ETV Bharat / bharat

ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ; ଭବିଷ୍ୟତ ପୀଢି ପାଇଁ ଛାଡିବେ ବାଟ

author img

By

Published : Jul 22, 2021, 2:31 PM IST

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ଆହୁରି କହିଛନ୍ତି, ଆସନ୍ତା ୨୬ ତାରିଖ ଦିନ ତାଙ୍କ ସରକାରକୁ ୨ ବର୍ଷ ପୂରଣ ହେବ । ଏଥିପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଆୟୋଜନ ରହିଛି । ଏହାପରେ ଦଳ ମୁଖ୍ୟ ଯାହା ନିଷ୍ପତି ନେବେ ମୁଁ ପାଳନ କରିବି ବୋଲି ୟେଦିରୁପ୍ପା କହିଛନ୍ତି ।

CM BSY
CM BSY

ବେଙ୍ଗାଲୁର: ସହଯୋଗୀଙ୍କ ଚକ୍ରବ୍ୟୁହରେ ଫସିଯିବେ କି ଅପରେସନ ମାଷ୍ଟର ବିଏସ ୟେଦିରୁପ୍ପା । ଚାଲିଯିବ କି ମୁଖ୍ୟମନ୍ତ୍ରୀ ଚୌକି? ଅପରେସନ ଲୋଟସକୁ ସଫଳ କରିଥିବା ୟେଦି ଏବେ ନିଜେ ସେହି ଜାଲରେ ଫସିଯିବେ କି? ବିଜେପିର ଦକ୍ଷିଣ ଭାରତ ରାଜନୀତିର ପ୍ରବେଶ ଦ୍ବାରରେ ଲାଗିବ କି ବଡ ଝଟକା । ୩ ବର୍ଷ ପରେ ପୁଣି ତୃତୀୟ ମୁଖ୍ୟମନ୍ତ୍ରୀ ଦେଖିବ କି କର୍ଣ୍ଣାଟକ । ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଉଠିବାରେ ଲାଗିଛି ।

ଦଳ ଆମ ପାଇଁ ବଡ...

ଆଉ ଏହି ସବୁ ପ୍ରଶ୍ନ ଭିତରେ ଖୋଦ ୟେଦିରୁପ୍ପା ମଧ୍ୟ ଖୁବଶୀଘ୍ର ଇସ୍ତଫା ଦେଉଥିବା ସଂକେତ ଦେଇଛନ୍ତି । ଆଜି ନିଜ ସମର୍ଥକ ଓ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇ ୟେଦିରୁପ୍ପା କହିଛନ୍ତି ଆମେ ବିଜେପି କର୍ମୀ । ଦଳ ଆମ ପାଇଁ ବଡ । ଦଳର ନିଷ୍ପତିକୁ କାର୍ଯ୍ୟକାରୀ କରିବା ଆମର ଦାୟିତ୍ବ । ଦଳ ଯାହା ଦାୟିତ୍ବ ଦେବ ଆମେ ଶୃଙ୍ଖଳାର ସହ ପାଳନ କରିବା ବୋଲି ଆହ୍ବାନ ଦେଇଛନ୍ତି । ଅର୍ଥାତ ୟେଦିରୁପ୍ପାଙ୍କ ଏହି ବୟାନ ଅନେକ କିଛି ସଂକେତ ଦେଉଛି ।

ଭବିଷ୍ୟତ ପୀଢି ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ଆହୁରି କହିଛନ୍ତି, ଆସନ୍ତା ୨୬ ତାରିଖ ଦିନ ତାଙ୍କ ସରକାରକୁ ୨ ବର୍ଷ ପୂରଣ ହେବ । ଏଥିପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଆୟୋଜନ ରହିଛି । ଏହାପରେ ଦଳ ମୁଖ୍ୟ ଯାହା ନିଷ୍ପତି ନେବେ ମୁଁ ପାଳନ କରିବି ବୋଲି ୟେଦିରୁପ୍ପା କହିଛନ୍ତି । ମୋର କାମ ହେଲା ଦଳ ଯାହା ଆଦେଶ ଦେବ ତାହାକୁ ମୁଁ ଅନୁପାଳନ କରିବି । ଆଉ ଦଳକୁ ପୂନର୍ବାର କ୍ଷମତାକୁ ଆଣିବା ମୋର ଦାୟିତ୍ବ ବୋଲି କହିଛନ୍ତି । ଏହାସହ ଭବିଷ୍ୟତ ପୀଢିଙ୍କ ପାଇଁ ମୁଁ ବାଟ ଛାଡିଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ବିଜେପି କର୍ମୀ ଭାବେ ଗର୍ବିତ...

ସେଭିଳି ଗତ କିଛି ଦିନ ଧରି ୟେଦୁରପ୍ପାଙ୍କ ଟ୍ବିଟ ପରୋକ୍ଷରେ ଅନେକ ସଂକେତ ଦେଉଛି । ଗତ ବୁଧବାର ଦଳୀୟ ପ୍ରସଙ୍ଗକୁ ନେଇ କରିଥିବା ଟ୍ବିଟ ରେ ୟେଦୁରପ୍ପା କହିଛନ୍ତି ମୁଁ ଗର୍ବିତ ବିଜେପିର କର୍ମୀ ଭାବେ । ମୁଁ ଦଳ ପ୍ରତି କୃତଜ୍ଞ । ଦଳ ଯାହା ନିଷ୍ପତି ନେବ ତାହା ଶିରୋଧାର୍ଯ୍ୟ । ସେହିପରି ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଆମେ ବିଜେପିର କର୍ମୀ । ବିଜେପି ସଂସ୍କାର ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଆମ ସଂସ୍କାରକୁ ବଜାୟ ରଖିବା ।

ଗତ ସପ୍ତାହରେ ଆସିଥିଲେ ଦିଲ୍ଲୀ...

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା ନୂଆଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନେକ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ଅବସରରେ କର୍ଣ୍ଣାଟକ ରାଜନୀତିର ଭବିଷ୍ୟତ ଯୋଜନାକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬ ରେ ସରକାରର ୨ ବର୍ଷ ପୂରଣ ପରେ ୟେଦିରୁପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.