ETV Bharat / bharat

ଗୁଜୁରାଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ, ଭୟରେ ଜଙ୍ଗଲରେ ଲୁଚିଲେ କାନ୍ତୀ ଖରାଡି - ଦନ୍ତା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ

ଗୁଜୁରାଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ । ବିଜେପି ଆକ୍ରମଣ କରିଥିବା ଆଭିଯୋଗ ଆଣିଲେ ଦନ୍ତା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିବା କାନ୍ତୀ ଖରାଡି । ଅଧିକ ପଢନ୍ତୁ

ପ୍ରଚାର କରିବାକୁ ଯାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ

author img

By

Published : Dec 5, 2022, 9:22 AM IST

ଗାନ୍ଧୀନଗର: ଆଜି ଗୁଜୁରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଶନିବାର ପ୍ରଚାର କରିବାକୁ ଯାଇଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦନ୍ତା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିବା କାନ୍ତୀ ଖରାଡି ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରେ କଂଗ୍ରେସ ପ୍ରାର୍ଥୀଙ୍କ ଗାଡି ଓଲଟି ପଡିଥିବା ବେଳେ ୭ରୁ ୮ଜଣ ଆହତ ହୋଇଛନ୍ତି । ଦନ୍ତାର ବୋର୍ଡିଆଲା ବମଡରା ଅଞ୍ଚଳରେ କିଛି ଲୋକ ତାଙ୍କୁ ଆକ୍ରମଣ କରିବାରୁ ଏଥିରୁ ବର୍ତ୍ତିବା ପାଇଁ ସେ ଏକ ଜଙ୍ଗଲରେ ଲୁଚିଥିଲେ । ଆକ୍ରମଣର ୪ ଘଣ୍ଟା ପରେ କାନ୍ତି ଖରାଡିଙ୍କୁ ପୋଲିସ ଯୋଗାଯୋଗ କରିଥିଲା ।

ଆକ୍ରମଣର ଶିକାର ହେବା ପରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ କାନ୍ତୀ ଖରାଡି । ଦନ୍ତା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଲଡୁ ପରଘି ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି । କାନ୍ତୀ ଖରାଡି ଅଭିଯୋଗ କରି କହିଛନ୍ତି ଯେ, ‘‘ ମୁଁ ମୋର ଭୋଟରଙ୍କ ନିକଟକୁ ଯାଉଥିଲି । ବିଜେପି ପ୍ରାର୍ଥୀ ଲଡୁ ପରଘି,ଏଲ କେ ବାରାଦ ଏବଂ ତାଙ୍କ ଭାଇ ଭଦନ ଖଣ୍ଡା ଦ୍ୱାରା ମୋତେ ଆକ୍ରମଣ କରିଥିଲେ । ଆମର ଗାଡି ବାମୋଡାରା ଦେଇ ଯାଉଥିବା ବେଳେ ବିଜେପି ପ୍ରାର୍ଥୀ ରାସ୍ତା ଅବରୋଧ କରିଥିଲେ, ଏହାପରେ ଆମେ ପଛକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ କିଛି ଲୋକ ଆସି ଆମକୁ ଆକ୍ରମଣ କରିଥିଲେ ।''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ଏହା ସବୁ ଯାହାବି ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନିର୍ବାଚନ ଥିବାରୁ ମୁଁ ମୋ ଅଞ୍ଚଳକୁ ଯାଉଥିଲି । କିନ୍ତୁ ସେଠାରେ ବାତାବରଣ ଭଲ ନଥିବାରୁ ମୁଁ ସେଠାରୁ ଫେରିଆସିବାକୁ ସ୍ଥିର କରିଥିଲି । ଆମ କାର ସେଠାରୁ ଫେରୁଥିବା ବେଳେ କିଛି କାର ଆମର ପିଛା କରିଥିଲା । ଦନ୍ତା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଲାଟୁ ପରଘୀ ଏବଂ ତାଙ୍କ ଅନ୍ୟ ୨ଜଣ ସହଯୋଗୀ ଯୋଗୁଁ ଖଣ୍ଡା ଧରି ଆସିଥିଲେ । ଏହାପରେ ଆମେ ଭୟରେ ୧୦ରୁ ୧୫ କିଲୋମିଟର ଦୌଡି ଏକ ଜଙ୍ଗଲରେ ୨ଘଣ୍ଟା ଧରି ରହିଥିଲୁ । ''

ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି ଯେ, କଂଗ୍ରେସ ଆଦିବାସୀ ନେତା ତଥା ଦନ୍ତା ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା କାନ୍ତିଭାଇ ଖରାଡିଙ୍କୁ ବିଜେପିର ଗୁଣ୍ଡାମାନେ ଅତି ନିର୍ମମ ଭାବେ ଆକ୍ରମଣ କରିଛନ୍ତି ଏବଂ ବର୍ତ୍ତମାନ ସେ ନିଖୋଜ ଅଛନ୍ତି ''।

ଦନ୍ତା ବିଧାନସଭା ଆସନ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପାଇଁ ସଂରକ୍ଷିତ ରହିଛି । ଏହି ଆସନରୁ କଂଗ୍ରେସରୁ ଖରାଡି ଏବଂ ବିଜେପିର ଲଡୁଭାଇ ପରଘି ଲଢେଇ କରୁଛନ୍ତି । ଏହି ଘଟଣା ଦନ୍ତାର ବୋର୍ଡିଆଲା ବମଡରା ଅଞ୍ଚଳରେ ଘଟିଛି । ଯେତେବେଳେ କାନ୍ତି ଖରାଡିଙ୍କୁ ଆକ୍ରମଣ କରାଯାଇଥିଲା, ସେ ଦୌଡ଼ି ପଳାଇ ଜଙ୍ଗଲରେ ଲୁଚି ରହିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.