ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦିଲ୍ଲୀରେ ଘରୋଇ ସିଲିଣ୍ଡରର ଦରବୃଦ୍ଧି ହୋଇଥିବା ଦର୍ଶାଇ ସରକାର ଲୋକଙ୍କ ଠାରୁ ଲୁଟୁଥିବା କହିଛନ୍ତି ରାହୁଲ ।
ଲୋକଙ୍କ ଠାରୁ ଲୁଟ୍ କରି କେବଳ ଦୁଇ ଜଣଙ୍କ ବିକାଶ ହେଉଛି ବୋଲି ଟ୍ବିଟ୍ କରି କହିଛନ୍ତି ରାହୁଲ ଗାନ୍ଧୀ । ଏହାସହ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ହୋଇଥିବା ଖବରକୁ ଏଥିରେ ସେୟାର କରିଛନ୍ତି ସେ । ରବିବାର ଦିଲ୍ଲୀରେ ଏଲପିଜିର ଘରୋଇ ସିଲିଣ୍ଡର 50 ଟଙ୍କା ବୃଦ୍ଧି ପାଇଛି । ଫଳରେ ଆଜି ରାତିରୁ ସିଲିଣ୍ଡର ପିଛା 769 ଟଙ୍କାରେ ମିଳୁଛି ।
ଫେବୃଆରୀ ମାସରେ ଏହା ଦ୍ବିତୀୟ ଥର ପାଇଁ ବୃଦ୍ଧି ହୋଇଛି । ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଟ ଦର ଆକାଶ ଛୁଆଁ ହୋଇଥିବାବେଳେ ଏପଟେ ଏଲପିଜି ସିଲିଣ୍ଡରର ଦରବୃଦ୍ଧି ହୋଇଛି ।