ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଦେଇଥିବା ‘ବିଷଧର ସାପ’ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଥାଏ, ସେଥିପାଇଁ ସେ ଦୁଖିତଃ ବୋଲି କହିଛନ୍ତି । ଆଜି ଅପରାହ୍ନରେ ସେ କର୍ଣ୍ଣାଟକରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ ସହ ତୁଳନା କରିଥିଲେ । ଖଡଗେଙ୍କ ଏହି ମନ୍ତବ୍ୟ ପରେ ବିଜେପି ତାଙ୍କୁ ଓ ଦଳ କଂଗ୍ରେସକୁ କଡା ସମାଲୋଚନା କରିଥିଲେ ।
-
Congress president Mallikarjun Kharge offers an apology for his comment on PM Modi
— ANI (@ANI) April 27, 2023 " class="align-text-top noRightClick twitterSection" data="
If my statement has hurt anyone, if it was misconstrued and distressed anyone, I will express special regret for it: Mallikarjun Kharge
(File pic) pic.twitter.com/lgENyqpvEX
">Congress president Mallikarjun Kharge offers an apology for his comment on PM Modi
— ANI (@ANI) April 27, 2023
If my statement has hurt anyone, if it was misconstrued and distressed anyone, I will express special regret for it: Mallikarjun Kharge
(File pic) pic.twitter.com/lgENyqpvEXCongress president Mallikarjun Kharge offers an apology for his comment on PM Modi
— ANI (@ANI) April 27, 2023
If my statement has hurt anyone, if it was misconstrued and distressed anyone, I will express special regret for it: Mallikarjun Kharge
(File pic) pic.twitter.com/lgENyqpvEX
ଖଡଗେ ଖବର ସରବରାହ ସଂସ୍ଥା ANI କୁ ପ୍ରତିକ୍ରିୟା ଦେଇ କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ମନ୍ତବ୍ୟ ଯଦି କାହାକୁ କଷ୍ଟ ଦେଇଛି, ସେ ଏଥିପାଇଁ ଦୁଖିତଃ ବୋଲି କହିଛନ୍ତି । ଗଣମାଧ୍ୟମରେ ଏନେଇ ସଫେଇ ରଖିଥିଲେ ଖଡଗେ । କହିଥିଲେ ତାଙ୍କର ଏହି ବିଷଧର ସାପ ମନ୍ତବ୍ୟ ବ୍ୟକ୍ତିଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ନଥିଲା ବଂର ତାଙ୍କ ଭାରତୀୟ ଜନତା ପାର୍ଟିର ବିଚାରଧାରା ବିରୋଧରେ ଥିଲା ।
ଏହି ମନ୍ତବ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ହେବା ପରେ ବହୁ ବରିଷ୍ଠ ନେତା ଖଡଗେ ଓ କଂଗ୍ରେସକୁ ସମାଲୋଚନା କରିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ, ଖଡଗେଙ୍କ ମାନସିକତାରେ ବିଷ ଭରି ରହିଥିବା କଥା କହିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁରାଗ ଠାକରୁ ପ୍ରମୁଖ ମଧ୍ୟ ଖଡଗେଙ୍କ ବୟାନକୁ କଡ଼ା ନିନ୍ଦା କରିଥିଲେ । ପ୍ରଥମେ ଏହାକୁ ଅସ୍ବୀକାର କରିଥିଲେ ଖଡଗେ । ଏହି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ନୁହେଁ ବରଂ ବିଜେପି ଦଳ ପ୍ରତି ଥିଲା ବୋଲି କହିଥିବା ଖଡଗେ ଏବେ ଗଣମାଧ୍ୟମରେ ନିଜ ମନ୍ତବ୍ୟ ନେଇ ଦୁଖଃ ପ୍ରକାଶ କରିଛନ୍ତି ।
ଏହି କର୍ଣ୍ଣାଟକରେ 2019 ରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ତତ୍କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ । ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ଯସ୍ତ ହୋଇଛି । ଘଟଣାର 4ବର୍ଷ ପରେ ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେବା ସହ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ପାଇଛନ୍ତି । ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ତାଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଛି । ଯାହାକୁ ନେଇ ସେ ଆଇନଗତ ଲଢେଇ ଜାରି ରଖିଛନ୍ତି । ଏବେ ବର୍ତ୍ତମାନର ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାପ କହି ବିବାଦକୁ ଆସିଛନ୍ତି । ଅବଶ୍ୟ ବିବାଦ ବଢିବା ପୂର୍ବରୁ ସେ ସୌଜନ୍ୟମୂଳକ କ୍ଷମା ପ୍ରାର୍ଥନା କରିସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ