ETV Bharat / bharat

ପଞ୍ଜାବ କଂଗ୍ରେସର ମୁଖ୍ୟ ହେଲେ ଅମରିନ୍ଦର ସିଂ ବ୍ରାର - ପଞ୍ଜାବ କଂଗ୍ରେସ

ନବଜୋତ ସିଂ ସିଦ୍ଧୁଙ୍କ ସ୍ଥାନରେ ଅମରିନ୍ଦର ସିଂ ବ୍ରାରଙ୍କୁ ପଞ୍ଜାବ କଂଗ୍ରେସର (PPCC) ମୁଖ୍ୟ ଭାବେ ନିଯୁକ୍ତ କଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ

ପଞ୍ଜାବ କଂଗ୍ରେସର ମୁଖ୍ୟ ହେଲେ ଅମିରେନ୍ଦ୍ର ସିଂ ବ୍ରାର

author img

By

Published : Apr 10, 2022, 4:46 PM IST

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ନୂଆ ମୁଖିଆ ହେଲେ ଅମରିନ୍ଦର ସିଂ ବ୍ରାର(ରାଜା ୱାରିଂ) । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପୁଣି ଅଣ୍ଟା ସଳଖୀ ଠିଆ ହେବା ପାଇଁ ଦଳରେ ବଡଧରଣର ପରିବର୍ତ୍ତନ କରାଯାଇଛି । ନବଜୋତ ସିଂ ସିଦ୍ଧୁଙ୍କ ସ୍ଥାନରେ ତିନି ଥରର ବିଧାୟକ ଅମରିନ୍ଦର ସିଂ ବ୍ରାରଙ୍କୁ(Amrinder Singh Brar) ପଞ୍ଜାବ କଂଗ୍ରେସର ମୁଖ୍ୟ(PPCC) ଭାବେ ନିଯୁକ୍ତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ।

  • I am grateful to Hon’ble Congress President Smt Sonia Gandhi ji & Shri @RahulGandhi ji for bestowing upon me the responsibility of President of @INCPunjab 🙏🏼

    I promise to work alongside every worker & leader of the party to strengthen the party & carry forward the ideology. pic.twitter.com/2hZaDqkNNL

    — Amarinder Singh Raja (@RajaBrar_INC) April 9, 2022 " class="align-text-top noRightClick twitterSection" data=" ">

ସେହିପରି ପୂର୍ବତନ ସାଂସଦ ପ୍ରତାପ ସିଂ ବାଜଓ୍ବାଙ୍କୁ ବିଧାୟକ ଦଳର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ଭାରତ ଭୂଷଣ ଆସୁ ଓ ରାଜ କୁମାର ଚାବେରଓ୍ବାଲଙ୍କୁ ବିରୋଧି ଦଳର ଉପନେତା ଭାବେ ନିଯୁକ୍ତ କରାଯାଇଛି । ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (AICC) ତରଫରୁ ଏକ ବିବୃତ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି ।

ପୂର୍ବରୁ ନବୋଜତ ସିଂ ସିଦ୍ଧୁ ରାଜ୍ୟ କଂଗ୍ରେସର ମୁଖ୍ୟ ଥିବା ବେଳେ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସେ ଇସ୍ତଫା ଦେଇଥିଲେ । ଏହାପରେ ରାହୁଲ ଗାନ୍ଧୀଙ୍କ ଅନୁଗତ ଅମରିନ୍ଦର ସିଂ ବ୍ରାରଙ୍କୁ ଦଳ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ରାଜା ୱାରିଂ ପୂର୍ବରୁ ଜାତୀୟ ଯୁବ କଂଗ୍ରେସର ସଭାପତି ମଧ୍ୟ ରହିଥିଲେ । ଗିଦ୍ଦରବାହା ଆଶନରୁ କ୍ରମାଗତ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ୱାରିଂ । ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଜାତୀୟ ଯୁବ କଂଗ୍ରେସ(IYC) ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଚରଣଜିତ ସିଂ ଚନି ନେତୃତାଧୀନ ସରକାରରେ ପଞ୍ଜାବ ପରିବହନ ମନ୍ତ୍ରୀ ରହିଥିଲେ । ନିକଟରେ ଶେଷ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍‌ ଝଡରେ କଂଗ୍ରେସ ସରକାରର ପତ୍ତନ ହୋଇଥିଲେ ମଧ୍ୟ, ବିଜୟୀ ୧୮ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ରହିଛନ୍ତି ଅମରିନ୍ଦର ସିଂ ବ୍ରାର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.