ETV Bharat / bharat

ପ୍ରଣବଙ୍କ ବହିରୁ ଖୋଲିଲା ଗୁମର: 2014ରେ ନିର୍ବାଚନ ହାରିବା ପାଇଁ ସୋନିଆ-ମନମୋହନ ଦାୟୀ !

author img

By

Published : Dec 12, 2020, 1:28 PM IST

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବହିରେ ରହିଛି କଂଗ୍ରେସ ହାରିବାର କାରଣ । ଅଧିକ ପଢନ୍ତୁ...

ପ୍ରଣବଙ୍କ ବହିରୁ ଖୋଲିଲା ଗୁମର
ପ୍ରଣବଙ୍କ ବହିରୁ ଖୋଲିଲା ଗୁମର

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଶେଷ ପୁସ୍ତକ ‘ଦ ପ୍ରେସିଣ୍ଟେନସିଆଲ ଇୟର୍ସ’ରୁ ଆସିଛି 2014 ନିର୍ବାଚନରେ କଂଗ୍ରେସର ହାରିବା ପଛର ଗୁମର । ସେ କଂଗ୍ରେସର ଏହି ପରାଜୟ ପାଇଁ ଦଳର ସୋନିଆ ଗାନ୍ଧୀ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପରୋକ୍ଷରେ ଦାୟୀ କରିଥିବା ଦେଖିବାକୁ ମିଳିଛି ।

ପୂର୍ବତନ ରାଷ୍ଟ୍ରପତି ତାଙ୍କ ବହିରେ ଲେଖିଛନ୍ତି ଯେ, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ କଂଗ୍ରେସ ରାଜନୈତିକ ଦିଗହରା ହୋଇଗଲା । ଏହାସହ କିଛି ଦଳୀୟ ନେତୃତ୍ବ ଏହା ମାନନ୍ତି ଯେ 2004 ମସିହାରେ ତାଙ୍କୁ ଯଦି ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା ତେବେ 2014ରେ କଂଗ୍ରେସର ଏଭଳି ପରାଜୟ ହୋଇନଥାନ୍ତା ।

ପ୍ରଣବ ମୁଖାର୍ଜୀ ଏହି ବହିକୁ ନିଜର ଦେହାନ୍ତ ପୂର୍ବରୁ ଲେଖିଥିବାବେଳେ ଏହା 2021 ମସିହାରେ ପାଠକଙ୍କ ପାଇଁ ଉପଲବ୍ଧ ହେବ । ଚଳିତ ବର୍ଷ ଅଗଷ୍ଟ 31 ତାରିଖରେ 84 ବର୍ଷ ବୟସରେ ପ୍ରଣବଙ୍କ ଦେହାନ୍ତ ହୋଇଛି ।

ପୁସ୍ତକରେ କଂଗ୍ରେସ ବାବଦରେ ତାଙ୍କ ଟିପ୍ପଣୀ ଏତିକିବେଳେ ସାମ୍ନାକୁ ଆସିଛି, ଯେତେବେଳେ ଦଳରେ ବିବାଦ ଦେଖାଦେଇଛି । ଦଳ ମଧ୍ୟରେ ନେତୃତ୍ବ ପରିବର୍ତ୍ତନକୁ ନେଇ ଦାବି କୁହୁଳୁଥିବାବେଳେ ପ୍ରଣବ ମୁଖାର୍ଜୀଙ୍କ ଲେଖା ସାମ୍ନାକୁ ଆସିଛି ।

ଏହି ପୁସ୍ତକରେ ମୁଖାର୍ଜୀ ଲେଖିଛନ୍ତି ଯେ, କିଛି ଦଳୀୟ ସଦସ୍ୟ ଏହା ମାନୁଛନ୍ତି ଯେ ଯଦି 2004 ମସିହାରେ ସେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ 2014 ଲୋକସଭା ନିର୍ବାଚନରେ କଂଗ୍ରେସର ଏପରି ସ୍ଥିତି ହୋଇନଥାନ୍ତା । ତେବେ ଏହି ରାୟରେ ମୁଁ ବିଶ୍ବାସ କରେନାହିଁ ବୋଲି ସେ ଲେଖିଛନ୍ତି ।

ଏହାସହ ସେ ଲେଖିଛନ୍ତି, ମୁଁ ମାନେ ଯେ ମୁଁ ରାଷ୍ଟ୍ରପତି ହେବା ପରେ ଦଳର ନେତୃତ୍ବ ରାଜନୈତିକ ଦିଶା ହରାଇବସିଲେ । ସୋନିଆ ଗାନ୍ଧୀ ଦଳର ମାମଲାକୁ ସମ୍ଭାଳିବାକୁ ଅସମର୍ଥ ହୋଇଗଲେ । ସେପଟେ ମନମୋହନ ସିଂହ ମଧ୍ୟ ସଂସଦରେ ଅନେକ ଦିନ ଅନୁପସ୍ଥିତ ରହିଲେ । ଯେଉଁଥିପାଇଁକି ସାଂସଦଙ୍କ ସହିତ କୌଣସି ବ୍ୟକ୍ତିଗତ ସମ୍ପର୍କରୁ ବିଚ୍ଛିନ୍ନ ହେଲା ଦଳ ।

ସେହିପରି ପୂର୍ବତନ ରାଷ୍ଟ୍ରପତି ଲେଖିଛନ୍ତି, ମୁଁ ଭାବେ ଯେ ଶାସନ କରିବାର ନୈତିକ ଅଧିକାର ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିବା ଦରକାର । ଦେଶର ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ପ୍ରଧାନମନ୍ତ୍ରୀ ଓ ତାଙ୍କର ପ୍ରଶାସନର କାର୍ଯ୍ୟ ଉପରେ ନିର୍ଭର କରେ । ତେବେ ପ୍ରଧାନମନ୍ତ୍ରୀ ମେଣ୍ଟକୁ ସ୍ଥିର ରଖିବା ପାଇଁ ନିଜର ସମସ୍ତ ଧ୍ୟାନ କେନ୍ଦ୍ରିତ କଲେ । ଯାହା ଶାସନ ଉପରେ ପଡିଲା । ଯେତେବେଳେକି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଏସବୁ ଧ୍ୟାନ ଦେଇଛନ୍ତି ବୋଲି ପୂର୍ବତନ ରାଷ୍ଟ୍ରପତି ଲେଖିଛନ୍ତି ।

ଏହି ପୁସ୍ତକରେ ପୂର୍ବତନ ରାଷ୍ଟ୍ରପତି ତାଙ୍କର ପଶ୍ଚିମବଙ୍ଗର ଗୋଟିଏ ଗାଁରେ ରହିବାଠୁ ଆରମ୍ଭ କରି ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ସବୁକିଛି ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.