ହାଇଦ୍ରାବାଦ: ଦୁର୍ନୀତି ଅଭିଯୋଗରେ ଫସିଲେ ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଏତଲା ରାଜେନ୍ଦ୍ର । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଜମି ହଡପ ଅଭିଯୋଗ ପରେ ତାଙ୍କୁ ଦାୟିତ୍ବରୁ ହଟାଇଲେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ରାଜେନ୍ଦ୍ରଙ୍କୁ ଦାୟିତ୍ବରୁ ହଟାଇ ନିଜ ଅଧିନରେ ସ୍ବାସ୍ଥ୍ୟ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ । ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଏନେଇ ଅନୁରୋଧ କରାଯାଇଥିଲା ।

ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଅନୁମୋଦନ ଦେବା ସହ ସ୍ବାସ୍ଥ୍ୟ ବଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନକୁ ଆଣିବାକୁ ଅନୁମତି ଦେଇଛନ୍ତି । ଏନେଇ ରାଜଭବନ ପକ୍ଷରୁ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ