ETV Bharat / bharat

ମଧ୍ୟ ପ୍ରଦେଶରେ କଂଗ୍ରେସ ଦୁଇ ଗୋଷ୍ଠୀରେ ବିଭକ୍ତ: ଶିବରାଜ

author img

By ETV Bharat Odisha Team

Published : Oct 22, 2023, 8:09 PM IST

ମଧ୍ୟ ପ୍ରଦେଶରେ କଂଗ୍ରେସ ଦୁଇ ଗୋଷ୍ଠୀରେ ବିଭକ୍ତ । ଦଳ ଏବେ କମଲନାଥଙ୍କ କଂଗ୍ରେସ ହୋଇସାରିଛି, କେବଳ ମିଥ୍ୟା ପ୍ରତିଶୃତି ଦେବାରେ ଲାଗିଛି କହିଲେ ଶିବରାଜ । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶରେ କଂଗ୍ରେସ ଦୁଇ ଗୋଷ୍ଠୀରେ ବିଭକ୍ତ: ଶିବରାଜ
ମଧ୍ୟ ପ୍ରଦେଶରେ କଂଗ୍ରେସ ଦୁଇ ଗୋଷ୍ଠୀରେ ବିଭକ୍ତ: ଶିବରାଜ

ଭୋପାଳ: ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବା ନେଇ ରାଜନୀତି ସମୀକ୍ଷକ କହୁଛନ୍ତି । ଅନ୍ୟପଟେ ଉଭୟ ବିଜେପି ଓ କଂଗ୍ରେସ ସରକାର ଗଠନ କରିବା ନେଇ ଦାବି କରୁଛନ୍ତି । ଆଜି ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସର ବିଜୟ ଆଶା କ୍ଷୀଣ ବୋଲି କହି ଶିବରାଜ କହିଛନ୍ତି, ରାଜ୍ୟରେ କଂଗ୍ରେସ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛି । ରାଜ୍ୟରେ କଂଗ୍ରେସ ଏବେ କମଲନାଥ କଂଗ୍ରେସରେ ପରିଣତ ହୋଇସାରିଛି ବୋଲି ଶିବରାଜ କଟାକ୍ଷ କରିଛନ୍ତି ।

ଶିବରାଜ ଆଜି ଖବର ସରବରାହ ସଂସ୍ଥା ANIରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟରେ କେଉଁ କଂଗ୍ରେସ ଚାଲିଛି ସେ ବୁଝିପାରୁ ନାହାନ୍ତି । ସୋନିଆ ଗାନ୍ଧୀଙ୍କ କଂଗ୍ରେସ ନା ମଲ୍ଲିକାର୍ଜୁନ ଖଡଗେଙ୍କ କଂଗ୍ରେସ ? ରାଜ୍ୟରେ ଦଳ ଏବେ କମଲନାଥଙ୍କ କଂଗ୍ରେସରେ ପରିଣତ ହେବା ପରି ଦୃଶ୍ୟମାନ ହେଲାଣି । ସେ ନିର୍ବାଚନୀ ସର୍ଭେ କରୁଛନ୍ତି, ସେ ହିଁ ଟିକେଟ ବାଣ୍ଟୁଛନ୍ତି । ମହାରାଷ୍ଟ୍ରରେ ଶିବସେନା ପରି କଂଗ୍ରେସ ଏବେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି । ରାଜ୍ୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର କୌଣସି ପ୍ରଭାବ ନାହିଁ । କମଲନାଥ ‘ଇଣ୍ଡିଆ’ ମେଣ୍ଟକୁ ଧ୍ବଂସ କରିସାରିଲେଣି । ରାଜ୍ୟରେ ନାଁ କଂଗ୍ରେସର ଭବିଷ୍ୟତ ଅଛି, ନା ‘ଇଣ୍ଡିଆ’ ମେଣ୍ଟର ।

ସେହିପରି ସେ କଂଗ୍ରେସ କରିଥିବା ନିର୍ବାଚନୀ ଘୋଷଣା ଓ ପ୍ରତିଶୃତିକୁ ମିଥ୍ୟା ବୋଲି କହିବା ସହ ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିଜୟ ଲାଭ କରି କ୍ଷମତା ବଜାୟ ରଖିବାକୁ ଯାଉଥିବା ଦାବି ଦୋହରାଇଛନ୍ତି । ଶିବରାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବୀ ନେତୃତ୍ବରେ ବିଜେପି ମଧ୍ୟ ପ୍ରଦେଶବାସୀଙ୍କ ଆଶୀର୍ବାଦ ପାଇବାକୁ ଯାଉଛି । ରାଜ୍ୟବାସୀ ବିଜେପିର ବିଜୟକୁ ନିଶ୍ଚିତ କରିବେ । ଦଳର କାର୍ଯ୍ୟକର୍ତ୍ତା ସେମାନଙ୍କ ପରିଶ୍ରମ ଜାରି ରଖିଛନ୍ତି । କଂଗ୍ରେସ କେବଳ ରାଜ୍ୟବାସୀଙ୍କୁ ମିଛ ପ୍ରତିଶୃତି ଦେଇ ନିର୍ବାଚନ ଲଢିବାକୁ ଯାଉଛି । କଂଗ୍ରେସ ‘ପ୍ରେମର ଦୋକାନ’ ଖୋଲିଛି ବୋଲି କହି ‘ମିଥ୍ୟାର ଦୋକାନ ଚଳାଇଛି’ । ରାଜ୍ୟବାସୀ ଏକଥା ବୁଝି ସାରିଛନ୍ତି, ସେମାନେ କେବେ କଂଗ୍ରେସ କଥାକୁ ବିଶ୍ବାସ କରନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି ଶିବରାଜ ।

ଏହା ମଧ୍ୟ ପଢନ୍ତୁ:- କାହିଁକି କାନାଡା କୂଟନୀତିଜ୍ଞଙ୍କୁ ବରଖାସ୍ତ କଲା ଭାରତ, କାରଣ କହିଲେ ଜୟଶଙ୍କର

ନଭେମ୍ବର 17 ତାରିଖରେ ଗୋଟିଏ ପର୍ଯ୍ୟାୟରେ ରାଜ୍ୟରେ ମତଦାନ ହେବାକୁ ଯାଉଛି । ଡିସେମ୍ବର 3 ତାରିଖରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ । ତେବେ ଉଭୟ ପ୍ରତିଦ୍ବନ୍ଦୀ ପାର୍ଟି ଆଶାବାଦୀ ଥିବା ବେଳେ ନିର୍ବାଚନ ପ୍ରଚାର ମଧ୍ୟ ଜାରି ରଖିଛନ୍ତି । ମାତ୍ର ଏକପାଖିଆ ଫଳାଫଳ ନୁହେଁ ବରଂ କଡା ମୁକାବିଲା ଦେଖିବାକୁ ମିଳିବା ନେଇ ରାଜନୀତି ସମୀକ୍ଷକଙ୍କ ଗଣିତ କହୁଛି । ମତଦାନ ପରେ ‘ଏକଜିଟ ପୋଲ’ ବା ଗଣମାଧ୍ୟମର ବୁଥ ବାହୁଡା ଜନମତ ସର୍ଭେ ଫିଗର ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.