ETV Bharat / bharat

ଅସୁସ୍ଥ କେରଳ ମୁଖ୍ୟମନ୍ତ୍ରୀ ! ଅଧିକ ଚିକିତ୍ସା ପାଇଁ ଗଲେ ଆମେରିକା

ଅସୁସ୍ଥ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ! ନିଜ ସ୍ବାସ୍ଥ୍ୟର ଅଧିକ ଚିକିତ୍ସା ପାଇଁ(follow-up treatment ) ଆଜି (ରବିବାର) ଆମେରିକା ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Apr 24, 2022, 1:34 PM IST

ଅସୁସ୍ଥ କେରଳ ମୁଖ୍ୟମନ୍ତ୍ରୀ ! ଅଧିକ ଚିକିତ୍ସା ପାଇଁ ଗଲେ ଆମେରିକା
ଅସୁସ୍ଥ କେରଳ ମୁଖ୍ୟମନ୍ତ୍ରୀ ! ଅଧିକ ଚିକିତ୍ସା ପାଇଁ ଗଲେ ଆମେରିକା

ଥିରୁଅନନ୍ତପୁରମ: ଅସୁସ୍ଥ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ! ନିଜ ସ୍ବାସ୍ଥ୍ୟର ଅଧିକ ଚିକିତ୍ସା ପାଇଁ(follow-up treatment ) ଆଜି (ରବିବାର) ଆମେରିକା ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୋର୍‌ ୪.୩୦ ମିନିଟ ସମୟରେ ଥିରୁଅନନ୍ତପୁରମ ବିମାନ ବନ୍ଦରରୁ ନିଜ ସ୍ତ୍ରୀ କାମଲା ଓ ବ୍ୟକ୍ତିଗତ ସଚିବ (personal assistant)ଙ୍କ ସହ ଆମେରିକା ଯାଇଛନ୍ତି । ତେବେ, ସେଠାରେ ସେ ମିନେସୋଟା(Minnesota) ସ୍ଥିତ ମାୟୋ କ୍ଲିନିକ୍ (Mayo Clinic)ରେ ଚିକିତ୍ସା ହେବେ ବୋଲି ସୂଚନା ମିଳିଛି ।

ତେବେ, ସେ ସେଠାରୁ ମେ ୧୫ ତାରିଖରେ ଫେରିବା ନେଇ କାର୍ଯ୍ୟସୂଚୀ ରହିଛି । କିନ୍ତୁ ତାଙ୍କର ଆମେରିକା ଯାତ୍ରା ପୂର୍ବରୁ ସେ କାହାରିକୁ କୈଣସି ଦାୟିତ୍ବ ଦେଇ ନାହାଁନ୍ତି । ତେବେ ଆସନ୍ତା ୨୭ରେ ବସିବ କେରଳ କ୍ୟାବିନେଟ ବୈଠକ । ଏଥିରେ ସେ ଭିସି ଯୋଗେ ଯୋଡି ଏଥିରେ ଯୋଡି ହେବେ ବୋଲି ଜଣାପଡିଛି । ତେବେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ପିନାରାଇ ୨୦୧୮ରେ ଆମେରିକା ଯାଇ ମାୟୋ କ୍ଲିନିକରେ ଚିକିତ୍ସିତ ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଆମେରିକା ଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.