ETV Bharat / bharat

ବାୟୂ ପ୍ରଦୂଷଣ ରୋକିବାକୁ ବଡ ନିଷ୍ପତ୍ତି, ଦିଲ୍ଲୀ ରାସ୍ତାରେ ଗଡିବନି ଟ୍ରକ

author img

By

Published : Nov 3, 2022, 10:41 PM IST

ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମ କରିବାରୁ ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି । ରାସ୍ତାରେ ଚାଲିବନି ଡିଜେଲ ଚାଳିତ କମର୍ସିଆଲ ଟ୍ରକ୍ ।

ବାୟୂ ପ୍ରଦୂଷଣ ରୋକିବାକୁ ବଡ ନିଷ୍ପତ୍ତି
ବାୟୂ ପ୍ରଦୂଷଣ ରୋକିବାକୁ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେଉଛି ଦେଶର ରାଜଧାନୀ । ବାୟୁ ପ୍ରଦୂଷଣରେ ଜର୍ଜରିତ ହେଉଛନ୍ତି ଦିଲ୍ଲୀବାସୀ । ପ୍ରଦୂଷଣର ମାତ୍ରା କମ କରିବାରୁ ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି । ଏଣିକି ଦିଲ୍ଲୀ ରାସ୍ତାରେ ଗଡିବନୀ ଡିଜେଲ ଚାଳିତ କମର୍ସିଆଲ (ବ୍ୟବସାୟିକ) ଟ୍ରକ୍‌(Commercial diesel trucks banned in Delhi ) । ପ୍ରଦୂଷଣ ରୋକିବାକୁ ଏପରି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ( Commission for Air Quality Management ) ଏହି ନିଷ୍ପତ୍ତି ନେଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇଯାଉଥିବା ଟ୍ରକ୍ ଓ ସିଏନ୍‌ଜି କିମ୍ବା ଇଲେକ୍ଟ୍ରିକ୍‌ ଦ୍ବାରା ପରିଚାଳିତ ହେଉଥିବେ ଗାଡ଼ି ଗୁଡ଼ିକୁ ଦିଲ୍ଲୀ ରାସ୍ତାରେ ଯାତାୟତ ପାଇଁ ଅନୁମତି ମିଳିବ। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ GRAP-4 ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ।

ଆଜି(ଗୁରୁବାର) ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଅତି ଖରାପ(very poor) ଶ୍ରେଣୀରେ ରହିଥିଲା । ସକାଳ ୭ ଟାରେ ବାୟୁ ଗୁଣବତ୍ତା ସୂଚକାଙ୍କ(Air Quality Index) ୪୦୮ ରେକର୍ଡ ହୋଇଥିଲା । ତେବେ ସକାଳ ୮ଟାରେ ସମୟରେ ଏହି ସୂଚକାଙ୍କ ୩୬୪ ରେକର୍ଡ କରାଯାଇଥିଲା । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଥିବା ବେଳେ ଯାତାୟତ ସମୟରେ ବାଧା ଉପୁଜିଥିଲା। ପରିସ୍ଥିତି ଗମ୍ଭିର ହେବାରୁ ଦିଲ୍ଲୀ ରାସ୍ତାରେ କମର୍ସିଆଲ ଡିଜେଲ ଟ୍ରକ ଗମନାଗମନ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି ।

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ ୦-୫ ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ ଓ ୧୦୧-୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । ୨୦୧-୩୦୦ ଖରାପ ଏବଂ ୩୦୧-୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ ୪୦୧-୫୦୦ ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.