ETV Bharat / bharat

ଠାକରେଙ୍କୁ ଚାପୁଡ଼ା ବୟାନ ଘଟଣା, ଶିବସେନା-ବିଜେପି ମଧ୍ୟରେ ତେଜିଲା ବିବାଦ

author img

By

Published : Aug 24, 2021, 2:52 PM IST

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବିବାଦୀୟ ମନ୍ତବ୍ୟ । ମହାରାଷ୍ଟ୍ରରେ ଘନେଇବାରେ ଲାଗିଛି ଶିବସେନା ଓ ବିଜେପି ମଧ୍ୟରେ ବିବାଦ । ଅଧିକ ପଢନ୍ତୁ...

ଠାକରେଙ୍କୁ ଚାପୁଡ଼ା ବୟାନ ଘଟଣା, ଶିବସେନା-ବିଜେପି ମଧ୍ୟରେ ତେଜିଲା ବିବାଦ
ଠାକରେଙ୍କୁ ଚାପୁଡ଼ା ବୟାନ ଘଟଣା, ଶିବସେନା-ବିଜେପି ମଧ୍ୟରେ ତେଜିଲା ବିବାଦ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିରୋଧରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବିବାଦୀୟ ବୟାନ । ଏହି ବୟାନକୁ ନେଇ ରାଜ୍ୟରେ ଶିବସେନା ଓ ବିଜେପି ମଧ୍ୟରେ ତେଜିବାରେ ଲାଗିଛି ବିବାଦ । ଶିବସେନାର କର୍ମୀମାନେ ନାସିକରେ ଥିବା ବିଜେପି କାର୍ଯ୍ୟାଳୟ ଉପରକୁ ପଥର ଫିଙ୍ଗିଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ବର୍ତ୍ତମାନ ବିଜେପି କାର୍ଯ୍ୟାଳୟ ନିକଟରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢାଇ ଦିଆଯାଇଥିବା ସୂଚନା ମିଳିଛି ।

ରାଣେଙ୍କ ବିରୋଧରେ ମାମଲା ରୁଜୁ:-

କେନ୍ଦ୍ରମନ୍ତ୍ରୀ ରାଣେଙ୍କ ଏହି ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ରାଜ୍ୟର ଜଲଗାଓଁ, ନାଶିକ, ଔରଙ୍ଗାବାଦ ଓ ରାୟଗଡ଼ ରାଣେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନାସିକ ସାଇବର ପୋଲିସ ଶିବସେନା ମହାନଗର ପ୍ରମୁଖ ସୁଧାକର ବଡଗୁଜରଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି । ଦଳର ଅନ୍ୟ ଜଣେ କର୍ମୀ ସିଦ୍ଧେଶ ପାଟେକରଙ୍କ ଅଭିଯୋଗ କ୍ରମେ ରାୟଗଡ଼ରେ ରାଣେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜଲଗାଓଁରେ ରାଣେଙ୍କ ବିରୋଧରେ ଶିବସେନା କର୍ମୀମାନେ ସ୍ଲୋଗାନ ଦେଇ ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ରାଣେଙ୍କ ବିରୋଧରେ ଲାଗିଲା ଫଳକ:-

ଶିବସେନାର କର୍ମୀମାନେ ମୁମ୍ବାଇରେ କେନ୍ଦ୍ରମନ୍ତ୍ରୀ ରାଣେଙ୍କ ଏକ ଫଳକ ଲଗାଇଛନ୍ତି । ଏହି ଫଳରେ ରାଣେଙ୍କ ଫଟୋ ସହିତ ଲେଖାଯାଇଛି 'କୋମ୍ବାଡି ଚୋର୍‌' ଅର୍ଥାତ ଚିକେନ ଚୋରି କରୁଥିବା ଚୋର । ଦାଦରର TT ଅଞ୍ଚଳରେ ଏହି ଫଳକ ଲାଗିଥିବା ଦେଖିବାକୁ ମିଳିଛି ।

'ରାଣେଙ୍କୁ ନିଆଯାଉ ମାନସିକ ବିକୃତ ହସ୍ପିଟାଲ'

କେନ୍ଦ୍ରମନ୍ତ୍ରୀ କେତେବେଳେ କେଉଁଠି କେଉଁ କଥା କହିବା ଜାଣିନାହାନ୍ତି । ଏଣୁ ତାଙ୍କୁ ମାନସିକ ବିକୃତ ରୋଗୀ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ନିଆଯାଉ ବୋଲି କହିଛନ୍ତି ଶିବସେନା ମନ୍ତ୍ରୀ ଗୁଲାବ ରାଓ ପାଟିଲ ।

'କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ ହେବେ ନାହିଁ'

ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପାନ୍ଧରପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର ବୋଲି ସମ୍ବୋଧନ କରିଥିଲେ । ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଚନ୍ଦ୍ରକାନ୍ତ ରାଣେଙ୍କ ମନ୍ତବ୍ୟକୁ ସମର୍ଥନ କରୁନାହାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ବିବାଦୀୟ ମନ୍ତବ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ସେ କହିଛନ୍ତି । ସେ ରାଣେଙ୍କୁ ନଡ଼ିଆ ସହିତ ତୁଳନା କରିଛନ୍ତି । ନଡ଼ିଆର ଉପରି ଭାଗ ଯେପରି ଶକ୍ତ, କିନ୍ତୁ ଭିତର ଭାଗ ମଧୁର । ରାଣେ ଜଣେ ସେପରି ବ୍ୟକ୍ତି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.