ETV Bharat / bharat

ସୁନକଙ୍କ ମୂଳ ହିନ୍ଦୁ ମନ୍ତବ୍ୟକୁ ନେଇ ସନାତନ ବିରୋଧୀଙ୍କୁ ଘେରିଲେ ନକଭି - ଭାରତରେ ସୁନକ

ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକଙ୍କ ମୂଳ ହିନ୍ଦୁ ମନ୍ତବ୍ୟକୁ ନେଇ ସନାତନ ବିରୋଧୀଙ୍କୁ ଘେରିଲେ ନକଭି । କହିଲେ ସେମାନଙ୍କ ପାଇଁ ସ୍ପଷ୍ଟ ବାର୍ତ୍ତା । ଅଧିକ ପଢନ୍ତୁ

ସୁନକଙ୍କ ମୂଳ ହିନ୍ଦୁ ମନ୍ତବ୍ୟକୁ ନେଇ ସନାତନ ବିରୋଧୀଙ୍କୁ ଘେରିଲେ ନଖଭୀ

author img

By ETV Bharat Odisha Team

Published : Sep 10, 2023, 7:31 AM IST

ନୂଆଦିଲ୍ଲୀ: ଜି20 ସମ୍ମିଳନୀ ପାଇଁ ଭାରତ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି ଯେ ସେ ମୂଳ ହିନ୍ଦୁ । ସେଥିପାଇଁ ସେ ଗର୍ବିତ ମଧ୍ୟ । ଏହାକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି, ହିନ୍ଦୁ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗକୁ ପାଟଲା ଟାର୍ଗେଟ କରିଛନ୍ତି । କହିଛନ୍ତି, ଯେଉଁ ଗୁଣ୍ଡାମାନେ ସନାତନ ଧର୍ମକୁ ବିରୋଧକୁ ବିରୋଧ କରୁଛନ୍ତି, ଏହା ସେମାନଙ୍କ ପାଇଁ ସ୍ପଷ୍ଟ ବାର୍ତ୍ତା । ସେମାନେ (ଉଦୟାନିଧି ଷ୍ଟାଲିନଙ୍କ ସମର୍ଥକ) ଏହି ବାର୍ତ୍ତା ବୁଝିବାରେ ଅସଫଳ ହୋଇଛନ୍ତି, ସେମାନଙ୍କ ମାନସିକ ଅବସ୍ଥା ଠିକ ନାହିଁ । ସେମାନଙ୍କୁ ହସ୍ପିଟାଲ ପଠାଯିବାର ଆବଶ୍ୟକତା ରହିଛି । ଋଷି ସୁନକ ଯାହା କହିଛନ୍ତି, ସନାତନ ଧର୍ମକୁ ଅପମାନିତ କରିବା ପରି ମନ୍ତବ୍ୟ ଦେଇଥିବା ଗୁଣ୍ଡାଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ।

ଖବର ସରବରାହ ସଂସ୍ଥା ANI ସହିତ କଥାବାର୍ତ୍ତା କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ‘‘ ଏପରି କରିଥିବା ଗୁଣ୍ଡାମାନେ ବୋଧହୁଏ ଏହା ବୁଝନ୍ତି ନାହିଁ । ତେଣୁ ସେମାନଙ୍କୁ ଚିକିତ୍ସା ପାଇଁ ଏକ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବା ଉଚିତ୍ । ତାଙ୍କ ଇଙ୍ଗୀତ ଉଦୟାନିଧି ଷ୍ଟାଲିନଙ୍କ ସନାତନ ବିରୋଧା ପ୍ରସଙ୍ଗ ଉପରେ ଥିଲା । ଅନ୍ୟପଟେ ଭାରତ ଗସ୍ତରେ ଆସିଥିବା ଋଷି ସୁନକ ଏଏନଆଇ ସହ କଥାବାର୍ତ୍ତାରେ କହିଛନ୍ତି, “ମୁଁ ଜଣେ ଗର୍ବିତ ହିନ୍ଦୁ । ଆଶା କରେ ମୁଁ ଆଗାମୀ ଦୁଇ ଦିନ ମଧ୍ୟରେ ମୁଁ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବି । ଆମେ ରକ୍ଷା ବନ୍ଧନ ମଧ୍ୟ ପାଳନ କରିଥିଲୁ । ମୋର ସମସ୍ତ ଭଉଣୀ ଏବଂ ମୋର ସମ୍ପର୍କୀୟଙ୍କ ଠାରୁ ମୁଁ ରାକ୍ଷୀ ମଧ୍ୟ ବାନ୍ଧିଥିଲି । ସେହି ରାକ୍ଷୀ ମୋ ନିକଟରେ ମଧ୍ୟ ଅଛି ।

ଏହା ମଧ୍ୟ ପଢନ୍ତୁ :-UK PM Sunak visit : ଅକ୍ଷରଧାମ ମନ୍ଦିରରେ ବଢିଲା ସୁରକ୍ଷା, କାଲି ଦର୍ଶନ କରିବେ ସୁନକ

ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଥମ ଥର ଭାରତ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି(ରବିବାର) ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରରେ ଦର୍ଶନ କରିବେ । ସେଥିପାଇଁ ଆଜିଠାରୁ ମନ୍ଦିର ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁନକ ଓ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ବ୍ରିଟଶ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଭାରତୀୟ ବଂଶଜ ଋଷି ସୁନକ ଭାରତ ଗସ୍ତରେ ଆସିଛନ୍ତି । ଆଜି ଜି20 ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.