ରୋମ: ଇଟାଲି ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ମଙ୍ଗଳବାର) ରୋମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରୋମର ପାଆଜା ସ୍ଥିତ ଗାନ୍ଧି ସ୍ମାରକୀରେ ମାଲ୍ୟାର୍ପଣ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
2018ରେ ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜାତୀୟ କମିଟିର ପ୍ରଥମ ବୈଠକରେ ସମ୍ବିଧାନ ମୁଖବନ୍ଧରେ ଅହିଂସାକୁ ସାମିଲ ପାଇଁ ପ୍ରସ୍ତାବ ଦେଇଥିଲେ ନବୀନ । 2019 ରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ‘ଗାନ୍ଧିଜୀ ତାଲିସମ୍ୟାନ’ ଉନ୍ମୋଚନ କରିଥିଲେ । ଶାନ୍ତି ବିନା ପ୍ରଗତି ସମ୍ଭବ ନୁହେଁ ବୋଲି ନବୀନ କହିଛନ୍ତି । ସମାଜର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶୃତିବଦ୍ଧ ବୋଲି ମଧ୍ୟ କହିଛନ୍ତି ନବୀନ ।
ଇଟିଭି ଭାରତ, ଭୁବନେଶ୍ବର