ETV Bharat / bharat

ସମ୍ମାନିତ ହେଲେ ସେନାବୀର: Col Santosh Babuଙ୍କୁ ମରଣୋତ୍ତର Maha Vir Chakra

ସମ୍ମାନିତ ହେଲେ ସେନା ବୀର । କର୍ଣ୍ଣେଲ ସନ୍ତୋଷ ବାବୁ (Col Santosh Babu)ଙ୍କୁ ମରଣୋତ୍ତର ମହାବୀର ଚକ୍ର(Maha Vir Chakra) । ୫ ବୀର ଯବାନଙ୍କୁ କୀର୍ତ୍ତି ଚକ୍ର ଓ ୭ ଯବାନଙ୍କୁ ସୌର୍ଯ୍ୟ ଚକ୍ର ପଦକରେ ସମ୍ମାନିତ କଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

author img

By

Published : Nov 23, 2021, 5:17 PM IST

ସମ୍ମାନିତ ହେଲେ ସେନାବୀର, Col Santosh Babuଙ୍କୁ ମରଣୋତ୍ତର ମହାବୀର ଚକ୍ର

ନୂଆଦିଲ୍ଲୀ: ଗତବର୍ଷ (june 2020) ଇଣ୍ଡୋ-ଚୀନ ସୀମାନ୍ତ (LAC) ଗଲଓ୍ବାନ ଘାଟିରେ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷରେ ଶହୀଦ ହୋଇଥିବା ବିହାର ରେଜିମେଣ୍ଟ (Bihar Regiment)ର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ସନ୍ତୋଷ ବାବୁ(Col Santosh Babu)ଙ୍କୁ ମରଣୋତ୍ତର ମହାବୀର ଚକ୍ର(Maha Vir Chakra) ସମ୍ମାନ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଶହୀଦଙ୍କ ପତ୍ନୀ ଓ ମା’ ରାଷ୍ଟ୍ରପତିଙ୍କ ନିକଟରୁ ଏହି ପଦକ ଗ୍ରହଣ କରିଛନ୍ତି । ଗତବର୍ଷ ୧୫ ଜୁନରେ ଗଲଓ୍ବାନ ଘାଟି (Galloway Valley)ରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ମୋଟ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ ।

ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାମନାଥ କୋବିନ୍ଦଙ୍କ ଠାରୁ ଏହି ଦ୍ବିତୀୟ ସର୍ବୋଚ୍ଚ ସାମରିକ ସମ୍ମାନ (2nd highest military honor)ଗ୍ରହଣ କରିଛନ୍ତି କର୍ଣ୍ଣେଲ ବାବୁଙ୍କ ପତ୍ନୀ ସନ୍ତୋଷୀ ଓ ମା ମଞ୍ଜୁଳା ।

ଆଜିର କାର୍ଯ୍ୟକ୍ରମରେ କର୍ଣ୍ଣେଲ ବାବୁଙ୍କ ମହାବୀର ଚକ୍ର , ୫ କିର୍ତ୍ତୀ ଚକ୍ର(Kirti Chakra),୫ ବୀରଚକ୍ର(Vir Chakra), ୭ ଜଣ ଯବାନଙ୍କୁ ସୌର୍ଯ୍ୟ ଚକ୍ର (sourya chakra) ଉପାଧୀରେ ସମ୍ମାନତିତ କରାଯାଇଛି । ସେହିପରି ବାୟୁ ସେନାମୁଖ୍ୟ (Air-chief) ବିବେକ ରଞ୍ଜନ ଚୌଧୁରୀଙ୍କ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

1- ମହାବୀର ଚକ୍ର :-

ସନ୍ତୋଷ ବାବୁ

କିର୍ତ୍ତୀ ଚକ୍ର ପଦକ :-

ସୁବେଦାର ସଞ୍ଜୀବ କୁମାର (ମରଣୋତ୍ତର)

ହେଡ କନେଷ୍ଟବଳ ଶ୍ୟାମ ନାରାୟଣ ସିଂ ଯାଦବ (ମରଣୋତ୍ତର)

CRPF କନେଷ୍ଟବଳ ବିନୋଦ କୁମାର (ମରଣୋତ୍ତର)

ଡେପୁଟି କମାଣ୍ଡାଣ୍ଟ ରାହୁଲ ମାଥୁର

ପିଣ୍ଟୁ କୁମାର ସିଂ

ବୀରଚକ୍ର ପଦକ :-

ସୁବେଦାର ନୁଦୁରାମ ସୋରେନ(ମରଣୋତ୍ତର)

ହାବିଲଦାର କେ ପଲାନି (ମରଣୋତ୍ତର),

ଜିତେନ୍ଦ୍ର ସିଂ,

ନାୟକ ଦିପକ ସିଂ(ମରଣୋତ୍ତର)

ଗୁରୁତେଜ ସିଂ(ମରଣୋତ୍ତର)

ସୌର୍ଯ୍ୟ ଚକ୍ର ପଦକ :-

ରାଷ୍ଟ୍ରୀୟ ରାଇଫଲ- ମନୋଜ ଅନୁଜ ସୁଦ୍ଧ (ମରଣୋତ୍ତର)

ଅର୍ସଦ ଖାନ (ମରଣୋତ୍ତର)

ଜିଏଚ ମୁସ୍ତଫା ବାରହା(ମରଣୋତ୍ତର)

ନାସିର ଅହମ୍ମଦ କୋଲେ (ମରଣୋତ୍ତର)

ବିବାଲ ଅହମ୍ମଦ ମାଗରେ(ମରଣୋତ୍ତର)

ଆସାନ ରାଇଫଲ- ପ୍ରଣବ ଜ୍ୟୋତି ଦାସ

ସୋନମ ତେରସିଂ ତୋମାଙ୍କ

ଗତବର୍ଷ ଜୁନରେ ଭାରତ- ଚୀନ ସୀମାନ୍ତ ଗଲଓ୍ବାନ ଘାଟିରେ ସୁରକ୍ଷା ଦାୟିତ୍ବରେ ଥିବା ବିହାର ରେଜିମେଣ୍ଟର କମାଣ୍ଡିଂ ଅଧିକାରୀ ଥିଲେ ସନ୍ତୋଷ ବାବୁ । ତେବେ ଚୀନ ସେନା ଭାରତୀୟ ଅଞ୍ଚଳକୁ ପ୍ରବେଶ କରୁଥିବା ସୂଚନା ମିଳିବା ପରେ କର୍ଣ୍ଣେଲ ବାବୁଙ୍କ ନେତୃତ୍ବାଧୀନ ବିହାର ରେଜିମେଣ୍ଟର ଏକ ୟୁନିଟ୍ ସେମାନଙ୍କୁ ବାଧା ଦେଇଥିଲେ । ଫଳରେ ଚୀନ-ଭାରତୀୟ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ମୋଟ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.