ETV Bharat / bharat

Savarkar Statement: ନାରାଜ ଉଦ୍ଧବ ଠାକରେ, କଂଗ୍ରେସ ବୈଠକରେ ହେଲେନି ସାମିଲ - ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ସାବରକର ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କଂଗ୍ରେସର ବୈଠକରେ ହେଲେନି ସାମିଲ । ଅଧିକ ପଢନ୍ତୁ

Savarkar Statement
Savarkar Statement
author img

By

Published : Mar 27, 2023, 8:46 PM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଡୁଆରେ ପଡିଛି କଂଗ୍ରେସ । ଅନେକ ବିରୋଧୀ ଦଳ ଗୋଟିଏ ପଟେ ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ ଏକଜୁଟ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ସାବରକର ମନ୍ତବ୍ୟକୁ ସହଯୋଗୀ ଦଳ ଅସନ୍ତୋଷ ବ୍ୟକ୍ତ କରିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାବରକର ମନ୍ତବ୍ୟକୁ ନେଇ ରାହୁଲଙ୍କୁ ନିନ୍ଦା କରିଛନ୍ତି । ଏହାସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ସେ ଯୋଗ ଦେବେ ନାହିଁ ବୋଲି ସିଧାସଳଖ ମନା କରିଥିବା ବେଳେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି ସାରବରକର କିଏ ଆମେ ରାହୁଲଙ୍କୁ କହିବୁ ।

ସଦସ୍ୟତା ରଦ୍ଦ ପରେ ରାହୁଲ ପ୍ରଥମ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ ସାବରକର ନୁହଁନ୍ତି ଯେ କ୍ଷମା ପ୍ରାର୍ଥନା କରିବେ । ସେ ଜଣେ ଗାନ୍ଧୀ । ପରୋକ୍ଷରେ ରାହୁଲ ଏହା କହିଥିଲେ ଯେ ସାବରକର ବ୍ରିଟିଶମାନଙ୍କୁ କ୍ଷମା ମାଗିଥିଲେ । ଏଭଳି ମନ୍ତବ୍ୟ ଦେବା ପରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିଲାଗି କଂଗ୍ରେସ ବୈଠକରେ ଉଦ୍ଧବ ଗୋଷ୍ଠୀର କୌଣସି ନେତା ସାମିଲ ହୋଇନାହାନ୍ତି । ପାର୍ଟିର ବରିଷ୍ଠ ନେତା ସଞ୍ଜୟ ରାୱତ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ସହିତ ସହମତ ନୁହଁନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସର ବରିଷ୍ଠ ନେତାଙ୍କୁ ଏ ସମ୍ପର୍କରେ ଅବଗତ କରାଇବେ ।

ଏହା ବି ପଢନ୍ତୁ- Rahul Gandhi Disqualification: ଏପ୍ରିଲ ୨୨ସୁଦ୍ଧା ଘର ଖାଲି କରିବାକୁ ରାହୁଲଙ୍କୁ ନୋଟିସ

ସଞ୍ଜୟ ରାୱତ ରାହୁଲଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ ସାବରକର ହେଉଛନ୍ତି ଆମ ଲାଗି ଭଗବାନ । ସାବରକରଙ୍କ ଅପମାନ କୌଣସି ପ୍ରକାରେ ସହ୍ୟ କରିପାରିବେ ନାହିଁ । ରାହୁଲ ଗାନ୍ଧୀଙ୍କୁ ଭେଟିବା ସମୟରେ ସାବରକର ଦେଶ ପାଇଁ କଣ କଣ କରିଥିଲେ ସେ ତାଙ୍କୁ କହିବେ । ସେ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିଥିଲେ । ମାତ୍ର ସାବରକରଙ୍କୁ ନେଇ ଏଭଳି ମନ୍ତବ୍ୟ ଦେବା ପରେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ମୂଲ୍ୟହୀନ ହେବାକୁ ବସିଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଧେ ମଧ୍ୟ ରାହୁଲଙ୍କୁ ଏ ନେଇ ସମାଲୋଚନା କରିଥିଲେ । ରାହୁଲ ଗାନ୍ଧୀ ବାରମ୍ବାର ସାବରକରଙ୍କର ଅପମାନ କରୁଛନ୍ତି । ତାଙ୍କ ଦଳ ଶିବସେନା ଏହାକୁ ବିରୋଧ କରିବ । ମହାରାଷ୍ଟ୍ର ବିଜେପି ମଧ୍ୟ ଏନେଇ ରାହୁଲଙ୍କୁ ତୀବ୍ର ନିନ୍ଦା କରିଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ମହାରାଷ୍ଟ୍ରର ପ୍ରତି ଜିଲ୍ଲାରୁ ସାବରକର ଗୌରବ ଯାତ୍ରା ଆରମ୍ଭ ହେବ ଏବଂ ଲୋକଙ୍କୁ କୁହାଯିବ ଦେଶ ପ୍ରତି ସାବରକରଙ୍କ କଣ ଯୋଗଦାନ ରହିଛି । ସାବରକରଙ୍କୁ କିଏ ଅପମାନିତ କରିଛି ସେ ନେଇ ମଧ୍ୟ ଲୋକଙ୍କୁ ଅବଗତ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.