ETV Bharat / bharat

ମଧ୍ୟପ୍ରଦେଶରେ କଂଗ୍ରେସ ଉପରେ ବର୍ଷିଲେ ମୋଦି, କହିଲେ ରିମୋଟରେ ଚାଲୁଛନ୍ତି କଂଗ୍ରେସ ଅଧ୍ୟକ୍ଷ

ମଧ୍ୟପ୍ରଦେଶର ଦମୋହରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi attacks Congress
PM Modi in Madhya Pradesh
author img

By ETV Bharat Odisha Team

Published : Nov 8, 2023, 3:27 PM IST

ଭୋପାଳ: ନିର୍ବାଚନୀ ମୁହାଁ ମଧ୍ୟପ୍ରଦେଶରେ ଏକ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶର ଦମୋହରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ସଭାପତି ରିମୋଟ ଦ୍ବାରା ଚାଲୁଛନ୍ତି । କଂଗ୍ରେସ ମାନେ ବର୍ବାଦିର ଗ୍ୟାରେଣ୍ଟି । ଛତିଶଗଡ ଏକ ବେଟିଂ ଆପ୍ ରହିଛି ରାଜସ୍ଥାନରେ ଏକ ଲାଲ ଡାଏରୀ ରହିଛି । କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶରେ ମିଛ ପ୍ରତିଶ୍ରୁତି ଦେଇଛି । ଦୁର୍ନୀତି ଟ୍ରାକ ରେକର୍ଡ ପାଇଁ ଦଳକୁ ଭଲ ଭାବେ ଜଣା ମଧ୍ୟପ୍ରଦେଶର ଯୁବଗୋଷ୍ଠୀ ଦଳ ଉପରେ ଭରସା କରନ୍ତି ନାହିଁ । 2018ରେ ଦଳ ଅନେକ ପ୍ରତିଶ୍ରୁତି ଦେଇଥିଲା । ଚାଷୀ 15 ମାସ ଅପେକ୍ଷା କରିଥିଲେ ହେଲେ କିଛି ଲାଭ ମିଳି ନଥିଲା ବୋଲି କଂଗ୍ରେସକୁ ଟାର୍ଗେଟ କରି ଏହା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | PM Modi attacks Congress during his election rally in Madhya Pradesh's Damoh

    "...This is the time to remain beware of the Congress party. It is that party that snatches money belonging to the poor, indulges in scams, and divides the society for chair; for Congress, the… pic.twitter.com/z4Hs3a1cpx

    — ANI (@ANI) November 8, 2023 " class="align-text-top noRightClick twitterSection" data=" ">

ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେବେ ଏକ ଦେଶର ଆର୍ଥିକ ସାମର୍ଥ୍ୟ ବଢେ ଦେଶର ନାଗରିକଙ୍କ ରୋଜଗାର ବଢେ । ଆଜିର ଏହି ସମୟ ଆସିଛି କଂଗ୍ରେସଠୁ ସତର୍କ ରୁହ । କଂଗ୍ରେସ ସେହି ଦଳ ଯିଏ ଗରିବଙ୍କଠୁ ଟଙ୍କା ଛଡାଇ ନିଏ । କଂଗ୍ରସ ସେହି ଦଳ ଯିଏ 100 କୋଟି ଟଙ୍କାର ଦୁର୍ନୀତି କରିଛି । କଂଗ୍ରେସ ସେହି ଦଳ ଯିଏକି ଚୌକି ବଞ୍ଚାଇବାକୁ ସମାଜରେ ଗୋଟିଏ ଦଳ ସହ ଅନ୍ୟ ଦଳର ଲଢେଇ କରାଏ । ଦଳ ପାଇଁ ରାଜ୍ୟର ବିକାଶ ଜରୁରୀ ନୁହେଁ କେବଳ ସ୍ବାର୍ଥ ହିଁ ଜରୁରୀ । କଂଗ୍ରେସ ସଭାପତି ରିମୋଟରେ ଚାଲୁଛନ୍ତି । ଯେତେବେଳେ ରିମୋଟ ଚାଲୁନାହିଁ ସେମାନେ ପାଣ୍ଡବଙ୍କ କଥା କହୁଛନ୍ତି । ବିଜେପିରେ 5ଜଣ ପାଣ୍ଡବ ଥିବା କହିଛନ୍ତି । ଆମେ ଗର୍ବିତ ଆମେ 5 ପାଣ୍ଡବଙ୍କ ରାସ୍ତାରେ ଚାଲୁଛୁ ।''

  • #WATCH | PM Modi during a public rally in Damoh, Madhya Pradesh says, "In Chhattisgarh, there is betting and in Rajasthan, there is a 'red diary' of misdeeds of Congress. ...Congress means 'barbaadi ki guarantee'...In Karnataka and Himachal Pradesh, Congress made a series of… pic.twitter.com/ga5T04EGl4

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏତେ ବର୍ଷ ହେବ କଂଗ୍ରେସ ଦେଶକୁ କେବଳ ଗୋଟିଏ ମିଛ ବାରମ୍ବାର କହି ଆସୁଛି । ଦେଶରେ ଗରିବ ଶେଷ କରିବାକୁ ନାରା ଦେଇ ଆସୁଛି ମାତ୍ର କଂଗ୍ରେସ କେବେ ବି ଗରିବୀ ଶେଷ କରି ପାରିନାହିଁ କାରଣ ଦଳର ନେତାଙ୍କ ଚିନ୍ତାଧାରାରେ ସଟ୍ଟୋଟତା ନଥିଲା । କଂଗ୍ରେସ ସରକାର ଥିବା ରାଜ୍ୟରେ ଗରିବ ଆହୁରି ଗରିବ ଓ ଧନୀ ଆହୁରି ଧନୀ ହୋଇ ଚାଲିଲା । ଆଜି କେନ୍ଦ୍ରରେ ଭାଜପା ସରକାର ଅଛି । ଦେଶ ଗରିବୀରୁ ମୁକ୍ତ ହେଉଛି । ଆଜି ପୁରା ଦୁନିଆ ଭାରତରେ ହେଉଥିବା ବିକାଶ ବିଷୟରେ ଚର୍ଚ୍ଚା କରୁଛି । 2014ରେ ଆମ ସେବାକାଳ ଆରମ୍ଭ ହେଲା ସେବେ ଅର୍ଥବ୍ୟବସ୍ଥାରେ 10 ନମ୍ବରରୁ ଆମେ 5 ନମ୍ବରରେ ପହଞ୍ଚିଛୁ । ଆମେ ସେବା ଓ ସମର୍ପଣ ଭାବରେ କାମ କରୁଛି । ମୋଦିର ଗ୍ୟାରେଣ୍ଟି ଲେଖି ନିଅନ୍ତୁ ତୃତୀୟ ଥର ସେବାକାଳ ଆରମ୍ଭ ହେଲେ ଦେଶକୁ ଅର୍ଥ ବ୍ୟବସ୍ଥାରେ ତୃତୀୟ ସ୍ଥାନରେ ପହଞ୍ଚାଇବି । ଆମ ଗ୍ୟାରେଣ୍ଟି ଲୁଟିବା ନୁହେଁ ଦେଶକୁ ଆଗକୁ ନେଇଯିବା । ଆମ ଗ୍ୟାରେଣ୍ଟି ଭୋଟ ହାତେଇବା ନୁହେଁ ଦେଶବାସୀଙ୍କ ସାମର୍ଥ୍ୟ ବଢାଇବା ।''

ଏହା ବି ପଢନ୍ତୁ...Naxalites attack in Chhattisgarh on polling day: ‘କଂଗ୍ରେସ କ୍ଷମତାକୁ ଆସିଲେ ଆତଙ୍କବାଦୀ ଓ ନକ୍ସଲବାଦୀଙ୍କ ଉତ୍ସାହ ବଢିଯାଏ’

ପ୍ରକାଶ ଥାଉ କି, ଦେଶରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ମିଜୋରାମ ଓ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ମଧ୍ୟପ୍ରଦେଶରେ ନଭେମ୍ବର 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ 230 ଆସନରେ ଭୋଟ ଗ୍ରହଣ ହେବ । ରାଜ୍ୟ ବିଧାନସଭା କାର୍ଯ୍ୟକାଳ 2024 ଜାନୁଆରୀ 6ରେ ଶେଷ ହେବ । ରାଜ୍ୟରେ 2018ରେ ନିର୍ବାଚନରେ କଂଗ୍ରେସ ବାଜି ମାରି କମଳନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର 2020ରେ 22 କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଏହାପରେ ରାଜ୍ୟରେ ସରକାର କଂଗ୍ରେସ ସରକାର ଭାଙ୍ଗିଥିଲା । ଏହାପରେ ରାଜ୍ୟରେ ବିଜେପି ସରକାର ଗଠନ ହୋଇଥିଲା ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.