ETV Bharat / bharat

Budget session: 91.50 ଟଙ୍କା କମିଲା କର୍ମସିଆଲ LPG ସିଲିଣ୍ଡର ଦର

91.50 ଟଙ୍କା ହ୍ରାସ ପାଇଲା 19 କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ LPG ସିଲିଣ୍ଡର ଦର । ଘରୋଇ ଜାଳେଣି ଗ୍ୟାସ ମୂଲ୍ୟରେ ନାହିଁ କୌଣସି ପରିବର୍ତ୍ତନ । ଅଧିକ ପଢନ୍ତୁ

Budget session: 91.50 ଟଙ୍କା ଖସିଲା କର୍ମସିଆଲ LPG ସିଲିଣ୍ଡର ଦର

author img

By

Published : Feb 1, 2022, 11:54 AM IST

ନୂଆଦିଲ୍ଲୀ: ବଜେଟ ଉପସ୍ଥାପନ ପୂର୍ବରୁ କମିଲା କର୍ମସିଆଲ LPG ଗ୍ୟାସଦର । ଆଜି ଠାରୁ 19 କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ 91.50 ଟଙ୍କା ହ୍ରାସ ପାଇବ । ଆଜିଠାରୁ ଦିଲ୍ଲୀରେ ଏହା 1907 ଟଙ୍କାରେ ଉପଲବ୍ଧ ହେବ । ମୂଲ୍ୟହ୍ରାସ ଫଳରେ ବିଶେଷ ଭାବେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲାଭ ମିଳିବ ।

ଗତମାସ (ଜାନୁଆରୀ) 1 ରେ ରାଜଧାନୀ ଦିଲ୍ଲୀରେ 19 କିଲୋଗ୍ରାମ କର୍ମସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ 102.50 ଟଙ୍କା ହ୍ରାସ ପାଇ 1998.50 ଟଙ୍କାକୁ ଖସିଥିଲା । ତେବେ ଅନ୍ୟପଟେ ଘରୋଇ ଜାଳେଣି କ୍ଷେତ୍ରରେ ବ୍ୟବହାର ହେଉଥିବା ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି ।

14.2 କିଲୋଗ୍ରାମ, 5 କିଲୋଗ୍ରାମ, 10 କିଲୋଗ୍ରାମ କିମ୍ବା 5 କିଲୋଗ୍ରାମ କମ୍ପୋଜିଟ୍ ସିଲିଣ୍ଡର ଓଜନ ବିଶିଷ୍ଟ ସିଲିଣ୍ଡର ମୂଲ୍ୟରେ କୌଣସି ହ୍ରାସ ଘଟିନାହିଁ ଏବଂ ଏହାର ମୂଲ୍ୟ ଅପରିବର୍ତ୍ତିତ ରହିଛି । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ LPG ସିଲିଣ୍ଡର ହାର ମାସିକ ସଂଶୋଧିତ ହୋଇଥାଏ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.