ETV Bharat / bharat

ମୋଦିଙ୍କୁ ଦିଦିଙ୍କ ପୁଣି ଟାର୍ଗେଟ, କହିଲେ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଏହା ଶେଷ ସମ୍ବୋଧନ

author img

By

Published : Aug 15, 2023, 8:33 AM IST

Updated : Aug 15, 2023, 8:46 AM IST

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜାଙ୍କ ଟାର୍ଗେଟ । ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଏହା ଶେଷ ସମ୍ବୋଧନ ବୋଲି କହଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

କୋଲକାତା: ଆଜି ଦେଶ ପାଳୁଛି 77ତମ ସ୍ବାଧୀନତା ଦିବସ । ରାଜଧାନୀ ଦିଲ୍ଲୀରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ଦେଶବାଶୀଙ୍କୁ ସମ୍ବୋଧନ କରୁଛନ୍ତି ମୋଦି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜା । ଚଳିତ ଥର ସ୍ବାଧୀନତା ଦିବସରେ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ପ୍ରଧାନମନ୍ତ୍ରୀ ଭାବେ ଶେଷ ସମ୍ବୋଧନ ବୋଲି କହିଛନ୍ତି ମମତା । ସ୍ବାଧୀନତା ଦିବସ ଅବସରରେ ବେହାଲାରେ ଟିଏମ୍‌ସି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାନାର୍ଜୀ ଏପରି କହିଥିଲେ । ସେ ଆହୁରି ମଧ୍ୟ ଘୋଷଣା କରିଥିଲେ ଯେ, ବିରୋଧୀ ମେଣ୍ଟ 'INDIA' ଖୁବ୍‌ଶୀଘ୍ର ମଇଦାନକୁ ଓହ୍ଲାଇବ।

ଏହା ମଧ୍ୟ ପଢନ୍ତୁ-77th I-Day celebrations: ସୁରକ୍ଷା ବଳୟରେ ସମଗ୍ର ଦିଲ୍ଲୀ, 40 ହଜାର ଯବାନ ନିୟୋଜିତ, ଜଗିଛି ଆଣ୍ଟି ଡ୍ରୋନ ରାଡାର

ମମତା ବାନାର୍ଜା କହିଛନ୍ତି, "ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ମୋଦିଙ୍କ ସମ୍ବୋଧନ ପ୍ରଧାନମନ୍ତ୍ରୀ ଭାବେ ଶେଷ ସମ୍ବୋଧନ ହେବ । 2024 ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଇଣ୍ଡିଆ ବାଜି ମାରିବ । ଏହି ମେଣ୍ଟରେ ଟିଏମ୍‌ସି ମଧ୍ୟ ସାମିଲ ଅଛି । ବିରୋଧୀଙ୍କ ମେଣ୍ଟ ପୁରା ଦେଶରେ ବିଜେପିକୁ ହରାଇବ । ପଶ୍ଚିମବଙ୍ଗରେ ଟିଏମ୍‌ସି ବିଜେପିକୁ ପରାସ୍ତ କରିବ । ମୁଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ନୁହଁ, କିନ୍ତୁ ବିଜେପି ସରକାରକୁ ଦେଶରୁ ହଟାଇବାକୁ ଚାହୁଁଛି । ପଶ୍ଚିମବଙ୍ଗରେ କିଛି ଦୁର୍ନୀତି ମାମଲା ସାମ୍ନାକୁ ଆସିଛି, ଯାହା ବିରୋଧରେ ଆମେ ପଦକ୍ଷେପ ନେଇଛୁ । କେନ୍ଦ୍ର ସରକାରଙ୍କ ବିରୋଧରେ ମଧ୍ୟ ଦୁର୍ନୀତିର ଅନେକ ଅଭିଯୋଗ ଆସିଛି । ସୋମବାର ଟିଏମ୍‌ସି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ମୋଦିଙ୍କୁ ଟାର୍ଗେଟ କରିଥିଲେ ମମତା ।

ଆଜି ସକାଳ ସମୟରେ ଦିଲ୍ଲୀର ଲାଲକିଲ୍ଲାରେ ପହଞ୍ଚି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି ଲାଲକିଲ୍ଲା । 18 ଶହ ଅତିଥି 77ତମ ସ୍ବାଧୀନତା ଦିବସରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ବିଶିଷ୍ଟ ରାଜନେତା, ବିରୋଧୀଦଳଗୁଡିକର ନେତା, ବିଭିନ୍ନ ବିଶଷ୍ଟ ବ୍ୟକ୍ତିବିଶେଷ, ସ୍କୁଲ୍‌, କଲେଜ ଓ ସାମାଜିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନ ସାମିଲ ହୋଇଛନ୍ତି । ଦିନ 11ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ । ଏକ ହଜାର ସିସିଟିଭ ନଜରରେ ରହିଛି ଲାଲକିଲ୍ଲା । ଗୁଇନ୍ଦା ବିଭାଗ ଓ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଦିଲ୍ଲୀ ପୋଲିସ ସହ ନିରନ୍ତର ଯୋଗାଯୋରେ ରହିଛି । ଏହାସହ ଦିଲ୍ଲୀର ସୀମାକୁ ମଧ୍ୟ ସିଲ କରାଯାଇଛି ।

Last Updated : Aug 15, 2023, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.