ETV Bharat / bharat

ବିରୋଧିଙ୍କୁ ଚନ୍ନୀଙ୍କ ପ୍ରଶ୍ନ, ଗରିବ ଘରର ପୁଅ ଜେଟ ଚଢିଲେ ଅସୁବିଧା କଣ ?

author img

By

Published : Sep 23, 2021, 12:10 PM IST

ଚରଣଜିତ ସିଂହ ଚନ୍ନୀଙ୍କ ୧୬ ସିଟର ଜେଟ ଯାତ୍ରା ନେଇ ବିବାଦ । ବିରୋଧିଙ୍କୁ କଡା ଜବାବ ଦେଲେ ଚନ୍ନୀ । ଅଧିକ ପଢନ୍ତୁ...

‘ଗରିବ ଘରର ପୁଅ ଜେଟରେ ଚଢିଲେ ଅସୁବିଧା କଣ’
‘ଗରିବ ଘରର ପୁଅ ଜେଟରେ ଚଢିଲେ ଅସୁବିଧା କଣ’

ଚଣ୍ତିଗଡ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ୧୬ ସିଟର ଜେଟ ଯାତ୍ରାକୁ ନେଇ ଉଠିଛି ବିବାଦ । ମୁଖ୍ଯମନ୍ତ୍ରୀ ହେବା ପରେ ପ୍ରଥମ ଥର ଚଣ୍ତିଗଡରୁ ନୂଆଦିଲ୍ଲୀକୁ ବିମାନରେ ଯାତ୍ରା କରିଥିଲେ ଚରଣଜିତ । ତାହା ପୁଣି ୧୬ ସିଟର ଜେଟରେ । ଯାହାର ଏକ ଫଟୋ ନବଜୋତ ସିଂ ସିନ୍ଧୁଙ୍କ ଟ୍ୱିଟର ହ୍ୟାଣ୍ତେଲରେ ଦେଖିବାକୁ ମିଳିଥିଲା । ପରେ ଏନେଇ ଘନେଇଥିଲା ବଡ ବିବାଦ ।

ମୁଖ୍ୟମନ୍ତ୍ରୀ ଚରଣଜିତ ବୁଧବାର ଜଲନ୍ଧରର ଡେରା ବଲାନକୁ ଗସ୍ତରେ ଯାଇଥିଲେ । ଜଲନ୍ଧରର ଡିଏଭି ବିଶ୍ୱବିଦ୍ୟାଳୟରେ ତାଙ୍କ ହେଲିକପ୍ଟରଟି ଅବତରଣ କରିଥିଲା । ଛାତ୍ରଛାତ୍ରୀଙ୍କ ନିକଟକୁ ଯିବା ସମୟରେ ତାଙ୍କୁ ସାମ୍ବାଦିକ ମାନେ ଚାର୍ଟାର୍ଡ ବିମାନ ବ୍ୟବହାର ନେଇ ବିରୋଧୀ ଟାର୍ଗେଟ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ସେପଟେ ଏହାର ଜବାବ ରଖିଥିଲେ ନବନିର୍ବାଚିତ ମୁଖ୍ଯମନ୍ତ୍ରୀ । ଗରିବ ଘରର ପୁଅ ଜେଟରେ ଚଢିଲେ ଅସୁବିଧା କଣ ବୋଲି ସେ ପାଲଟା ପ୍ରଶ୍ନ ମଧ୍ୟ କରିଛନ୍ତି ।

ପଞ୍ଜାବର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ ସେପ୍ଚେମ୍ବର ୨୦ରେ ଶପଥ ନେଇଥିଲେ ଚରଣଜିତ ସିଂହ ଚନ୍ନି । ଚଣ୍ଡିଗଡ ରାଜଭବନରେ ଶପଥ ସମାରୋହ ଆୟୋଜିତ ହୋଇଥିବାବେଳେ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଶପଥ ପାଠ କରାଇଥିଲେ । ସେହିପରି ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାଓ୍ବା ଏବଂ ଓପି ସୋନି ମଧ୍ୟ ଶପଥ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.