ETV Bharat / bharat

ଥଣ୍ଡାରୁ ଆଶ୍ବସ୍ତି, ଜମ୍ମୁକାଶ୍ମୀରେ ବଢିଲା ରାତି ତାପମାତ୍ରା - ଜମ୍ମୁକାଶ୍ମୀରେ ବଢିଲା ରାତି ତାପମାତ୍ରା

ଆକାଶ ମେଘାଚ୍ଛନ ରହିବାରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଥଣ୍ଡାର ପ୍ରଭାବ ସାମାନ୍ୟ କମିଛି । ଅଧିକ ପଢନ୍ତୁ

ଥଣ୍ଡାରୁ ଆଶ୍ବସ୍ତୀ, ଜମ୍ମୁକାଶ୍ମୀରେ ବଢିଲା  ରାତି ତାପମାତ୍ରା

author img

By

Published : Nov 18, 2021, 3:12 PM IST

ଶ୍ରୀନଗର: ରାତିରେ ଆକାଶ ମେଘାଚ୍ଛନ ରହିବାରୁ ଜମ୍ମୁ କାଶ୍ମୀର ଏବଂ ଲଦାଖରେ ଥଣ୍ଡାର ପ୍ରଭାବ ସାମାନ୍ୟ କମିଛି । ଯାହା ଲୋକଙ୍କୁ ଆଶ୍ବସ୍ତି ଦେଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଆକାଶ ମେଘାଚ୍ଛନ୍ନ ହେତୁ ରାତି ତାପମାତ୍ରା ବଢିଛି । ଫଳରେ ଆଜି ଜମ୍ମୁକାଶ୍ମୀର ଓ ଲଦାଖରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ଘଟିଛି ।

ଶ୍ରୀନଗରରେ ଆଜି 2.1 ଡିଗ୍ରୀ ତାପମାତ୍ରୀ ରେକର୍ଡ କରାଯାଇଥିବାବେଳେ ପହଲଗାମରେ -0.5 ଡିଗ୍ରୀ ଏବଂ ଗୁଲମର୍ଗରେ -1.0 ରେକର୍ଡ ହୋଇଛି । ସେହିପରି ଲେହରେ ରାତିର ସର୍ବନିମ୍ନ ତାପମାତ୍ରା -6.4 ଡିଗ୍ରୀ, କାର୍ଗିଲରେ -5.9 ଡିଗ୍ରୀ ଏବଂ ତ୍ରାସ୍ ରେ -5.0 ଡିଗ୍ରୀ ରହିଥିଲା । ଆଜି ସର୍ବନିମ୍ନ ତାପମାତ୍ରା ଭାବରେ ଜମ୍ମୁ ସହରରେ 9.1 ଡିଗ୍ରୀ, କାଟ୍ରା 9.5 ଡିଗ୍ରୀ, ବାଟୋଟ୍ 5.9 ଡିଗ୍ରୀ, ବାନିହାଲ୍ 1.6 ଡିଗ୍ରୀ ଏବଂ ଭଦରୱା 3.2 ଡିଗ୍ରୀ ରହିଥିଲା।

ଆଗାମୀ ଦୁଇ ଦିନ ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବାର ସମ୍ଭାବନା ଥିବାରୁ ରାତିର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବାବେଳେ ଦିନର ତାପମାତ୍ରା ହ୍ରାସ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.