ETV Bharat / bharat

ଶାଶୁଙ୍କୁ ଆସ୍ତିକରୁ ନାସ୍ତିକ କରେଇବା ପାଇଁ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେଲେ ବୋହୂ

author img

By

Published : May 1, 2022, 4:45 PM IST

ଶାଶୁଙ୍କୁ ଆସ୍ତିକରୁ ନାସ୍ତିକ କରେଇବା ପାଇଁ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେଲେ ବୋହୂ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଭୋପାଳର ଦ୍ୱାରକା ନାଗର ଅଞ୍ଚଳରେ । ଅଧିକ ପଢନ୍ତୁ

ଶାଶୁଙ୍କୁ ଆସ୍ତିକରୁ ନାସ୍ତିକ କରେଇବା ପାଇଁ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେଲେ ବୋହୂ
ଶାଶୁଙ୍କୁ ଆସ୍ତିକରୁ ନାସ୍ତିକ କରେଇବା ପାଇଁ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେଲେ ବୋହୂ

ଭୋପାଳ: ଶାଶୁଙ୍କୁ ଆସ୍ତିକରୁ ନାସ୍ତିକ କରେଇବା ପାଇଁ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେଲେ ବୋହୂ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଭୋପାଳର ଦ୍ୱାରକା ନାଗର ଅଞ୍ଚଳରେ ।

ଭୋପାଳର ଦ୍ୱାରକା ନାଗର ଅଞ୍ଚଳର ଦୁଇଜଣ ମହିଳା ନିଜ ଶାଶୁଙ୍କୁ ବୁଝାଇବା ନେଇ ଅନୁରୋଧ କରି ମହିଳା ଆୟୋଗର ଦ୍ବାରସ୍ଥ ହୋଇଛନ୍ତି । ବାସ୍ତବରେ ସେମାନେ ଗୋଟିଏ ପରିବାର ଦୁଇ ଜା ହୋଇଥିବାବେଳେ ସମ୍ପର୍କୀୟ ଭଉଣୀ ମଧ୍ୟ ଅଟନ୍ତି । ସୂଚନାଅନୁସାରେ, ନିଜ ଶାଶୁକୁ ନାସ୍ତିକରୁ ଆସ୍ତିକ ବନେଇବା ପାଇଁ ଉଭୟେ ଆବେଦନ କରିଛନ୍ତି । ତେବେ ଏହା ଉପରେ ନ୍ୟାୟ ଶୁଣାଇ ନୀତି ଆୟୋଗ କହିଛନ୍ତି ଯେ, ପୂଜାପାଠ କରିବା ଉପରେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ବ ନିଷ୍ପତ୍ତି ରହିଛି । ଈଶ୍ବରଙ୍କୁ ବିଶ୍ବାସ କରିିବା ନିଜସ୍ବ ମାମଲା ଅଟେ । ଏଥିରେ ନୀତି ଆୟୋଗ କିଛି ମଧ୍ୟ କରିପାରିବ ନାହିଁ ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ଯେତେବେଳେ ଆୟୋଗର କର୍ମଚାରୀମାନେ ଶାଶୁଙ୍କ ସ୍ବଭାବକୁ ନେଇ ପ୍ରଶ୍ନ କରିଥିଲେ, ସେମାନେ କହିଥିଲେ ଶାଶୁ ବହୁତ ଭଲ ସ୍ବଭାବର ଅଟନ୍ତି । ସେ ସମସ୍ତଙ୍କ ଧ୍ୟାନ ମଧ୍ୟ ରଖୁଛନ୍ତି କିନ୍ତୁ ଧାର୍ମିକ ନୁହନ୍ତି । ପୂଜାପାଠ କରିବା ନିମନ୍ତେ ଆମକୁ ଅଟକାଇଥାନ୍ତି । ବଡ ବୋହୂ କହିଛନ୍ତି ଯେ, ସେ ଡାଟିଆଙ୍କୁ ବିବାହ କରିବା ପରେ ଭୋପାଳ ଆସିଥିଲେ। ଆଉ ଜଣେ ୪ ବର୍ଷ ପୂର୍ବେ ଦିଅରକୁ ବିବାହ କରିଥିଲେ ।

ବୋହୂମାନେ ଅଭିଯୋଗ କରି କହିଛନ୍ତି ଯେ, ନା ଆଜି ଯାଏଁ ଘରେ ସତ୍ୟନାରାୟଣ ପୂଜା ହୋଇଛି ନା କୌଣସି ବ୍ରତ ପାଳନ କରାଯାଇଛି । ଦୁଇଜଣ ବୋହୂ ହିଁ ଘରେ ପୂଜା କରିଆସୁଥିଲେ । ଏହାକୁ ନେଇ ଶାଶୁ କହନ୍ତି ଯେ, ପ୍ରଥମେ ଘରର ସମସ୍ତ କାର୍ଯ୍ୟ ସମାପ୍ତ କର, ତା’ପରେ ଏହି ପୂଜାପାଠ ଖେଳ ଖେଳିବ । ଉଭୟ କହିଛନ୍ତି ଯେ କେବଳ ଏହି ପ୍ରସଙ୍ଗରେ ଆମର ଯୁକ୍ତି ହେଉଛି ନହେଲେ ପରିବାରର ବାକି ସବୁ ଖୁସିରେ କଟୁଛି । ତେବେ ଏହି ଅଭିଯୋଗରେ ନୀତି ଆୟୋଗ କିଛି ହସ୍ତକ୍ଷେପ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.