ETV Bharat / bharat

Congress Foundation Day: ଉତ୍ତୋଳନବେଳେ ଖସିପଡିଲା ଦଳୀୟ ପତାକା

author img

By

Published : Dec 28, 2021, 10:25 PM IST

କଂଗ୍ରେସର 137ତମ ପ୍ରତିଷ୍ଠା ଦିବସରେ ଖସିପଡିଲା ଦଳୀୟ ପତାକା । ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ପତାକା ଉତ୍ତୋଳନ କରୁଥିଲେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ

Congress Foundation Day: ଉତ୍ତୋଳନ ବେଳେ ଖସିଲା ଦଳୀୟ ପତାକା

ନୂଆଦିଲ୍ଲୀ: ଆଜି (ମଙ୍ଗଳବାର) 137ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ । ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଦଳର ହାଇକମାଣ୍ଡ ତଥା ସଭାନେତ୍ରୀ ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରୁଥିବାବେଳେ ପତାକାଟି ଖସି ପଡିଥିଲା ।

ଏହାପରେ, ପାର୍ଟି ମୁଖ୍ୟ ସୋନିଆ ଗାନ୍ଧୀ, ଦଳର କୋଷାଧ୍ୟକ୍ଷ ପୱନ ବଂଶଲ ଏବଂ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲଙ୍କ ସହ କିଛି ସମୟ ହାତରେ ପତାକା ଧରି ଛିଡା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ପତାକାକୁ ସେହିପରି ଭାବେ ପ୍ରଦର୍ଶିତ କରାଯିବା ପର କିଛି ସମୟ ମଧ୍ୟରେ ସୋନିଆ ସେଠାରୁ ଫେରିଯାଇଥିଲେ ।

ଆଜି କଂଗ୍ରେସ ନିଜର 137ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଦିଲ୍ଲୀ ସ୍ଥିତ ଦଳ ମୁଖ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିଲା । ଏହି ଉତ୍ସବରେ ପାର୍ଟି ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.