ନୂଆଦିଲ୍ଲୀ: ବିଜେପି ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶାନ୍ତା କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଭାରତ ରତ୍ନ ପ୍ରଦାନ କରିବା ବିଷୟରେ ପ୍ରଧାନମନ୍ତ୍ରୀ ଧ୍ୟାନ ଦେବାକୁ ସେ ଏଥିରେ ଉଲ୍ଲେଖ କରିଛନ୍ତି ।
ଏହାସହ ମିଳିତ ଜାତିସଙ୍ଘରେ ପ୍ରଧାନମନ୍ତ୍ରୀ ତିବ୍ଦତ ସମସ୍ୟା ଉଠାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏକବିଂଶ ଶତାଦ୍ଦୀରେ ତିବ୍ଦତ ହତ୍ୟାକାଣ୍ଡ ହେଉଛି ସବୁଠୁ ବଡ ଦୁଃଖଦ ଘଟଣା । ଦିନକୁ ଦିନ ପ୍ରକୃତ ନିୟନ୍ତ୍ରଣ ରେଖାକୁ ନିଜ ଅକ୍ତିଆର କରିବାକୁ ଲାଗି ପଡିଛି ଡ୍ରାଗନ ସେନା । ତେଣୁ ଚୀନ ପାଇଁ ଭାରତ ସବୁଠୁ ଅଧିକ ବିପଦର ସମ୍ମୁଖୀନ ହୋଇଛି । ଆଜି ଚୀନ ବିଶ୍ବରେ ବିଚ୍ଛିନ୍ନ ହୋଇଛି । ଏଣୁ 1950 ମସିହାର ଭୟଙ୍କର ଭୁଲକୁ ସୁଧାରିବାକୁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଶାନ୍ତା କୁମାର ଚିଠିରେ ଲେଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ