ଠାକୁର କହିଛନ୍ତି ଆକ୍ରମଣକାରୀଙ୍କୁ ଖୋଜା ଚାଲିଛି । ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ଏ ନେଇ କୌଣସି ସୂଚନା ମିଳିନାହିଁ । ଘଟଣା ପରେ ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରୀ କାନୁନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ହତ୍ୟାଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟାଭୟ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ...ଦିଲ୍ଲୀ ପୋଲିସ ହେଡ୍‌ କନଷ୍ଟେବଳଙ୍କ ଆତ୍ମହତ୍ୟା

ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରୀ ମୃତକ ରବୀନ୍ଦ୍ରଙ୍କ ପରିବାରକୁ ଭେଟିଥିଲେ । ହିମାଚଳ ପ୍ରଦେଶରେ କାନୁନ ବ୍ୟବସ୍ଥା ଭୁଶୁଡିଛି । ଭାଜପା ସରକାରଙ୍କ କାର୍ଯ୍ୟକାଳରେ ଆଇନ ବ୍ୟବସ୍ଥା ଅବାଟକୁ ଯାଇଛି । ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି କହିଛନ୍ତି ମୁକେଶ ଅଗ୍ନିହୋତ୍ରୀ । ଦୋଷୀଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.