ETV Bharat / bharat

CM Yogi In Ayodhya: ରାମଲାଲାଙ୍କ ଦର୍ଶନ କଲେ, ମନ୍ଦିର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା - ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଆଜି ସରଜୁ ନଦୀ କୂଳେ ନିର୍ମାଣ ଅତିଥି ଭବନରେ ଅବସ୍ଥାନ କରିବେ । ଆସନ୍ତାକାଲି ଅଯୋଧ୍ୟାରେ କିଛି କାର୍ଯ୍ୟକ୍ରମରେ ସାମିଲ ହୋଇ ପୁଣି ଲକ୍ଷ୍ନୌ ଫେରିଯିବେ । ଅଧିକ ପଢନ୍ତୁ

ରାମଲାଲାଙ୍କ ଦର୍ଶନ କଲେ, ମନ୍ଦିର ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ

author img

By

Published : Jun 14, 2023, 10:15 PM IST

ରାମଲାଲାଙ୍କ ଦର୍ଶନ କଲେ, ମନ୍ଦିର ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ

ଅଯୋଧ୍ୟା: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି(ବୁଧବାର) ରାମ ନଗରୀ ଅଯୋଧ୍ୟା ଗସ୍ତରେ ଆସିଛନ୍ତି । ସରଜୁ ତଟରେ ନିର୍ମାଣାଧୀନ ଅସ୍ଥାୟୀ ହେଲିପ୍ୟାଡରେ ଯୋଗୀ ଅବତରଣ କରିବା ପରେ ସଡକ ପଥରେ ହନୁମାନଗଢୀ ପହଞ୍ଚିଥିଲେ । ହନୁମାନଗଢୀରେ ଯୋଗୀ ବଜରଙ୍ଗବାଲୀଙ୍କୁ ପୂଜାର୍ଚ୍ଚନା କରିବା ସହ ଆରତୀ କରିଥିଲେ । ପରେ ହନୁମନାଗଢୀର ମୁଖ୍ୟ ପୂଜାରୀ ମହନ୍ତ ରାଜୁ ଦାସଙ୍କ ଆଶ୍ରମକୁ ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ, ଯୋଗୀ ସିଧା ରାମଜନ୍ମ ଭୂମି ପରିସରକୁ ଯାଇଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଯୋଗୀ 15 ଜୁନ (ଗୁରୂବାର) ସକାଳେ ଅଯୋଧ୍ୟା ଗସ୍ତରେ ଆସିଥାନ୍ତେ । କିନ୍ତୁ ନିଜ ଗସ୍ତକୁ କାଣ୍ଟଛାଣ୍ଟ କରି ବୁଧବାର ସଂଧ୍ୟାରେ ଯୋଗୀ ଅଯୋଧ୍ୟା ପହଞ୍ଚିଛନ୍ତି । ଅଯୋଧ୍ୟା ଗସ୍ତରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଗଢୀ ପହଞ୍ଚିଥିଲେ । ହନୁମାନଗଢୀରେ ଯୋଗୀ ବଜରଙ୍ଗବାଲୀଙ୍କୁ ପୂଜାର୍ଚ୍ଚନା କରିବା ସହ ଆରତୀ କରିଥିଲେ । ପରେ ହନୁମନାଗଢୀର ମୁଖ୍ୟ ପୂଜାରୀ ମହନ୍ତ ରାଜୁ ଦାସଙ୍କ ଆଶ୍ରମକୁ ଯାଇଥିଲେ । ସେଠାରେ କିଛି ସମୟ ରହିବା ପରେ, ଯୋଗୀ ସିଧା ରାମଜନ୍ମ ଭୂମି ପରିସରକୁ ଯାଇଥିଲେ । ଏହାପରେ ରାମ ଜନ୍ମଭୂମି ଯାଇ ରାମଲାଲାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ରାମ ଜନ୍ମଭୂମି ନିର୍ମାଣସ୍ଥଳୀ କୁ ଯାଇ ମନ୍ଦିର ନିର୍ମାଣର ସମୀକ୍ଷା କରିଥିଲେ ।

ପରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଚାଲିଥିବା ବହୁ ପ୍ରକଳ୍ପ ଓ ଆଧୁନିକରଣର କାର୍ଯ୍ୟର ସମୀକ୍ଷା କରିଥିଲେ । ଏତତ ବ୍ୟତୀତ ଅଯୋଧ୍ୟାବାସୀଙ୍କ ପାଇଁ ଚାଲିଥିବା ଏକାଧିକ ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ଅଯୋଧ୍ୟା ରେଳ ଷ୍ଟେସନ, ବିମାନ ବନ୍ଦର ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଆଜି ସରଜୁ ନଦୀ କୂଳେ ନିର୍ମାଣ ଅତିଥି ଭବନରେ ଅବସ୍ଥାନ କରିବେ । ଆସନ୍ତାକାଲି ଅଯୋଧ୍ୟାରେ କିଛି କାର୍ଯ୍ୟକ୍ରମରେ ସାମିଲ ହୋଇ ପୁଣି ଲକ୍ଷ୍ନୌ ଫେରିଯିବେ ।

ସୂଚନାଯୋଗ୍ୟଯେ ଆସନ୍ତା 22 ଜାନୁୟାରୀ 2024ରେ ରାମଲାଲା ଗର୍ଭଗୃହରେ ପ୍ରବେଶ କରିବେ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ 7 ଦିନ ଧରି ଚାଲିବାକୁ ଥିବାବେଳେ, ଏଥିପାଇଁ ପ୍ରସ୍ତୁତି ଯୋରଦାର ଆରମ୍ଭ ହୋଇଛି । ମନ୍ଦିର ନିର୍ମାଣ ଜାରି ରହିଥିବା ବେଳେ, ଆଗାମୀ 100 ବର୍ଷକୁ ଧ୍ୟାନରେ ରଖି ଅଯୋଧ୍ୟାର ସମ୍ପୂର୍ଣ୍ଣ ବିକାଶ କରାଯାଉଛି । ଅତ୍ୟାଧୁନିକ ସହିତ ପୁରା ଆଧ୍ୟାତ୍ମିକତା ଆଧାରରେ ଅଯୋଧ୍ୟାର ବିକାଶ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.