ନୂଆଦିଲ୍ଲୀ: ଆଜି ବଜେଟ ଅଧିବେଶନ ପରେ 'ଚିନ୍ତନ ଶିବିର' କରିବ କଂଗ୍ରେସ । ୫ ରାଜ୍ୟରେ ସରିଥିବା ବିଧାନସଭା ନିର୍ବାଚନରେ କଂଗ୍ରେସରେ ଶୋଚନୀୟ ପରାଜୟ ପରେ ଆଜି ଏହି ଶିବିର କରିବ କଂଗ୍ରେସ । ଦଳର ବରିଷ୍ଠ ଅଧିକାରୀ ମାନେ ଏଥିରେ ସାମିଲ ହେବା ନେଇ ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ସୂଚନା ଦେଇଛନ୍ତି ।
ଗତକାଲି (ରବିବାର) କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏକ ବୈଠକ ବସିଥିଲା । ଯେଉଁଥିରେ କି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳର ପରାଜୟ ନେଇ ଆଲୋଚନା ହୋଇଥିଲା । ୫ ଘଣ୍ଟା ଧରି ବସିଥିଲା ଏହି CWC ବୈଠକ । ଗଣମାଧ୍ୟମକୁ ସମ୍ବୋଧିତ କରି ଭେନୁଗୋପାଲ କହିଥିଲେ ଯେ ଆଗାମୀ ୨୦୨୨, ୨୦୨୩ ଓ ୨୦୨୪ରେ ହେବାକୁ ଥିବା ନିର୍ବାଚନକୁ ନେଇ ଦଳର ବରିଷ୍ଠ ଅଧିକାରୀ ଆଲୋଚନା କରିବେ । ଆଜି ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଏହା ଶେଷ ହେବାପରେ 'ଚିନ୍ତନ ଶିବିର' ଆରମ୍ଭ ହେବ ।
@ANI