ETV Bharat / bharat

କଲେଜିୟମ ଏକ ଅସ୍ପଷ୍ଟ ବ୍ୟବସ୍ଥା, କାର୍ଯ୍ୟପାଳିକାର କାର୍ଯ୍ୟ ପରିସରରେ ନ୍ୟାୟପାଳିକାର ହସ୍ତକ୍ଷେପ ଅନୁଚିତ: ରିଜଜୁ

ଦେଶର ନ୍ୟାୟିକ ବ୍ୟବସ୍ଥା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁଙ୍କ ବଡ ବୟାନ । ପ୍ରଚଳିତ କଲେଜିୟମ ବ୍ୟବସ୍ଥାକୁ ଦର୍ଶାଇଲେ ଅସ୍ପଷ୍ଟ (Kiren Rijiju on Collegium system)। କାର୍ଯ୍ୟପାଳିକାର କାର୍ଯ୍ୟ ପରିସରରେ ନ୍ୟାୟପାଳିକାର ହସ୍ତକ୍ଷେପକୁ ନେଇ ମଧ୍ୟ ରଖିଲେ ମତ । ଅଧିକ ପଢନ୍ତୁ

author img

By

Published : Nov 5, 2022, 10:38 PM IST

କଲେଜିୟମ ଏକ ଅସ୍ପଷ୍ଟ ବ୍ୟବସ୍ଥା, କାର୍ଯ୍ୟପାଳିକାର କାର୍ଯ୍ୟ ପରିସରରେ ନ୍ୟାୟପାଳିକାର ହସ୍ତକ୍ଷେପ ଅନୁଚିତ: ରିଜଜୁ
କଲେଜିୟମ ଏକ ଅସ୍ପଷ୍ଟ ବ୍ୟବସ୍ଥା, କାର୍ଯ୍ୟପାଳିକାର କାର୍ଯ୍ୟ ପରିସରରେ ନ୍ୟାୟପାଳିକାର ହସ୍ତକ୍ଷେପ ଅନୁଚିତ: ରିଜଜୁ

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ଚୟନ ନେଇ ପୂର୍ବରୁ ପ୍ରଚଳିତ ହୋଇ ଆସିଥିବା କଲେଜିୟମ ବ୍ୟବସ୍ଥା ଏକ ଅସ୍ପଷ୍ଟ ବ୍ୟବସ୍ଥା । ଅନେକ ବିଚାରପତି ଓ ଆଇନଜୀବୀ ମଧ୍ୟ ଏହା ସହ ଏକମତ ହେବେ । ତେବେ ସେମାନେ ଏହି ବ୍ୟବସ୍ଥାକୁ ନେଇ ସନ୍ତୁଷ୍ଟ ନଥିଲେ ମଧ୍ୟ ସରକାର ଏକ ବିକଳ୍ପ ପ୍ରଣାଳୀ ଆଣିବା ପର୍ଯ୍ୟନ୍ତ, ବର୍ତ୍ତମାନର ବ୍ୟବସ୍ଥା ସହିତ କାର୍ଯ୍ୟ କରିବାକୁ ପଡିବ । ଭାରତୀୟ ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ଏପରି ଟିପ୍ପଣୀ ରଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ (Kiren Rijiju on Collegium system)।

ମୁମ୍ବାଇରେ ଏକ ଘରୋଇ ବୈଦୁତ୍ୟିକ ଗଣମାଧ୍ୟମ ସଂସ୍ଥା ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ । କାର୍ଯ୍ୟକ୍ରମରେ ମଞ୍ଚ ଆଲୋଚନାରେ ଅଂଶଗ୍ରହଣ କରି ଏହି ପ୍ରସଙ୍ଗରେ ରିଜଜୁ କହିଥିଲେ,‘‘ମୁଁ ନ୍ୟାୟିକ ବ୍ୟବସ୍ଥା କିମ୍ବା ବିଚାରପତିଙ୍କୁ ନେଇ ସମାଲୋଚନା କରୁନାହିଁ । ବରଂ ଦେଶର ଜଣେ ସାଧାରଣ ନାଗରିକର ଆଇନ ପ୍ରତି ଥିବା ଦୃଷ୍ଚିକୋଣର ପ୍ରତିଫଳନ ଓ ଆଭିମୁଖ୍ୟକୁ ସାମ୍ନାକୁ ଆଣିବାକୁ ଚାହୁଁଛି । ଦେଶରେ ପ୍ରଚଳିତ କଲେଜିୟମ ବ୍ୟବସ୍ଥା ପାରଦର୍ଶୀ ନୁହେଁ ବରଂ ଅସ୍ପଷ୍ଟ, ଏକଥା ବିଚାରପତି ଓ ଆଇନଜୀବୀମାନେ ମଧ୍ୟ ଏକମତ ହେବେ ।’’

ରିଜଜୁ ଆହୁରି ମଧ୍ୟ କହିଥିଲେ, ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି)କୁ ସୁପ୍ରିମକୋର୍ଟ ବରଖାସ୍ତ କରିଥିଲେ । ସରକାର ଅନ୍ୟ ପଦକ୍ଷେପ ନେଇପାରିଥାନ୍ତେ, କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ସମ୍ମାନ ଜଣାଇ ତୁରନ୍ତ ଏହି ଦିଗରେ ବିକଳ୍ପ ଉପାୟ ଖୋଜିବା ନେଇ ନୀରବ ରହିଥିଲେ । ତେବେ ଏହାର ଅର୍ଥ ନୁହେଁ ଯେ ସରକାର ସବୁଦିନ ପାଇଁ ନୀରବ ରହିବେ ।

ସେହିପରି ସେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଥିବା ପାର୍ଥକ୍ୟ ଓ ନ୍ୟାୟପାଳିକାର ସୀମା ପରିସର ନେଇ ମଧ୍ୟ ଟିପ୍ପଣୀ ଦେଇଥିଲେ । ରିଜିଜୁ କହିଥିଲେ, ନ୍ୟାୟପାଳିକା ନିଜର ସୀମା ଅତିକ୍ରମ କରି କାର୍ଯ୍ୟପାଳିକାର କ୍ଷମତା ଓ କାର୍ଯ୍ୟ ପରିସରରେ ପ୍ରବେଶ କରିବା କିମ୍ବା ହସ୍ତକ୍ଷେପ କରିବା ମଧ୍ୟ ଆଦୌ ଉଚିତ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.