ETV Bharat / bharat

National Herald Case: ED ଅଫିସରେ ହାଜର ହେଲେ ରାହୁଲ - ଇଡି ଅଫିସରେ ହାଜର ହେଲେ ରାହୁଲ

ସମର୍ଥକ ଗହଣରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ଇଡି ଅଫିସରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଆଜି ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ନେତାମାନେ ଏକାଠି ହେବା ସହ ଇଡି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ED ଅଫିସରେ ହାଜର ହେଲେ ରାହୁଲ
ED ଅଫିସରେ ହାଜର ହେଲେ ରାହୁଲ
author img

By

Published : Jun 13, 2022, 12:47 PM IST

Updated : Jun 13, 2022, 1:08 PM IST

ନୂଆଦିଲ୍ଲୀ: ସମର୍ଥକ ଗହଣରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ଇଡି ଅଫିସରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । କଂଗ୍ରେସ କର୍ମୀଙ୍କ ଜନସମୁଦ୍ର ପାଲଟିଛି ରାଜରାସ୍ତା । ଆଜି ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ନେତାମାନେ ଏକାଠି ହେବା ସହ ଇଡି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଟୁଆର ସହ ବିକ୍ଷୋଭ ପ୍ରଦର୍ଶନ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ରାହୁଲ । ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କୁ ପଚରାଉଚରା କରାଯାଉଛି ।

ED ଅଫିସରେ ହାଜର ହେଲେ ରାହୁଲ

ପ୍ରଥମେ ରାହୁଲ ଗାନ୍ଧୀ ଦିଲ୍ଲୀ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଅପେକ୍ଷା କରିଥିବା ବରିଷ୍ଠ ନେତାମାନଙ୍କ ସହ ଭେଟ ପରେ ଭଉଣୀ ତଥା ଦଳର ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଇଡି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ ରାହୁଲ । ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି । ରାହୁଲ ଗାନ୍ଧୀ ଜିନ୍ଦାବାଦ ଜିନ୍ଦାବାଦ ନାରାରେ କମ୍ପିଥିଲା ଜାତୀୟ ରାଜଧାନୀ ରାଜରାସ୍ତା । କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, କେସି ଭେନୁଗୋପାଳଙ୍କୁ ପୋଲିସ ଅଟକ ରଖିଛି । ସେମାନଙ୍କୁ ତାଲୁକା ରୋଡ ପୋଲିସ ଷ୍ଟେସନ ନିଆଯାଇଛି । ଏହା ସହିତ ଦଳର ନେତା ଦିପେନ୍ଦର ଏସ ହୁଡା, ଅଶୋକ ଗେହେଲଟଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ସେମାନଙ୍କୁ ଫତେପୁର ପୋଲିସ ଷ୍ଟେସନ ନିଆଯାଇଛି ।

ବିକ୍ଷୋଭ ପ୍ରଦର୍ଶନ ନେଇ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୂର୍ଯ୍ୟେଓ୍ବାଲା କହିଛନ୍ତି, ‘ଆମେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବୁ । ଆମେ ସମ୍ବିଧାନର ରକ୍ଷକ, ଆମେ ନଇଁବୁ ନାହିଁ କିମ୍ବା ଭୟଭୀତ ହେବୁ ନାହିଁ । କଂଗ୍ରେସ ପାଇଁ ମୋଦି ସରକାରରେ କମ୍ପନ ସୃଷ୍ଟି ହୋଇଥିବା ବିଶାଳ ପୋଲିସ ଫୋର୍ସ ମୁତୟନ କରି ଏହା ପ୍ରମାଣିତ କରିଛନ୍ତି । ଏ ବିକ୍ଷୋଭ 'ସତ୍ୟର ସଂଗ୍ରାମ' ଏହା ଜାରି ରହିବ । ସ୍ବାଧୀନତା ସଂଗ୍ରାମ ସମୟରେ ବ୍ରିଟିଶମାନେ ମଧ୍ୟ କଂଗ୍ରେସ ସ୍ବରକୁ ଦବାଇ ପାରି ନଥିଲେ ତେବେ ଏହି ଶାସକ ସରକାର କିପରି କରିପାରିବ ବୋଲି କହିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ।’

ସେପଟେ ଏ ଘଟଣାରେ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି, ''କଂଗ୍ରେସ ଆଜି ଯାହା କରୁଛି ତାହା ଜସନେ-ଏ- ଭ୍ରଷ୍ଟ୍ରାଚାର ଦୁର୍ନୀତିକୁ ଉତ୍ସବ ଭାବରେ ପାଳନ କରୁଛି । ଦୁର୍ନୀତି କିପରି 'ସତ୍ୟଗ୍ରାହ' ପାଇପାରେ, ତାହା ବିଶ୍ବ ଦେଖୁଛି । ମହାତ୍ମା ଗାନ୍ଧୀ ବିଶ୍ବକୁ ସତ୍ୟ ପାଇଁ ଲଢିବାକୁ ଶିଖାଇଥିବାବେଳେ କଂଗ୍ରେସ ଦୁର୍ନୀତିକୁ ପାଳନ କରିବାକୁ ଏବଂ ଏହା ପାଇଁ ଲଢିବାକୁ ଶିଖାଉଛି । ଏହା ଏକ ରାଜନୈତିକ ମାମଲା ନୁହେଁ ବୋଲି କହିଛନ୍ତି ସମ୍ବିତ ପାତ୍ର ।

ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏ ଘଟଣାକୁ ନେଇ ବର୍ଷିଛନ୍ତି । ସେ କହିଛନ୍ତି, ''କଂଗ୍ରେସ ନେତାମାନେ ଖୋଲାଖୋଲି ଭାବେ ଏକ ଅନୁସନ୍ଧାନକାରୀ ସଂସ୍ଥା ଉପରେ ଚାପ ପକାଇବା ପାଇଁ ଚେଷ୍ଟା କରୁଛନ୍ତି କାରଣ ସେମାନଙ୍କର ଦୁର୍ନୀତି ପଦାରେ ପଡିଛି । ଏହା ଗାନ୍ଧୀ ପରିବାରର ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ଏକ ପ୍ରୟାସ ବୋଲି କହିଛନ୍ତି ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।

ପ୍ରକାଶ ଥାଉ କି, ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଆସନ୍ତା ୨୩ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ସୋନିଆ କୋରୋନା ସଂକ୍ରମିତ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

Last Updated : Jun 13, 2022, 1:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.