ETV Bharat / bharat

Road Rage Case: ଆତ୍ମସମର୍ପଣ ପାଇଁ ପଟିଆଲା କୋର୍ଟରେ ପହଞ୍ଚିଲେ ସିଦ୍ଧୁ

author img

By

Published : May 20, 2022, 4:43 PM IST

Updated : May 20, 2022, 5:00 PM IST

ଆତ୍ମସମର୍ପଣ ପାଇଁ ପଞ୍ଚାବ ପଟିଆଲା କୋର୍ଟରେ ପହଞ୍ଚିଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଅଧିକ ପଢନ୍ତୁ

1988 road rage case: ଆତ୍ମସମର୍ପଣ ପାଇଁ ପଟିଆଲା କୋର୍ଟରେ ପହଞ୍ଚିଲେ ସିଦ୍ଧୁ

ଚଣ୍ଡିଗଡ଼:ଆତ୍ମସମର୍ପଣ ପାଇଁ ପଞ୍ଚାବ ପଟିଆଲା କୋର୍ଟରେ ପହଞ୍ଚିଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଗତକାଲି (ଗୁରୁବାର) ୧୯୮୮ ମସିହା ରୋଡ ରେଜ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ । ଆତ୍ମସମର୍ପଣ ପାଇଁ ସମୟ ଦେବାକୁ ସିଦ୍ଧୁ କୋର୍ଟଙ୍କୁ ସମୟ ମାଗିଥିଲେ । ମାତ୍ର କୋର୍ଟ ମନା କରିବା ପରେ ସେ ଆତ୍ମ ସମର୍ପଣ ପାଇଁ କୋର୍ଟ(Navjot Sidhu reaches Patiala Court)ରେ ପହଞ୍ଚିଛନ୍ତି ।

  • #WATCH | 1988 road rage case: Congress leader Navjot Singh Sidhu reaches Patiala Court in Punjab.

    Supreme Court had yesterday imposed one-year rigorous imprisonment on him in the three-decade-old road rage case. pic.twitter.com/iHu3bmbOls

    — ANI (@ANI) May 20, 2022 " class="align-text-top noRightClick twitterSection" data=" ">

ଆଜି ସେ ଆତ୍ମସମର୍ପଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ପିଟିଆଲା ଜିଲ୍ଲା କଂଗ୍ରେସ କମିଟିର ଅଧ୍ୟକ୍ଷ ନରିନ୍ଦର ପାଲ ଲାଲି ଏ ନେଇ ଦଳୀୟ ସମର୍ଥକଙ୍କୁ ସୂଚନା ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ରାତି ପ୍ରାୟ ୯ଟା ୪୫ ମିନିଟରେ ଅମୃତସରରୁ ପଟିଆଲାରେ ପହଞ୍ଚିଥିଲେ । ଦୀର୍ଘ 34 ବର୍ଷ ପୂର୍ବେ ରୋଡ ରେଜ୍ ମାମଲାରେ ଗୁରୁବାର ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ୧ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ରାୟ ଆସିବା ପରେ ସିଦ୍ଧୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଥିଲେ ।

ଏହା ବି ପଢନ୍ତୁ- Road Rage Case: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ

ମାତ୍ର କୋର୍ଟ ସମୟ ଦେବା ପାଇଁ ମନା କରିଥିଲେ । ସୂଚନା ଥାଉ କି ଗତ ୩୪ ବର୍ଷ ପୂର୍ବେ ରାସ୍ତା ଉପରେ ଜଣେ ବୃଦ୍ଧଙ୍କୁ ମାଡ ମାରି ଘଟଣାସ୍ଥଳରୁ ଫେରାର ହେବା ଓ ପରେ ସମ୍ପୃକ୍ତ ବୃଦ୍ଧଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ନେତା ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜଷ୍ଟିସ ଏ ଏମ.ଖାନୱିଲକର ଏବଂ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ୨୦୧୮ ମସିହାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର ସଜ୍ଜା ଶୁଣାଇଥିଲେ । ହେଲେ ସୁପ୍ରିମକୋର୍ଟ କେବଳ ଜୋରିମାନା ଦଣ୍ଡାଦେଶ ଦେଇ ଛାଡିଦେଇଥିଲେ ।

ପୀଡିତଙ୍କ ପରିବାର ମାମଲାର ପୁନଃ ବିଚାର ତଥା ଦଣ୍ଡାଦେଶ ବଢାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ ୨୫ରେ ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତ୍ତି ସଂରକ୍ଷିତ କରାଯାଇଥିଲା । ଗୁରୁବାର ସୁପ୍ରିମକୋର୍ଟ ଶୁଣାଣିରେ ନିଜ ରାୟରେ ପରିବର୍ତ୍ତନ କରି ସିଦ୍ଧୁଙ୍କ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 20, 2022, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.