ETV Bharat / bharat

UP Assembly Polls: କଂଗ୍ରେସ ଘୋଷଣା କଲା ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

author img

By

Published : Feb 8, 2022, 7:06 AM IST

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ଅଷ୍ଟମ ପ୍ରାର୍ଥୀ ତାଲିକା । ୧୦ ଜଣ ମହିଳା ପ୍ରାର୍ଥୀଙ୍କ ନାମ ମଧ୍ୟ ରହିଛି ତାଲିକାରେ । ଅଧିକ ପଢନ୍ତୁ

UP Assembly Polls : କଂଗ୍ରେସ ଘୋଷଣା କଲା ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ଅଷ୍ଟମ ପ୍ରାର୍ଥୀ ତାଲିକା । ଏହି ପ୍ରାର୍ଥୀ ତାଲିକାରେ ୨୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ସେଥି ମଧ୍ୟରୁ ୧୦ ଜଣ ମହିଳା ପ୍ରାର୍ଥୀ ମଧ୍ୟ ରହିଛନ୍ତି । ଏହା ପୂର୍ବରୁ ଚଳିତ ବିଧାନସଭାରେ ମହିଳାଙ୍କୁ ୪୦ ପ୍ରତିଶତ ସିଟ୍ ଦେବା ନେଇ ଘୋଷଣା କହିଥିଲା ଦଳ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଲଢେଇରେ ମହିଳାଙ୍କୁ ସାମିଲ କରାଯାଇଛି । ଆମେଠୀ ବିଧାନସଭା ଆସନରୁ ଲଢିବା ପାଇଁ ଦଳ ଆଶିସ ଶୁକ୍ଲାକୁ ପ୍ରାର୍ଥୀ କରିଛି ।

ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବାବେଳେ ପ୍ରିୟଙ୍କା କହିଥିଲେ ଯେ ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରୁଥିବା ଲୋକଙ୍କୁ ଏକ ସୁଯୋଗ ଦେବାକୁ ଚାହୁଁଛୁ, ତେଣୁ ପ୍ରକୃତ ଲୋକ ନିର୍ବାଚନ ଲଢିବାର ସୁଯୋଗ ପାଇବେ । ମହିଳାମାନଙ୍କୁ ରାଜନୈତିକ ଅଧିକାର ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

କଂଗ୍ରେସ ନେତା କହିଛନ୍ତି ଯେ ଦଳ ରାଜ୍ୟର ରାଜନୈତିକ କାହାଣୀକୁ ବଦଳାଇବାକୁ ଚେଷ୍ଟା କରିଛି । ଚାକିରୀ, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା ତଥା ଅନ୍ୟାନ୍ୟ ମହିଳା ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ଚାହୁଁଛି।

ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶରେ ୪୦୩ ଆସନରେ ଆସନ୍ତା ଫେବୃୟାରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଫେବୃଆରୀ ୧୦,୧୪,୨୦, ୨୩,୨୭,୩,୭ ରେ ପଡିବ ଭୋଟ୍ । ଏହାସହ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.