କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆସିଛି ବଡ ଖବର । ନନ୍ଦୀଗ୍ରାମରେ ନିର୍ବାଚନୀ ପ୍ରଚାର ସମୟରେ ଦୁର୍ଘଟଣାର ସାମ୍ନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣାରେ ଆହତ ହେବା ସହିତ ମମତାଙ୍କ ହାତ, ଗୋଡ ଓ ଛାତିରେ ଲାଗିଛି ଆଘାତ । ତେବେ ନିଜ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଦିଦି ।
ମୁଖ୍ୟମନ୍ତ୍ରୀ ମମତା ନିଜ ଅଭିଯୋଗରେ କହିଛନ୍ତି, ନନ୍ଦୀଗ୍ରାମରେ ତାଙ୍କୁ ଆକ୍ରମଣ ହୋଇଛି । ଛାତି ଓ ଗୋଡରେ ଲାଗିଛି ଆଘାତ । ତେବେ ଗୋଡରେ ଡାଡି ଚଢାଇ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ମମତା । ମୁଖ୍ୟମନ୍ତ୍ରୀଙ୍କୁ କୋଲକାତା ଅଣାଯାଉଥିବା ନେଇ ଖବର ମିଳିଛି ।
ଟିଏମସି ମୁଖିଆଙ୍କ ପକ୍ଷରୁ କୁହାଯାଇଛି, ଏହି ଆକ୍ରମଣ ବିରୋଧରେ ସେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବେ । ମମତା ଆହତ ହେବା ଯୋଗୁଁ ତାଙ୍କ ନିର୍ବାଚନୀ ପ୍ରଚାର ଉପରେ ପ୍ରଭାବ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ଅନେକ କାର୍ଯ୍ୟକ୍ରମ ସ୍ଥଗିତ କରାଯାଇଛି ।