ETV Bharat / bharat

Karnataka Mandate: ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

author img

By

Published : May 18, 2023, 5:36 PM IST

ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କଲା କଂଗ୍ରେସ । ଦଳୀୟ ପ୍ରତିନିଧି ଭାବେ ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହେଲୋଟଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ଜି.ପରମେଶ୍ବର । 20ରେ ଶପଥ ଗ୍ରହଣ ସମାରୋହ । ଅଧିକ ପଢନ୍ତୁ

Karnataka: ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସରକାର ଗଠନ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛି କଂଗ୍ରେସ । ଆଜି ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡ.ଜି ପରମେଶ୍ବର ଦଳୀୟ ପ୍ରତିନିଧି ଭାବେ ରାଜ୍ୟପାଳ ରାଓ୍ବରଚାନ୍ଦ ଗେହେଲଟଙ୍କୁ ରାଜଭବନରେ ସାକ୍ଷତ କରି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆସନ ବୁଝାମଣା ପରେ ଉଭୟ ସିଦ୍ଧରମୈୟା ଓ ଡି.କେ ଶିବକୁମାର ଦିଲ୍ଲୀରୁ ବେଙ୍ଗାଲୁରୁ ଫେରୁଛନ୍ତି ।

ସୂଚନା ଅନୁସାରେ 20 ତାରିଖରେ କଂଗ୍ରେସ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଶପଥ ଗ୍ରହଣ କରିବେ । ଦୀର୍ଘ 4ଦିନର କସରତ ପରେ ଦଳ ଉଭୟଙ୍କ ମଧ୍ୟରେ ଥିବା ମୁଖ୍ୟମନ୍ତ୍ରୀ ଆସନ ପ୍ରତିଦ୍ବନ୍ଦ୍ବିତାକୁ ପ୍ରଶମିତ କରିବାରେ ସଫଳ ହୋଇଛି । ହାଇକମାଣ୍ଡଙ୍କ ସହ ସାକ୍ଷାତ କରିବାକୁ ଦିଲ୍ଲୀ ଯାଇଥିବା ଉଭୟ ନେତା ଆଜି ସଂଧ୍ୟା ସୁଦ୍ଧା ବେଙ୍ଗାଲୁରୁ ଫେରିବାର ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀ ପଦ ସ୍ପଷ୍ଟ ନହେବା ପୂର୍ବରୁ ମଧ୍ୟ 20 ତାରିଖରେ କଂଗ୍ରେସ ସରକାରର ଶପଥ ଗ୍ରହଣ ଉତ୍ସବ ହେବା ନେଇ ଦଳର ରାଜ୍ୟ ପ୍ରଭାରୀ ରଣଦ୍ବୀପ ସୂର୍ଯେଓ୍ବାଲା ସୂଚନା ଦେଇସାରିଥିଲେ । ଏହି ଭବ୍ୟ ସମାରୋହରେ କଂଗ୍ରେସ ସମାନ ବିଚାରଧାରର କିଛି ଦଳ ମୁଖ୍ୟଙ୍କୁ ମଧ୍ୟ ଅତିଥି ଭାବେ ନିମନ୍ତ୍ରଣ କରିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ନେଇ ସ୍ପଷ୍ଟତା ଆସିସାରିଥିବା ବେଳେ ମନ୍ତ୍ରୀମଣ୍ଡଳ ଚିତ୍ର ସମ୍ପର୍କରେ କୌଣସି ସୂଚନା ମିଳିନି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କେତେଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ ସେନେଇ ମଧ୍ୟ ସୂଚନା ମିଳିନି ।

ଆଜି ସଂଧ୍ୟାରେ ଦଳର ବିଧାୟକ ଦଳ ବୈଠକ ବସିବ । ଉକ୍ତ ବୈଠକରେ ସିଦ୍ଧରମୈୟା ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବ । କଂଗ୍ରେସ ଚଳିତ ବିଧାନସଭା ନିର୍ବାଚନରେ ମୋଟ 135 ଆସନ ଜିତି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବାକୁ ଯାଉଛି । ଶାସନରେ ଥିବା ଭାରତୀୟ ଜନତା ପାର୍ଟି ମାତ୍ର 65 ଆସନରେ ସୀମିତ ରହି ଏବେ ବିରୋଧୀ ଦଳ ଭୂମିକାକୁ ଆସିବାକୁ ଯାଉଛି । ଚଳିତଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବା ସିଦ୍ଧରମୈୟା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ଏବେ ସେ ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.