ETV Bharat / bharat

ଦରଦାମ ବୃଦ୍ଧି ଉପରେ କଂଗ୍ରେସର ହଲ୍ଲାବୋଲ, ରାମଲୀଳା ମୈଦାନରେ ଗର୍ଜିଲା ଦଳ

author img

By

Published : Sep 4, 2022, 3:56 PM IST

ଦିଲ୍ଲୀର ରାମଲୀଳା ମୈଦାନରେ ବିଜେପି ବିରୋଧରେ ଦରଦାମ ବିରୋଧରେ ହଲ୍ଲାବୋଲ କଂଗ୍ରେସ Congress Halla bol Rally। ଅତ୍ୟାବଶ୍ୟକ ସାମଗ୍ରୀ ସହ ଇନ୍ଧନ ବୃଦ୍ଧି ନେଇ ବର୍ଷିଲେ ରାହୁଲ । ଅଧିକ ପଢନ୍ତୁ

ଦରଦାମ ବୃଦ୍ଧି ଉପରେ କଂଗ୍ରେସର ହାଲ୍ଲାବୋଲ, ରାମଲୀଳା ମୈଦାନରେ ଗର୍ଜିଲା ଦଳ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଓ ଦୁର୍ନୀତି ଅଭିଯୋଗରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆଜି ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ଦଳ ପକ୍ଷରୁ ଆୟୋଜିତ ‘‘ମହଙ୍ଗାଇ ପର ହଲ୍ଲାବୋଲ’’ (congress halla bol rally) ବିକ୍ଷୋଭ ସମାବେଶରେ ହଜାର ହଜାର ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷିଛନ୍ତି । 'ହାଲା ବୋଲ' ରାଲିକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ବିଶେଷ ସୁରକ୍ଷା ବ୍ୟବସ୍ଥା କରିଛି । କେନ୍ଦ୍ରୀୟ ଦିଲ୍ଲୀରେ ଥିବା ରାମଲିଳା ମୈଦାନ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ଦିଲ୍ଲୀ ପୋଲିସ । ରାଲି ସ୍ଥଳରେ ସ୍ଥାନୀୟ ପୋଲିସ ସହିତ ବ୍ୟାପକ ପାରାମିଲିଟାରୀ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଏହି ସମାବେଶକୁ ସମ୍ବୋଧିତ କରିଛନ୍ତି । ସଭାମଞ୍ଚରୁ ରାହୁଲ ଗାନ୍ଧୀ ବର୍ତ୍ତମାନର ଅନିୟନ୍ତ୍ରିତ ବଜାର ଦର, ଅତ୍ୟାବଶ୍ୟକ ସାମଗ୍ରୀ, ଜାଳେଣି ଗ୍ୟାସ ଓ ପେଟ୍ରୋଲ ପରି ପରିବହନ ଇନ୍ଧନର ଅହେତୁକ ତଥା ଲଗାମଛଡା ଦରଦାମ ବୃଦ୍ଧି ନେଇ କେନ୍ଦ୍ରକୁ ସମାଲୋଚନା କରିଥିଲେ । କଂଗ୍ରେସ ସମୟରେ ଦେଶର ବଜାର ଦରଦାମ ଓ ବର୍ତ୍ତମାନର ବଜାର ଦରରେ ଯେଉଁ ଆକାଶ ଛୁଆଁ ପରିବର୍ତ୍ତନ ଆସିଛି ତାର ଉଦାହରଣ ଦେଇ ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ । ସେହିପରି ଆଜି କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ପ୍ରର୍ଯ୍ୟାୟକ୍ରମେ ସାମାବେଶକୁ ସମ୍ବୋଧିତ କରୁଛନ୍ତି ।

2024 ସାଧାରଣ ନିର୍ବାଚନ ପାଖଉଥିବାବେଳେ, କଂଗ୍ରେସ ସମେତ ବିରେଧୀ ଦଳ ବିଜେପିକୁ ଘେରିବା ପାଇଁ ରଣନୀତି ଆରମ୍ଭ କରି ସାରିଲେଣି । ଦରଦାମ ବୃଦ୍ଧି ଓ ବେରୋଜଗାରୀକୁ ମୁଦ୍ଦା କରି ସେମାନେ ବିଜେପି ସରକାରକୁ ଘେରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଦିଲ୍ଲୀରେ କଂଗ୍ରେସର 'ହଲ୍ଲାବୋଲ' ରାଲି ପରେ 'ଭାରତ ଯୋଡ ଯାତ୍ରା' ପୁଣି ଆରମ୍ଭ ହେବ । ଦଳର ସାସଂଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ 135 ଦିନିଆ 'ଭାରତ ଯୋଡ ଯାତ୍ରା' 7 ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହେବ।

କଂଗ୍ରେସର ଆଜିର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି । ରାମଲୀଳା ମୈଦାନରକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ସାଧାରଣ ବ୍ୟବହାର ପାଇଁ ବନ୍ଦ ରଖାଯାଇଛି । ସଭାସ୍ଥଳ ସମେତ ସମଗ୍ର ଦିଲ୍ଲୀରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି । ସଭା ନିକଟରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ମଧ୍ୟ ମୁତୟନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.