ETV Bharat / bharat

ମୋଦିଙ୍କୁ ହତ୍ୟା ମନ୍ତବ୍ୟ: କଂଗ୍ରେସ ନେତା ରାଜା ପଟେରିଆ ଗିରଫ - କଂଗ୍ରେସ ନେତା ରାଜା ପଟେରିଆ

''ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ'' ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ନେତା ରାଜା ପଟେରିଆ ଗିରଫ । ଅଧିକ ପଢନ୍ତୁ

ମୋଦିଙ୍କୁ ହତ୍ୟା ମନ୍ତବ୍ୟ: କଂଗ୍ରେସ ନେତା ରାଜା ପଟେରିଆ ଗିରଫ

author img

By

Published : Dec 13, 2022, 9:31 AM IST

ଭୋପାଳ: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ନେତା । ''ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ'' ବୋଲି ମନ୍ତବ୍ୟ ଦେବା ମାମଲାରେ ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ରାଜା ପଟେରିଆ ଗିରଫ ହୋଇଛନ୍ତି(Congress Leader Arrested For Be Ready To Kill Modi Remark) । ଆଜି ପନ୍ନା ପୋଲିସ ମଧ୍ୟପ୍ରଦେଶ ଦମୋହ ଜିଲ୍ଲାର ହଟ୍ଟାସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି । ବିବାଦୀୟ ମନ୍ତବ୍ୟ ମାମଲାରେ ଗତକାଲି ଅପରାହ୍ନରେ ପଟେରିଆଙ୍କ ବିରୁଦ୍ଧରେ ପନ୍ନା ଜିଲ୍ଲା ପୱଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ରାଜା ପଟେରିଆଙ୍କୁ ଗିରଫ ପରେ ପୋଲିସ ଆଜି ତାଙ୍କୁ କୋର୍ଟ ଚାଲାଣ କରିବ । ପ୍ରକାଶଥାଉ କି, ସୋମବାର ପାନ୍ନା ଜିଲ୍ଲାରେ ଏକ ସଭାକୁ ସମ୍ବୋଧିତ କରି ଏହି କଂଗ୍ରେସ ନେତା କହିଥିଲେ ଯେ, ''ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଶେଷ କରିଦେବେ । ସେ ଲୋକଙ୍କୁ ଧର୍ମ, ଜାତି ଓ ଭାଷା ଆଧାରରେ ଭେଦଭାବ ସୃଷ୍ଟି କରିବେ । ଏହାଦ୍ବାରା ଦଳିତ ଆଦିବାସୀଙ୍କ ଭବିଷ୍ୟତ ବିପଦରେ ରହିଛି । ତେଣୁ ଯଦି ସମ୍ବିଧାନକୁ ସୁରକ୍ଷିତ ରଖିବାର ଅଛି ତେବେ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରହୁ ।'' କଂଗ୍ରେସ ନେତାଙ୍କ ଏପରି ମନ୍ତବ୍ୟ ପରେ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Remark Against Modi: କଂଗ୍ରେସ ନେତା କହିଲେ ରେଡି ଟୁ କିଲ୍ ମୋଦି, ରୁଜୁ ହେଲା ମାମଲା

ତେବେ ଏହାକୁ ନେଇ କଂଗ୍ରେସ ନେତା ପଟେରିଆ ସଫେଇ ଦେଇଥିଲେ ଯେ, ସେ ହତ୍ୟା ନୁହେଁ ବରଂ କିଲ୍‌ ଶବ୍ଦ ନିର୍ବାଚନରେ ପରାଜିତ କରିବା ଉଦ୍ଦେଶ୍ୟରେ କହିଥିଲେ । ମୋଦିଙ୍କୁ ନେଇ ତାଙ୍କର ମନ୍ତବ୍ୟ ପରେ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଭିଡିଓ ଜାରି କରି ଏପରି ମନ୍ତବ୍ୟକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.