ETV Bharat / bharat

ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରିବ କଂଗ୍ରେସ, 24ରେ ସୋନିଆଙ୍କ ବୈଠକ - କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ଆସନ୍ତା ଜୁନ 24ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଦଳର ମହାସଚିବଙ୍କ ବୈଠକ ବସିବ । ଏଥିରେ ଦେଶରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରିବ କଂଗ୍ରେସ, 24ରେ ସୋନିଆଙ୍କ ବୈଠକ

author img

By

Published : Jun 21, 2021, 5:03 PM IST

ନୂଆଦିଲ୍ଲୀ: ମହାମାରୀ ସଙ୍କଟ ମଧ୍ୟରେ କଂଗ୍ରେସ ମହାସଚିବ ଓ ପ୍ରାର୍ଥୀଙ୍କ ବୈଠକ ଡକାଇଛନ୍ତି ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଦରଦାମ ବୃଦ୍ଧି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବାର ପ୍ରସ୍ତୁତି ଚଳାଇଛି କଂଗ୍ରେସ ।

ଆସନ୍ତା ଜୁନ 24ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏହି ବୈଠକ ବସିବ । ଏଥିରେ ଦେଶରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି ।

କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରିବା ପାଇଁ ଏହି ବୈଠକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ବିରୋଧରେ କଂଗ୍ରେସର ବଡ ନେତାମାନେ ରଣନୀତି ପ୍ରସ୍ତୁତ କରିବେ।

ନିକଟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବିରୋଧରେ କଂଗ୍ରେସ ଦେଶବ୍ୟାପୀ ପ୍ରଦର୍ଶନ କରିଥିଲା। ହେଲେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା 100 ଟଙ୍କା ଅତିକ୍ରମ କରିସାରିଛି। ଏଭଳି ପରିସ୍ଥିତିରେ କଂଗ୍ରେସ ପୁଣି ଥରେ ରାସ୍ତାରେ ଓହ୍ଲାଇବାକୁ ନେଇଛି ନିଷ୍ପତ୍ତି ।

କୋରୋନା ସଂକ୍ରମଣ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଭେ ଉପରେ ମଧ୍ୟ ଆଲୋଚନା କରାଯିବ। ଏହା ବ୍ୟତୀତ ଆଗାମୀ ବିଧାନସଭା ନିର୍ବାଚନ ଭଳି ପ୍ରସଙ୍ଗ ସହିତ ଅନ୍ୟାନ୍ୟ ସାମ୍ପ୍ରତିକ ପ୍ରସଙ୍ଗ ତଥା ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯିବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଜୁନ 24 ଦିନ 10ଟାରୁ ଆରମ୍ଭ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.